Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାର ଚଳାଇବାକୁ ସଂଖ୍ୟାଗରିଷ୍ଠତା ଆବଶ୍ୟକ, କିନ୍ତୁ ଦେଶ ଚଳାଇବା ପାଇଁ ସହମତି ଜରୁରୀ”: ପିଏମ ମୋଦୀ
ଆଜିର ଖବର

ସରକାର ଚଳାଇବାକୁ ସଂଖ୍ୟାଗରିଷ୍ଠତା ଆବଶ୍ୟକ, କିନ୍ତୁ ଦେଶ ଚଳାଇବା ପାଇଁ ସହମତି ଜରୁରୀ”: ପିଏମ ମୋଦୀ

June 24, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି।

ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ନୂତନ ସଂସଦରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେଉଥିବାରୁ ଆଜିର ଏହି ଅବସରକୁ ସଂସଦୀୟ ଗଣତନ୍ତ୍ରରେ ଏକ ଗୌରବମୟ ଦିନ ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ଦିନରେ ମୁଁ ସମସ୍ତ ନବନିର୍ବାଚିତ ସାଂସଦଙ୍କୁ ହୃଦୟରୁ ସ୍ୱାଗତ କରୁଛି ଏବଂ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି ସଂସଦ ଗଠନକୁ ଭାରତର ସାଧାରଣ ଲୋକଙ୍କ ସଂକଳ୍ପ ପୂରଣ କରିବାର ଏକ ମାଧ୍ୟମ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନୂତନ ଉତ୍ସାହ ସହିତ ନୂତନ ଗତି ଏବଂ ଉଚ୍ଚତା ହାସଲ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟକୁ ସାକାର କରିବା ପାଇଁ ଆଜି ଠାରୁ ୧୮ତମ ଲୋକସଭା ଆରମ୍ଭ ହେଉଛି। ବିଶ୍ୱର ସର୍ବବୃହତ ନିର୍ବାଚନର ଭବ୍ୟ ଆୟୋଜନ ୧୪୦ କୋଟି ନାଗରିକଙ୍କ ପାଇଁ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ  “୬୫ କୋଟିରୁ ଅଧିକ ଭୋଟର ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ” ବୋଲି  ପ୍ରଧାନମନ୍ତ୍ରୀ ପ୍ରସନ୍ନତାର ସହ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ ସ୍ୱାଧୀନତା ପରେ ଦ୍ୱିତୀୟ ଥର ପାଇଁ ଦେଶ ତୃତୀୟ ଥର ନିମନ୍ତେ କାର୍ଯ୍ୟ କରିବାକୁ କୌଣସି ସରକାରଙ୍କୁ ଜନାଦେଶ ଦେଇଛି। ୬୦ ବର୍ଷ ପରେ ଏହି ସୁଯୋଗ ଆସିଛି, ଯାହା ଏକ ଗୌରବର ବିଷୟ ବୋଲି ସେ କହିଛନ୍ତି।

ତୃତୀୟ ଥର ପାଇଁ ସରକାର ନିର୍ବାଚିତ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନାଗରିକମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଏହା ସରକାରଙ୍କ ଉଦ୍ଦେଶ୍ୟ, ନୀତି ଏବଂ ଲୋକଙ୍କ ପ୍ରତି ସମର୍ପଣ ଉପରେ ମୋହର ବୋଲି କହିଛନ୍ତି। “ଗତ ୧୦ ବର୍ଷ ମଧ୍ୟରେ ଆମେ ଏକ ପରମ୍ପରା ସ୍ଥାପନ  କରିବାକୁ ଚେଷ୍ଟା କରିଛୁ କାରଣ ଆମେ ବିଶ୍ୱାସ କରୁ ଯେ ସରକାର  ଚଳାଇବା ପାଇଁ ସଂଖ୍ୟାଗରିଷ୍ଠତା ଆବଶ୍ୟକ କିନ୍ତୁ ଦେଶ ଚଳାଇବା ପାଇଁ ସହମତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ” ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ୧୪୦ କୋଟି ନାଗରିକଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ ସମସ୍ତଙ୍କୁ ସାଙ୍ଗରେ ନେଇ ସହମତି ହାସଲ କରି ମାଆ ଭାରତୀଙ୍କ ସେବା କରିବା ସରକାରଙ୍କ ନିରନ୍ତର ପ୍ରୟାସ ବୋଲି ସେ କହିଛନ୍ତି।

ଭାରତୀୟ ସମ୍ବିଧାନର ପରିସର ମଧ୍ୟରେ ସମସ୍ତଙ୍କୁ ସାଙ୍ଗରେ ନେଇ  ଚାଲିବା ଏବଂ  ନିଷ୍ପତ୍ତି ନେବାକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ୧୮ତମ ଲୋକସଭାରେ ଯୁବ ସାଂସଦଙ୍କ ସଂଖ୍ୟାକୁ ନେଇ ଖୁସି ବ୍ୟକ୍ତ କରିଥିଲେ। ଭାରତୀୟ ପରମ୍ପରା  ଅନୁଯାୟୀ ୧୮ ନମ୍ବରର ମହତ୍ତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୀତାରେ କର୍ମ, କର୍ତ୍ତବ୍ୟ ଏବଂ କରୁଣାର ବାର୍ତ୍ତା ପ୍ରଦାନ କରୁଥିବା ୧୮ଟି ଅଧ୍ୟାୟ ରହିଛି, ପୁରାଣ ଓ ଉପପୁରାଣ ସଂଖ୍ୟା ୧୮ ଏବଂ  ୧୮ର ମୂଳ ସଂଖ୍ୟା  ହେଉଛି ୯ , ଯାହା ପୂର୍ଣ୍ଣତାର ପ୍ରତୀକ ଏବଂ ଭାରତର ଆଇନଗତ ମତଦାନ ବୟସ ୧୮ ବର୍ଷ। ସେ କହିଥିଲେ, ଅଷ୍ଟାଦଶ ଲୋକ ସଭା ହେଉଛି ଭାରତର ଅମୃତ କାଳ। ଏହି ଲୋକସଭା ଗଠନ ମଧ୍ୟ ଏକ ଶୁଭ ସଙ୍କେତ ବୋଲି ଶ୍ରୀ ମୋଦୀ କହିଛନ୍ତି।

ଜରୁରୀକାଳୀନ ଶାସନର ୫୦ ବର୍ଷ ପୂରଣ ହେବା ଅବସରରେ ଆସନ୍ତାକାଲି ଜୁନ୍ ୨୫ ତାରିଖକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଭାରତୀୟ ଗଣତନ୍ତ୍ର ଉପରେ ଏକ କଳା ଦାଗ। ଗଣତନ୍ତ୍ରକୁ ଦମନ କରି ଭାରତୀୟ ସମ୍ବିଧାନକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରି ଦେଶକୁ ଜେଲରେ ପରିଣତ କରାଯାଇଥିବା ଦିନକୁ ଭାରତର ନୂଆ ପିଢ଼ି କେବେ ବି ଭୁଲିପାରିବେ ନାହିଁ ବୋଲି ଶ୍ରୀ ମୋଦୀ କହିଛନ୍ତି। ଭାରତର ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ପରମ୍ପରାକୁ ସୁରକ୍ଷା ଦେବା ପାଇଁ ସଂକଳ୍ପ ନେବାକୁ ପ୍ରଧାନମନ୍ତ୍ରୀ ମୋଦୀ ନାଗରିକମାନଙ୍କୁ ଆହ୍ୱାନ ଦେଇଛନ୍ତି, ଯାହା ଦ୍ୱାରା ଏଭଳି ଘଟଣା ଆଉ କେବେ ନ ଘଟେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ଆମେ ଏକ ସ୍ଫୁର୍ତ୍ତିଶୀଳ  ଗଣତନ୍ତ୍ରର ସଂକଳ୍ପ ନେବୁ ଏବଂ ଭାରତର ସମ୍ବିଧାନ ଅନୁଯାୟୀ ସାଧାରଣ ଲୋକଙ୍କ ସ୍ୱପ୍ନପୂରଣ କରିବୁ।

ଜନତା ତୃତୀୟ ଥର ପାଇଁ ସରକାରକୁ ନିର୍ବାଚିତ କରିଥିବାରୁ ସରକାରଙ୍କ ଦାୟିତ୍ୱ ତିନି ଗୁଣ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସରକାର ପୂର୍ବ ତୁଳନାରେ ତିନି ଗୁଣ କଠିନ ପରିଶ୍ରମ କରିବେ , ଯାହା ତିନି ଗୁଣ ପରିଣାମ ଦେବ ବୋଲି ସେ ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି।

ନବନିର୍ବାଚିତ ସାଂସଦମାନଙ୍କ ଠାରୁ ଦେଶର ଉଚ୍ଚ ଆଶାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦମାନଙ୍କୁ ଜନକଲ୍ୟାଣ ଏବଂ ଜନସେବା ପାଇଁ ଏହି ସୁଯୋଗର ଉପଯୋଗ କରିବାକୁ ଏବଂ ଜନସ୍ୱାର୍ଥ ପାଇଁ ସମସ୍ତ ସମ୍ଭବ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ବିରୋଧୀଙ୍କ ଭୂମିକାକୁ ସ୍ପର୍ଶ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗଣତନ୍ତ୍ରର ମର୍ଯ୍ୟାଦା ବଜାୟ ରଖିବା ସହିତ ସେମାନେ ସେମାନଙ୍କ ଭୂମିକାକୁ ପୂର୍ଣ୍ଣରୂପେ ନିର୍ବାହ କରିବେ ବୋଲି ଦେଶବାସୀ ଆଶା ରଖିଛନ୍ତି। “ମୁଁ ଆଶା କରୁଛି ବିରୋଧୀ ମାନେ ଏହାକୁ ପୂରଣ କରିବେ’ ବୋଲି ସେ କହିଛନ୍ତି। ଲୋକମାନେ ସ୍ଲୋଗାନ ପରିବର୍ତ୍ତେ ସାମର୍ଥ୍ୟ ଚାହୁଁଛନ୍ତି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିବା ସହ ସାଂସଦମାନେ ସାଧାରଣ ନାଗରିକଙ୍କ ସେହି ଆଶା ପୂରଣ କରିବାକୁ ଚେଷ୍ଟା କରିବେ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ।

ଏକ ବିକଶିତ ଭାରତର ସଂକଳ୍ପକୁ ସାମୂହିକ ଭାବରେ ପୂରଣ କରିବା ଏବଂ ଲୋକଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦଙ୍କ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି ଯେ ୨୫ କୋଟି ନାଗରିକ ଦାରିଦ୍ର‌୍ୟରୁ ବାହାରକୁ ଆସିବା ଏକ ନୂତନ ବିଶ୍ୱାସ ସୃଷ୍ଟି କରେ ଯେ ଭାରତ ଖୁବ୍ ଶୀଘ୍ର ସଫଳ ହୋଇପାରିବ ଏବଂ ଦାରିଦ୍ର‌୍ୟରୁ ମୁକ୍ତି ପାଇପାରିବ। ଆମ ଦେଶର ଲୋକ, ୧୪୦ କୋଟି ନାଗରିକ, କଠିନ ପରିଶ୍ରମ କରିବାରେ ପଛଘୁଞ୍ଚା ଦିଅନ୍ତି ନାହିଁ। ଆମେ ସେମାନଙ୍କୁ ଅଧିକରୁ ଅଧିକ ସୁଯୋଗ ପ୍ରଦାନ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହି ଗୃହ ସଂକଳ୍ପ ଗୃହରେ ପରିଣତ ହେବ ଏବଂ ଅଷ୍ଟାଦଶ ଲୋକସଭା ସାଧାରଣ ନାଗରିକଙ୍କ ସ୍ୱପ୍ନକୁ ସାକାର କରିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ସାଂସଦମାନଙ୍କୁ ଅଭିନନ୍ଦନ ଜଣାଇ ନିଜର ବକ୍ତବ୍ୟ ଶେଷ କରିଥିଲେ ଏବଂ ସେମାନଙ୍କର ନୂତନ ଦାୟିତ୍ୱକୁ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରିବାକୁ ଅନୁରୋଧ କରିଥିଲେ।

narendra modi parliament
Share. Facebook Twitter LinkedIn Email WhatsApp Copy Link

Related Posts

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025

ଚାରଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠି କାହାକୁ ମିଳିଲା ଦାୟିତ୍ବ

August 5, 2025
Latest News

ବଳଙ୍ଗା ମୃତ ଛାତ୍ରୀଙ୍କ ଗାଁରୁ ନିମାପଡା ପର୍ଯ୍ୟନ୍ତ ନାରୀ ନ୍ୟାୟ ପଦଯାତ୍ରା କରିବ ପ୍ରଦେଶ କଂଗ୍ରେସ

August 5, 2025

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.