Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଭେଟିଲେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ବିଜେପିରେ ମିଶିବେ କି ?
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଭେଟିଲେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ବିଜେପିରେ ମିଶିବେ କି ?

August 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଭେଟିଲେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, କଣ ବିଜେପିରେ ମିଶିବେ କି ?

ଭୁବନେଶ୍ବର: ଆଜି ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ଚାରିଆଡେ ଚାଲିଥିବା ବେଳେ ଏହା ଭିତରେ ଏକ ରାଜନୈତିକ ହଟଚମଟ ସୃଷ୍ଟି କରିବା ପରି ଖବର ମଧ୍ୟ ଆସିଛି। ତାହା ହେଲା ଯେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆଜି ସାକ୍ଷାତ କରିଛନ୍ତି ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସୌମ୍ୟ ରଂଜନ ଗତ ନିର୍ବାଚନରେ ଘସିପୁରାରୁ ସ୍ବାଧୀନ ଭାବେ ନିର୍ବାଚନ ଲଢେଇ କରି ହାରିଯାଇଛନ୍ତି। ହେଲେ ଆଜି ତାଙ୍କ ସାକ୍ଷାତକୁ ନେଇ ବେଶ ଚର୍ଚ୍ଚା ବଢିଯାଇଛି।

ଆଜି ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ରାଜ୍ୟ ଅତିଥୀ ଭବନରେ ବିଭିନ୍ନ ବର୍ଗର ଭଉଣୀମାନେ ଆସି ତାଙ୍କୁ ରାକ୍ଷୀ ପିନ୍ଧାଉଥାନ୍ତି। ଏହା ଭିତରେ ପ୍ରବେଶ କଲେ ବର୍ତ୍ତମାନ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ଥିବା ସୌମ୍ୟରଂଜନ। ତାଙ୍କ ଆସିବା ନେଇ ସେଠାରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସହିତ ବହୁ ନେତା ଆଶ୍ଚର୍ଯ୍ୟ ହୋଇଥିଲେ। ସେ କଣ ବିଜେପିରେ ମିଶିବେ କି ବୋଲି ସମସ୍ତଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା।

ହେଲେ ସୌମ୍ୟରଂଜନ ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡା ଦେଇ କିଛି ସମୟ କଥା ହୋଇ ବାହାରକୁ ଆସିଥିଲେ। ସୌମ୍ୟରଂଜନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରୁଛନ୍ତି ବୋଲି ଖବର ଆସିବା ପରେ ଗଣମାଧ୍ୟମ ସେଠାରେ ଛକି ରହିଥିଲେ। ସୌମ୍ୟରଂଜନ ବାହାରିବା ପରେ ସେ କଣ ବିଜେପିରେ ମିଶିବେ କି ବୋଲି ପ୍ରଶ୍ନ ପଚରାଯାଇଥିଲା। ହେଲେ ସୌମ୍ୟରଂଜନ କହିଥିଲେ ଯେ, ଖାଲି ବିଜେପିରେ ମିଶିଲେ କଣ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରାଯାଏ?

ସେ ଆହୁରି କହିଥିଲେ ଯେ, ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଆସୁଛନ୍ତି ସମସ୍ତେ କଣ ବିଜେପି। ସେ ହେଉଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ, ତାଙ୍କୁ ସାକ୍ଷାତ କରିବାରେ କୌଣସି ଅସୁବିଧା ନାହିଁ। ଆମର ନିଶା ନିବାରଣ ଉପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସେ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛି। କେବଳ ଦଳରେ ରହିଲେ ଯେ ରାଜନୀତି କରିହେବ ତା ନୁହେଁ। ଦଳରେ ନ ରହି, ନିର୍ବାଚନ ନ ଲଢି ମଧ୍ୟ ରାଜନୀତି କରିହେବ।

ସେ ପୁଣି କହିଥିଲେ ଯେ, ରାଜନୀତିର ଉଦ୍ଦେଶ୍ୟ ହେଉଛି ଲୋକସେବା। ମୁଁ ରାଜନୀତିରେ ନ ରହିଥିଲେ ମଧ୍ୟ ଲୋକସେବାକୁ ଜାରୀ ରଖିବି। ଏଥିରେ ମୋତେ କେହି ବାରଣ କରିପାରିବେ ନାହିଁ। ଦଳରେ ରହି, ପତାକା ଧରି ଜିନ୍ଦାବାଦ କରିବା କେବଳ ରାଜନୀତି ନୁହେଁ ବୋଲି ସୌମ୍ୟରଂଜନ କହିଛନ୍ତି। ଯେଉଁ ନୀତି ଦ୍ବାରା ଆମେ ପ୍ରଭାବିତ ହେଉ ବା ପରିଚାଳିତ ହେଉ, ସେହି ନୀତି ଉପରେ ଯେଉଁମାନେ କାମ କଲେ ତାହା ମଧ୍ୟ ରାଜନୀତି। ଆମେ ସେହିପରି ଯେଉଁ କାର୍ଯ୍ୟ କରୁଛୁ ତାହା ଯଦି ସରକାରଙ୍କୁ ପ୍ରଭାବିତ କରିପାରିଲା ତେବେ ଆମେ ସଫଳ ହେଲୁ ବୋଲି କହିବୁ।

ସୌମ୍ୟରଂଜନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ସମୟ ଆସିଲା, ସୁରକ୍ଷା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ 

December 18, 2025

କେନାଲ ଭିତରେ ଫସିଗଲା ମଇଁଷି, ଅଗ୍ନିଶମ କର୍ମଚାରୀ କଲେ ଉଦ୍ଧାର, ଦେଖନ୍ତୁ ଭିଡିଓ

December 18, 2025

ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ରାଜ୍ୟ କଂଗ୍ରେସର କର୍ମିମାନେ କାହିଁକି କଲେ ଘେରାଉ, ଜାଣନ୍ତୁ କାରଣ

December 18, 2025

ସୁରକ୍ଷିତ ଘରକୁ ଫେରିଲେ ସୁଦାନରେ ନିଖୋଜ ଯୁବକ: ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

December 18, 2025
Latest News

ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ସମୟ ଆସିଲା, ସୁରକ୍ଷା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ 

December 18, 2025

କେନାଲ ଭିତରେ ଫସିଗଲା ମଇଁଷି, ଅଗ୍ନିଶମ କର୍ମଚାରୀ କଲେ ଉଦ୍ଧାର, ଦେଖନ୍ତୁ ଭିଡିଓ

December 18, 2025

ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ରାଜ୍ୟ କଂଗ୍ରେସର କର୍ମିମାନେ କାହିଁକି କଲେ ଘେରାଉ, ଜାଣନ୍ତୁ କାରଣ

December 18, 2025

ସୁରକ୍ଷିତ ଘରକୁ ଫେରିଲେ ସୁଦାନରେ ନିଖୋଜ ଯୁବକ: ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

December 18, 2025

ରାଜ୍ୟସଭାରେ ପାରିତ ହେଲା ‘ସମସ୍ତଙ୍କ ପାଇଁ ବୀମା, ସମସ୍ତଙ୍କ ପାଇଁ ସୁରକ୍ଷା ବିଲ୍ 2025’

December 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.