ଜମ୍ମୁ କାଶ୍ମୀରରେ କେତେ ମୁସଲମାନ ନେତାଙ୍କୁ ଟିକେଟ ଦେଲା ବିଜେପି?: ତାଲିକା ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

Published: Aug 26, 2024, 1:03 pm IST

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ୪୪ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ପ୍ରଥମ ପର୍ଯ୍ୟାୟ ପାଇଁ ୧୫ ଜଣ ପ୍ରାର୍ଥୀଙ୍କ ନାମ ବିଜେପି ଘୋଷଣା କରିଛି। ଏଥି ସହିତ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ୧୯ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି। ଏହି ୪୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୪ ଜଣ ପ୍ରାର୍ଥୀ ମୁସଲମାନ ସମ୍ପ୍ରଦାୟରୁ ଆସିଛନ୍ତି।

ପମ୍ପୋର ବିଧାନସଭା ଆସନରୁ ଇଞ୍ଜିନିୟର ସୟଦ ଶୌକତ ଗୟୁର ଅନ୍ଦ୍ରାବୀଙ୍କୁ ବିଜେପି ଟିକେଟ ଦେଇଛି। ଯେତେବେଳେ କି, ରାଜପୋରାରୁ ଅରସିଦ ଭଟ୍ଟ, ଶୋପିୟାଁରୁ ଜାଭେଦ୍ ଅହମ୍ମଦ କାଦ୍ରି, ଅନନ୍ତନାଗ ପଶ୍ଚିମରୁ ମହମ୍ମଦ ରଫିକ୍ ୱାନି ଏବଂ ଅନନ୍ତନାଗର ଆଡଭୋକେଟ୍ ସୟଦ ୱଜାହତଙ୍କୁ ଟିକେଟ୍ ଦିଆଯାଇଛି।

ଏହା ବ୍ୟତୀତ ଶ୍ରୀଗୁଫୱାଡ଼ା ବିଜବେହାରର ସୋଫି ୟୁସୁଫ୍, ଇନ୍ଦରୱଲରୁ ତାରିକ୍ କିନ୍, ବନିହାଲରୁ ସଲିମ ଭଟ୍ଟ, ଗୁଲାବଗଢରୁ ମହମ୍ମଦ ଅକ୍ରାମ ଚୌଧୁରୀ, ବୁଦ୍ଧଲରୁ ଚୌଧୁରୀ ଜୁଲଫିକର ଅଲି, ଥନ୍ନାମଣ୍ଡିରୁ ମହମ୍ମଦ ଇକବାଲ ମଲିକ, ସୁରନକୋଟେ ସୟଦ ମୁସ୍ତାକ ଅହମ୍ମଦ ବୁଖାରୀ, ପୁଞ୍ଛ ହଭେଲିରୁ ଚୌଧୁରୀ ଅବଦୁଲ ଗନି ଏବଂ ମେଣ୍ଢରରୁ ମୁର୍ତଜା ଖାନଙ୍କୁ ପ୍ରାର୍ଥୀ କରାଯାଇଛି।

Related posts