‘ଅଗଷ୍ଟ ସୁଦ୍ଧା ମୋଦୀ ସରକାରର ଅନ୍ତ ଘଟିବ’ ବୟାନ ଉପରେ ଲାଲୁ ଯାଦବଙ୍କୁ ଟାର୍ଗେଟ କଲେ ଚିରାଗ ପାସୱାନ୍

Published: Jul 6, 2024, 2:45 pm IST

ନୂଆଦିଲ୍ଲୀ: ରାଷ୍ଟ୍ରିୟ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସରେ ଲାଲୁ ଯାଦବ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରି କହିଥିଲେ ଯେ, କେନ୍ଦ୍ର ସରକାର ଦୁର୍ବଳ ଏବଂ ଅଗଷ୍ଟ ସୁଦ୍ଧା ଏହା ଭାଙ୍ଗି ଯାଇପାରେ। ତାଙ୍କ ବିବୃତ୍ତି ପରେ ଏକ ରାଜନୈତିକ ବିତର୍କ ସୃଷ୍ଟି ହୋଇଛି।

ବର୍ତ୍ତମାନ ଚିରାଗ ପାସୱାନ ଲାଲୁଙ୍କ ବିବୃତ୍ତିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ କର୍ମୀମାନଙ୍କୁ ଦ୍ୱନ୍ଦ୍ୱରେ ପକାଇବା ଏବଂ ଯୋଡ଼ି ରଖିବା ପାଇଁ ସେ ଏପରି ବିବୃତ୍ତି ଦେଉଛନ୍ତି।

ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ବିବୃତ୍ତିକୁ ବିରୋଧ କରି କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ୍ କହିଛନ୍ତି ଯେ, “ତାଙ୍କର (ଲାଲୁ ଯାଦବ) କର୍ମୀମାନେ ପାଞ୍ଚ ବର୍ଷ ମଧ୍ୟରେ ପ୍ରସ୍ତୁତ ହୋଇପାରିନଥିଲେ। ଫଳାଫଳ ସମସ୍ତଙ୍କ ସାମ୍ନାରେ ଅଛି, ଆରଜେଡ଼ି କେତେ ସିଟ୍ ରେ ପ୍ରତିଦ୍ୱନ୍ଦିତା କରି କେତେ ସିଟ୍ ରେ ଜିତିଛ। ସମସ୍ତେ ଜାଣନ୍ତି ଯେ, ସେମାନଙ୍କ କର୍ମୀମାନଙ୍କୁ ଦ୍ୱନ୍ଦରେ ପକାଇବା ଏବଂ ବାନ୍ଧି ରଖିବା ପାଇଁ ସେମାନେ ଅଗଷ୍ଟ ତାରିଖ ଦେଇଛନ୍ତି। ତା’ପରେ ଡିସେମ୍ବର ମାସ ଏବଂ ପୁଣି ଆଗାମୀ ପାଞ୍ଚ ବର୍ଷ ପାଇଁ ସମୟ ଦେବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଯେଉଁଭଳି ଏହି ସରକାର ମଜବୁତର ସହିତ ଚାଲିଛି, ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏହି ସରକାର ଅନେକ ବଡ଼ ଏବଂ କଠୋର ନିଷ୍ପତ୍ତି ନେବେ।”

ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ବିବୃତ୍ତିରେ କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, “ଲାଲୁ ଯାଦବ ସ୍ୱପ୍ନ ଦେଖୁଛନ୍ତି। ତୃତୀୟ ଥର ପାଇଁ ଦେଶ ଓ ବିହାରର ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରି ନିଜର ଇଚ୍ଛା ପ୍ରକାଶ କରିଛନ୍ତି। ମୋଦୀ ହେଉଛନ୍ତି ଭାରତର ପ୍ରକୃତ ନେତା।” ସେ ସକ୍ଷମ ଏବଂ ଦେଶକୁ ଆଗକୁ ନେଇପାରିବେ। ବିହାରର ଲୋକମାନେ ପ୍ରଧାନମନ୍ତ୍ରୀ ମୋଦୀ, ନୀତୀଶ କୁମାର, ଏନଡିଏ-ବିଜେପି ଉପରେ ବିଶ୍ୱାସ କରନ୍ତି, ସେମାନେ ଜଙ୍ଗଲ ରାଜ ପ୍ରତିଷ୍ଠା କରିବାକୁ ଅନୁମତି ଦେବାକୁ ଚାହାଁନ୍ତି ନାହିଁ।”

Related posts