ଦ୍ୱିତୀୟ ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ବୈଠକ

Published: Aug 11, 2024, 7:24 am IST

ଭୁବନେଶ୍ୱର: ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସମସ୍ତ ବିଦ୍ୟାଳୟରେ ୨୦୨୪-୨୫ ଶିକ୍ଷାବର୍ଷର ଦ୍ୱିତୀୟ ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ବୈଠକ (ଏସଏମସି) / ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ (ଏସ୍‌ଏମ୍‌ଡ଼ିସି) ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାରେ ସମସ୍ତ ସଭ୍ୟ ଓ ଅଭିଭାବକ ଯୋଗ ଦେଇଥିଲେ।

ଆଜିର ବୈଠକରେ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ନିରାପତ୍ତା ବ୍ୟବସ୍ଥା, ଅନଲାଇନ୍‌ ସୁରକ୍ଷା ଓ ସାଇବର ସଚେତନତା, ସ୍ୱଚ୍ଛତା ପକ୍ଷ ପାଳନ, ସୁରଭି-୨୦୨୪, ବିଦ୍ୟାଳୟର ୟୁଥ୍‌ ଏବଂ ଇକୋ କ୍ଲବ୍‌ ଗଠନ, ଛାତ୍ରଛାତ୍ରୀମାନଙ୍କୁ ବୟସ ଅନୁଯାୟୀ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା ଓ ନିୟମିତ ଭାବରେ ଶିକ୍ଷା ସମାପ୍ତିକୁ ସୁନିଶ୍ଚିତ କରିବା, ବେଟି ବଚାଓ ବେଟି ପଢ଼ାଓ, କୈଶୋର ଛାତ୍ରୀମାନଙ୍କ ପାଇଁ ଇନସିନେରେଟର ଓ ଭେଣ୍ଡିଂ ମେସିନର ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା।

ବୈଠକରେ ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ଶିକ୍ଷାର ବିକାଶ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପଦାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ବିଦ୍ୟାଳୟ ପରିଦର୍ଶନ କରିଥିଲେ।

Related posts