Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭିନ୍ନ କାହାଣୀ ସହିତ ଖୁବ୍ ଶୀଘ୍ର ବଡ଼ ପରଦାରେ ନୂଆ ଓଡ଼ିଆ ଫିଲ୍ମ “ଶିମଲୀ”
ଆଜିର ଖବର

ଭିନ୍ନ କାହାଣୀ ସହିତ ଖୁବ୍ ଶୀଘ୍ର ବଡ଼ ପରଦାରେ ନୂଆ ଓଡ଼ିଆ ଫିଲ୍ମ “ଶିମଲୀ”

August 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ବଡ଼ ପରଦାରେ ନିଚ୍ଛକ ଓ ବାସ୍ତବବାଦ କାହାଣୀ ଦେଖିବାକୁ ଏବେ ସମସ୍ତ ଦର୍ଶକଙ୍କର ଇଚ୍ଛା ରହିଛି। କେବଳ ବଲିଉଡ୍ ବା ଟଲିଉଡ ନୁହଁ ଓଲିଉଡରେ ମଧ୍ୟ ଏହାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୋଟିଏ ସମୟରେ ଓଡ଼ିଆ ଫିଲ୍ମକୁ ଲୋକେ କାହାଣୀ ପାଇଁ ନାପସନ୍ଦ କରୁଥିଲେ। ଗୋଟିଏ ପ୍ରକାରର କାହାଣୀ ଦେଖି ଦର୍ଶକେ ବୋର୍ ହେଉଥିଲେ। କିନ୍ତୁ ଏବେ ପୁଣିଥରେ ଲୋକେ ଓଡ଼ିଆ ଫିଲ୍ମ ଦେଖିବାକୁ ରୁଚି ରଖୁଛନ୍ତି ଯାହାଫଳରେ ଥିଏଟର ମୁହାଁ ହେଇଛନ୍ତି ଦର୍ଶକ। ବିଗତ ଦିନରେ ଅନେକ ଗୁଡ଼ିଏ ସୁନ୍ଦର ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଦର୍ଶକଙ୍କର ଇଚ୍ଛା ଓ ରୁଚିକୁ ପରଖି ୟଙ୍ଗ ଓ ଡାଇନାମିକ ନିର୍ଦ୍ଦେଶକ ବା ପ୍ରଯୋଜକ ନିଚ୍ଛକ କାହାଣୀ ବା ୟୁନିକ କନସେପ୍ଟ ଥିବା ଫିଲ୍ମକୁ ଗୁରୁତ୍ଵ ଦେଉଛନ୍ତି।

ଏହି ଧାରାରେ ଖୁବଶିଘ୍ର ଏକ ଭିନ୍ନ ଓ ଶିମିଳିପାଳ ଜଙ୍ଗଲରେ ନିତିଦିନ ଘଟୁଥିବା ଘଟଣାକୁ ନେଇ କାହାଣୀ ଆଖ୍ୟା ଦେଇ ବଡ଼ ପରଦାରେ ଭେଟିଦେବାକୁ ଯାଉଛନ୍ତି ପ୍ରଯୋଜିକା ସ୍ମିତା ରାଉତ। ଫିଲ୍ମରେ ଅନେକ ଷ୍ଟାର କାଷ୍ଟ ସାମିଲ ରହିବା ସହିତ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ସଂପାଦନାରୁ କ୍ୟାରିୟର ଆରମ୍ଭ କରିଥିବା ବହୁ ଅଭିଜ୍ଞ ଯୁବ ଏଡିଟର ତଥା ନିର୍ଦ୍ଦେଶକ ସୁକୁମାର ମଣି। ଆକ୍ସନ ସିନ୍ ର ଦାୟିତ୍ଵ ନେଇଛନ୍ତି ଲୋକପ୍ରିୟ ଫାଇଟ୍ ମାଷ୍ଟର ଯୁଡୋ ରାମୁ। ଫିଲ୍ମରେ ସଙ୍ଗୀତଭାର ସମ୍ଭାଳିଛନ୍ତି ବାଚୁ ମୁଖାର୍ଜୀ, ବିଷ୍ଣୁ ମୋହନ କବି ଓ ଏସ.ବି ସ୍ମୃତି।

ଲୋକପ୍ରିୟ ସିଙ୍ଗର ସୁବାସ ଦାସ, ଇରା ମହାନ୍ତି, ମଣ୍ଟୁ ଛୁରିଆ, କୁଲଦୀପ ପଟ୍ଟନାୟକ, ଅର୍ପିତା ଚୌଧୁରୀ ଓ ଦିପ୍ତୀରେଖା ପାଢ଼ୀ କଣ୍ଠଦାନ କରିଥିବାବେଳେ ଗୀତ ରଚନା କରିଛନ୍ତି ଶିର୍ଷାନନ୍ଦ ଦାସ କାନୁନଗୋ ଓ ଡଃ ନିର୍ମଳ ନାୟକ। ଫିଲ୍ମର ନୃତ୍ୟ ନିର୍ଦ୍ଦେଶନା ଅମିତ ନାୟକ, ସୁଶାନ୍ତ ମଣି ଓ ମଣ୍ଟୁ ଜେନା ନେଇଥିବା ବେଳେ କଳା ନିର୍ଦ୍ଦେଶକ ଅଛନ୍ତି ଗଣେଶ ଦାସ। ମେକ ଅପ୍ ଦେଇଛନ୍ତି ସମରେଶ ପାଲ ଓ ପୋଷାକ ଡିଜାଇନ କରିଛନ୍ତି ସନ୍ତୋଷ। ଡିଓପିରେ ଅଛନ୍ତି ଧୃବାନନ୍ଦ ପଣ୍ଡା।

ଜଙ୍ଗଲ ନଷ୍ଟ କରିବା ସହ ପଶୁଙ୍କୁ ଧନ ସମ୍ପତି ପାଇଁ ମାରିବା ଏବେ ଜଙ୍ଗଲ ମାଫିଆଙ୍କ ମୁଖ୍ୟ କାମ। ଏଥି ପାଇଁ ସରକାରଙ୍କ ତରଫରୁ ନିୟମ ଥିଲେ ମଧ୍ୟ ତାହା ଠିକ୍ ଭାବରେ ପାଳନ ହେଉନାହିଁ ଯାହା ଫଳରେ ଏହା ହୋଇଛି ଆନ୍ତର୍ଜାତୀୟ ସ୍ତରରେ କଳା ବେପାର। ତେବେ ଏହାକୁ ରୋକିବ କିଏ ? ଏହି କାହାଣୀକୁ ଫିଲ୍ମରେ ନିଖୁଣ ଭାବରେ ଦର୍ଶାଯାଇଛି ଯାହା ଜାଣିବା ପାଇଁ ଆମକୁ ଦେଖିବାକୁ ପଡ଼ିବ ଏହି ଫିଲ୍ମ ‘ଶିମଲୀ’। ଫିଲ୍ମର କାର୍ଯ୍ୟନିର୍ବାହୀ ପ୍ରଯୋଜକ ଅଛନ୍ତି ସଂଯୁକ୍ତା ମହାନ୍ତି ଓ ଶୁଭେନ୍ଦୁ କୁମାର ପଣ୍ଡା ଏବଂ ସହ ପ୍ରଯୋଜକ ଅଛନ୍ତି ପରେଶ ଚନ୍ଦ୍ର ମହାନ୍ତ। ପ୍ରଯୋଜିକା ସ୍ମିତା ରାଉତ ଏହି ଫିଲ୍ମର କାହାଣୀ ଲେଖିଛନ୍ତି ଓ ସଂଳାପ ଲେଖିଛନ୍ତି ଭାବ ବିନୋଦ ମହାପାତ୍ର। ଏଥିରେ ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଅଛନ୍ତି କ୍ରିଏଟିଭ ହେଡ୍‌ (ମାର୍କେଟିଙ୍ଗ୍ ଓ ଫିଆର୍) ପ୍ରଣୟ ଜେଠୀ।

ପ୍ରଥମେ ପ୍ରଯୋଜନା ସଂସ୍ଥା ଚଳଚ୍ଚିତ୍ରର ନାମ ଘୋଷଣା କରିଥିବା ବେଳେ ଏହାର ବିଭିନ୍ନ ଭୂମିକାରେ ଥିବା କଳାକାରମାନଙ୍କ ନାମ ଅତିଶିଘ୍ର ଘୋଷଣା କରାଯିବ ବୋଲି କହିଛି ପ୍ରଯୋଜନା ସଂସ୍ଥା।

Bollywood ollywood tollywood
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.