ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ସୋସିଆଲ ମିଡିଆରୁ ତୁରନ୍ତ ହଟାଯାଉ ଦୁଷ୍କର୍ମ ପୀଡିତାଙ୍କ ଫଟୋ ଏବଂ ପରିଚୟ

Published: Aug 21, 2024, 8:47 am IST
supreme-court

ନୂଆଦିଲ୍ଲୀ: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କ ପ୍ରତି ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସୁପ୍ରିମକୋର୍ଟ ଆକ୍ସନ ମୋଡରେ ଅଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ କୋଲକାତା ହତ୍ୟାକାଣ୍ଡର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିଚୟ ତଥା ସୋସିଆଲ ମିଡିଆରେ ତାଙ୍କ ଫଟୋଗ୍ରାଫର ଉପସ୍ଥିତି ଭୁଲ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ତୁରନ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ପୀଡିତାଙ୍କ ଫଟୋ ହଟାଇବାକୁ ସୁପ୍ରିମକୋର୍ଟ କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଆଇନ ଅନୁଯାୟୀ ଜଣେ ଦୁଷ୍କର୍ମ ପୀଡିତାଙ୍କ ପରିଚୟ କେବଳ ତାଙ୍କ ସହମତିରେ ପ୍ରକାଶ କରାଯାଇପାରିବ। ସେଥିପାଇଁ ୨୦୧୨ ଦିଲ୍ଲୀ ଗଣ ଦୁଷ୍କର୍ମ ପୀଡିତାଙ୍କୁ ତାଙ୍କ ପ୍ରକୃତ ନାମ ବଦଳାଇ ‘ନିର୍ଭୟା’ କୁହାଯାଉଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୋଲକାତା ଦୁଷ୍କର୍ମ ପୀଡିତାଙ୍କ ଫଟୋ ସୋସିଆଲ ମିଡିଆରୁ ହଟାଇବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ପରିଚୟ ପ୍ରକାଶ ପାଇଁ କେତେକ ଗଣମାଧ୍ୟମ ସଂଗଠନ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ମଧ୍ୟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସୁପ୍ରିମକୋର୍ଟ କ’ଣ କହିଛନ୍ତି?:

ଏହି ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ, କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ନିର୍ଯାତିତ ହୋଇଥିବା ପୀଡିତାଙ୍କ ନାମ ତଥା ପରିଚୟ ଗଣମାଧ୍ୟମ ସଂସ୍ଥା ଯେଉଁଭଳି ଭାବେ ପ୍ରକାଶ କରୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ୍। ଏହା ସହିତ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଦିଆଯାଇଥିବା ବ୍ୟବସ୍ଥା ବିରୋଧରେ ମଧ୍ୟ କୁହାଯାଇଛି କାରଣ ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ପ୍ରକାଶ କରାଯାଇପାରିବ ନାହିଁ।

Related posts