ସୀମାରେ ପୁଣି ଷଡଯନ୍ତ୍ର ରଚିଲା ‘ଡ୍ରାଗନ୍’, LAC ନିକଟରେ ନିର୍ମାଣ କଲା ୬ ଟି ହେଲିଷ୍ଟ୍ରିପ୍

Published: Aug 21, 2024, 2:03 pm IST

ନୂଆଦିଲ୍ଲୀ: ଚୀନ୍ ପୁଣି ଥରେ ସୀମାରେ ଷଡଯନ୍ତ୍ର ଆରମ୍ଭ କରିଛି। ଚୀନ୍ ସେନା ଲଦାଖ ସୀମାବର୍ତ୍ତୀ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ୬ ଟି ନୂତନ ହେଲିଷ୍ଟ୍ରିପ୍ ନିର୍ମାଣ କରିଛି। ଉପଗ୍ରହ ଫଟୋ ମାଧ୍ୟମରେ ଏହା ପ୍ରକାଶ ପାଇଛି। ଯେଉଁଠାରେ ହେଲିଷ୍ଟ୍ରିପ୍ ନିର୍ମାଣ କରାଯାଇଛି, ତାହା ପଶ୍ଚିମ ତିବ୍ଦତରେ ଅବସ୍ଥିତ। ଲଦାଖର ଡେମଚୋକ୍ ଠାରୁ ଏହି ହେଲିଷ୍ଟ୍ରିପ୍ସର ଦୂରତା ୧୦୦ ମାଇଲ୍ ଅଟେ, ଯେଉଁ କାରଣରୁ ବିପଦ ଆହୁରି ବଢିଯାଏ। ବର୍ତ୍ତମାନ ସୁଦ୍ଧା ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

Related posts