Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶା କୁଇନ 2024 ହେଲେ ବାଲେଶ୍ୱରର ରାମିୟା ହୁଇ, ଯୋଗଦେଲେ ବଲିଉଡ ସୁନ୍ଦରୀ ମଲାୟିକା ଅରୋରା
ଜାତୀୟ ଖବର

ଓଡିଶା କୁଇନ 2024 ହେଲେ ବାଲେଶ୍ୱରର ରାମିୟା ହୁଇ, ଯୋଗଦେଲେ ବଲିଉଡ ସୁନ୍ଦରୀ ମଲାୟିକା ଅରୋରା

July 26, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା କୁଇନ 2024 ହେଲେ ବାଲେଶ୍ୱରର ରାମିୟା ହୁଇ, ଯୋଗଦେଲେ ବଲିଉଡ ସୁନ୍ଦରୀ ମଲାୟିକା ଅରୋରା

ରିପୋର୍ଟ- ହରପ୍ରସାଦ ମହାପାତ୍ର

ଭୁବନେଶ୍ବର: ଆର. ଆର ଇଭେଣ୍ଟସ ଆଣ୍ଡ ସିନେ ପ୍ରଡକ୍ସନ ଆନୁକୂଲ୍ୟରେ ଆୟୋଜିତ ଓଡିଶା କୁଇନ -2024 ର ଗ୍ରାଣ୍ଡ ଫିନାଲେ ଉତ୍ସବ ଭୁବନେଶ୍ୱରରେ ଆୟୋଜିତ ହୋଇ ଯାଇଛି। ବିଶିଷ୍ଟ ଯୁବ ପ୍ରଯୋଜକ ରମେଶ ବାରିକଙ୍କ ଏହାଥିଲା ସ୍ୱପ୍ନର କାର୍ଯ୍ୟକ୍ରମ। ଓଡିଶା କୁଇନ କାର୍ଯ୍ୟକ୍ରମ ମାଧ୍ୟମରେ ଓଲିଉଡ଼ ପାଇଁ ନୂତନ ଅଭିନେତ୍ରୀ ସୃଷ୍ଟି କରିବା ହେଉଛି ତାଙ୍କର ମୁଖ୍ୟ ଲକ୍ଷ।

ବିଶିଷ୍ଟ ଉଦ୍ୟୋଗୀ ମହମ୍ମଦ ଅଲିମଙ୍କ ତତ୍ୱାବଧାନ ରେ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ୍ଵ ପ୍ରତିଯୋଗିନୀ ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ସାରା ଓଡିଶାରୁ ଆସିଥିଲେ। ସେଥିମଧ୍ୟରୁ ଓଡିଶାର ଖ୍ୟାତନାମା ବିଚାରକ ମାନଙ୍କ ଦ୍ୱାରା ସର୍ବଶ୍ରେଷ୍ଠ 21 ଜଣ ପ୍ରତିଯୋଗିନୀ ଗ୍ରାଣ୍ଡ ଫିନାଲେ ଉତ୍ସବରେ ଭାଗ ନେଇଥିଲେ।

ମୁମ୍ବାଇର ପ୍ରସିଦ୍ଧ ଫେସନ କୋରିଓଗ୍ରାଫର କେୟୁର ଦେଶାଇ ଏହି 21 ଜଣ ପ୍ରତିଯୋଗିନୀଙ୍କୁ ଗ୍ରାଣ୍ଡ ଫିନାଲେ ପାଇଁ ପ୍ରସ୍ତୁତ କରାଇଥିଲେ। ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ ଅଭିନେତ୍ରୀ ମଲାୟିକା ଅରୋରା। ଓଲିଉଡ଼ର ବିଶିଷ୍ଟ ଅଭିନେତା ଓ ଅଭିନେତ୍ରୀ ଅର୍ଚ୍ଚିତା, ସବ୍ୟସାଚୀ ମିଶ୍ର , ଶୀତଲ ପାତ୍ର, ସୁଭାଶିଷ ଶର୍ମା, ଭୂମିକା, ଶିବାନୀ, ଦିବ୍ୟା, ଦେବାଶିଷ ଓ ରାଗିଣୀ।

ବିଜୟିନୀ ହୋଇ ଓଡିଶା କୁଇନ -2024 ମୁକୁଟ ପିନ୍ଧିଥିଲେ ବାଲେଶ୍ୱରର ରାମିୟା ହୁଇ , ପ୍ରଥମ ରନାର୍ସ ଅପ ସୁନ୍ଦରଗଡ଼ର ମିନୁ ଭୋଇ ଓ ଦ୍ଵିତୀୟ ରନର୍ସ ଅପ ହୋଇଥିଲେ ବ୍ରହ୍ମପୁରର ରୁପାଲୀ ମିଶ୍ର। ଯେଉଁ ଶ୍ରେଷ୍ଠ ପାଞ୍ଚଜଣ ପ୍ରତିଯୋଗିନୀ ବିଭିନ୍ନ ବର୍ଗରେ ସବ -ଟାଇଟଲ ଜିତିଥିଲେ , ସେମାନେ ହେଲେ ଏସ. ବି ଯଶ୍ମିନ, ଭାସ୍ବତୀ ପତି, ସସ୍ମିତା ସାହୁ, ଅର୍ପିତା ଦାସ ଓ ଅଙ୍କିତା।

ରଙ୍ଗାରଙ୍ଗ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜର ନୃତ୍ୟର ଜଲୱା ଦେଖାଇଥିଲେ ଓଲିଉଡ଼ ଷ୍ଟାର ଅଭିନେତା ଓ ଅଭିନେତ୍ରୀ ସୁଭାଶିଷ -ଶୀତଲ, ଭୂମିକା, ଶିବାନୀ ସଂଗୀତା , ଦେବାଶିଷ ପାତ୍ର, ରାଗିଣୀ ସୂତ୍ରଧର , ଦିବ୍ୟାଦିଶା ଓ ଅଭିନେତ୍ରୀ କୁକୀ। କୋରିଓଗ୍ରାଫି କରିଥିଲେ ବିଦୁ ସାର। ନିଜର ସୁଲଳିତ କଣ୍ଠରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ କଣ୍ଠଶିଳ୍ପୀ ସ୍ୱୟଂ ପାଢ଼ୀ ଓ ଅନ୍ତରା ଚକ୍ରବର୍ତ୍ତୀ।

ଏହି ଅବସରରେ ଆର. ଆର ସିନେ ପ୍ରଡକ୍ସନ ପ୍ରସ୍ତୁତ “ଆଜିର ରେବତୀ’ ଚଳଚ୍ଚିତ୍ରର ଟିଜର ରିଲିଜ ହୋଇଥିଲା। ଲେଖକ ଡ଼. ବଦ୍ରି ମିଶ୍ର, ଚିତ୍ରନାଟ୍ୟ ଓ ସଂଳାପ ଲେଖକ ଶ୍ୟାମା ପ୍ରସାଦ ମିଶ୍ର, ପ୍ରଯୋଜକ ରମେଶ ବାରିକ, ନିର୍ଦ୍ଦେଶକ ଶୁଭ୍ରାଂଶୁ ଦାସ, ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ଅଭିନେତା ବୋନି ସେନଗୁପ୍ତା, ଶୀତଲ ପାତ୍ର, ସୁକାନ୍ତ ରଥ, ପୁଷ୍ପା ପଣ୍ଡା, ବିଶ୍ୱନାଥ ବସୁ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଉତ୍ସବଟି ଓଡ଼ିଶାର ବିଶିଷ୍ଟ ସିନେ ଓ ଟିଭି ବ୍ୟକ୍ତିତ୍ୱ ଶ୍ୟାମା ପ୍ରସାଦ ମିଶ୍ରଙ୍କ ପରିଚାଳନାରେ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା।

ଅତିଥି ଭାବେ ଯୋଗ ଦେଇଥିଲେ ବିଧାୟକ ତଥା ଚଳଚିତ୍ର ଅଭିନେତା ଆକାଶ ଦାସ ନାୟକ, ବିଧାୟିକା ସୋଫିଆ ଫିର୍ଦୋସ, ପାର୍ଥ ସାରଥୀ ମିଶ୍ର, ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ଡାକ୍ତର ଅମ୍ରିତ ପାଟ୍ଟଯୋଶୀ, ଯାହିଦା ପଟ୍ଟନାୟକ,ଡାକ୍ତର ଜୟନ୍ତ ପଣ୍ଡା ଏବଂ ସୁକୀର୍ତ୍ତି ପଟ୍ଟନାୟକ। ସହଯୋଗୀ ଥିଲେ ସାସ୍ୱତୀ ପତି, ବର୍ଣ୍ଣାଳି ହୋତା, ଅରବିନ୍ଦ ଜେନା, ଅରୁଣ ମନ୍ତ୍ରୀ, ପ୍ରଶାନ୍ତ ଦାଶ ଓ ସାମ୍ବାଦିକ ହରପ୍ରସାଦ ମହାପାତ୍ର।

ଉପସ୍ଥାପନାରେ ଥିଲେ ପୁପିନ୍ଦର, ମୁନମୁନ ଓ ମାନସୀ ମିଶ୍ର। ଫଟୋଗ୍ରାଫିରେ ଥିଲେ ଅଖିଲ।ଓଲିଉଡ଼ ଇଣ୍ଡଷ୍ଟ୍ରିର ପ୍ରାୟ ସମସ୍ତ ପ୍ରଯୋଜକ, ଅଭିନେତା, ଅଭିନେତ୍ରୀ, ଟେକ୍ନିସିଆନ ଓ ମିଡ଼ିଆ ଏହି ଉତ୍ସବରେ ଉପସ୍ଥିତ ଥିଲେ।

ହରପ୍ରସାଦ ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.