ଏୟାର ପିସ୍ତଲ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିବା ମନୁ ଭାକରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Published: Jul 28, 2024, 6:36 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ମହିଳା ୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିବା ମନୁ ଭାକରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି:

‘‘ଏକ ଐତିହାସିକ ପଦକ! ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିବାରୁ ସାବାସ୍‌, @realmanubhaker! କାଂସ୍ୟ ପଦକ ପାଇଁ ଅଭିନନ୍ଦନ। ପ୍ରଥମ ମହିଳା ଭାବେ ଭାରତ ପାଇଁ ଶୁଟିଂରେ ଏକ ପଦକ ଜିତିଥିବାରୁ ଏହି ସଫଳତା ଆହୁରି ଅଧିକ ସ୍ୱତନ୍ତ୍ର ହୋଇପାରିଛି । ଏକ ଉଲ୍ଲେଖନୀୟ ସଫଳତା ! #Cheer4Bharat”

Related posts