Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ଡିଜିଟାଲ ସେବାର ସୁଫଳ ଏବେ ଓଡିଶାର ୪୭୦୦୦ ରୁ ଅଧିକ ଗାଁରେ ଉପଲବ୍ଧ
ଆଜିର ଖବର

ଜିଓ ଡିଜିଟାଲ ସେବାର ସୁଫଳ ଏବେ ଓଡିଶାର ୪୭୦୦୦ ରୁ ଅଧିକ ଗାଁରେ ଉପଲବ୍ଧ

August 28, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଡିଜିଟାଲ୍ ଅନ୍ତର୍ଭୂକ୍ତିକରଣକୁ ତ୍ୱରାନ୍ୱିତ କରିବା ଏବଂ ଡିଜିଟାଲ୍ ବୈଷମ୍ୟକୁ ଦୂର କରିବା ପାଇଁ ଏହାର ନିରନ୍ତର ଉଦ୍ୟମର ଅଂଶସ୍ୱରୂପ ରିଲାଏନ୍ସ ଜିଓ ଏହାର ୪ଜି / ୫ଜି ନେଟୱାର୍କ ସହିତ ଓଡିଶାର ହଜାର ହଜାର ଦୁର୍ଗମ ଗ୍ରାମଗୁଡିକୁ ଡିଜିଟାଲ ସେବା ସହିତ ସଂଯୁକ୍ତ କରିଛି। ସମସ୍ତ ସ୍ଥାନରେ ବିଶ୍ୱ ସ୍ତରୀୟ ଡାଟା ସେବା ଉପଲବ୍ଧ କରାଇବା ପାଇଁ ଏହାର ପ୍ରତିବଦ୍ଧତା ସ୍ୱରୂପ ପୂର୍ବରୁ ଆଧୁନିକ ଯୋଗାଯୋଗ ଭିତ୍ତିଭୂମିର ଅଭାବ ରହିଥିବା ଅଂଚଳଗୁଡିକରେ ଜିଓ ଦ୍ରୁତ ଗତିରେ ୪ଜି / ୫ଜି ନେଟୱାର୍କ ସ୍ଥାପନ ଜାରି ରଖିଛି।

ବିବିଧ ଭୌଗଳିକ ଆହ୍ୱାନ ଓ ବାଧାବିଘ୍ନ ଅତିକ୍ରମ କରି ଜିଓ ସଫଳତାର ସହିତ ଏହାର ବିଶ୍ୱସ୍ତରୀୟ ନେଟୱାର୍କକୁ ଓଡିଶାର ୪୭୦୦୦ ରୁ ଅଧିକ ଗ୍ରାମକୁ ବିସ୍ତାର କରିଛି ଏବଂ ଏବେବି ଅପହଞ୍ଚ ରହିଥିବା ରାଜ୍ୟର ଅନ୍ୟାନ୍ୟ ସୁଦୂର ତଥା ଦୁର୍ଗମ ଗ୍ରାମଗୁଡ଼ିକରେ ଦ୍ରୁତ ଗତିରେ ନେଟୱାର୍କ ସ୍ଥାପନ କରିବା ଦିଗରେ କାର୍ଯ୍ୟ କରୁଛି। ରାଜ୍ୟର ଅନେକ ସୁଦୂର ଦୁର୍ଗମ ଗ୍ରାମରେ ଜିଓର ୪ଜି / ୫ଜି ନେଟୱାର୍କ ଲୋକଙ୍କ ପାଇଁ ଉପଲବ୍ଧ ଏକମାତ୍ର ଡିଜିଟାଲ ନେଟୱାର୍କ ହୋଇଛି। ଜିଓର ନିର୍ଭରଯୋଗ୍ୟ ଡାଟା ନେଟୱାର୍କ ଏହି ଦୁର୍ଗମ ଅଂଚଳର ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସହିତ ସେମାନଙ୍କର ତ୍ୱରିତ ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ପଥ ପରିଷ୍କାର କରିଛି।

ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ରହିଥିବା ଡିଜିଟାଲ ବୈଷମ୍ୟକୁ ଦୂର କରିବା ପାଇଁ ଏହାର ନିରନ୍ତର ପ୍ରୟାସ ମାଧ୍ୟମରେ ଜିଓ ଓଡ଼ିଶାର ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳରେ ଏହାର ହାଇ ସ୍ପିଡ୍ ଡାଟା ନେଟୱାର୍କ ସ୍ଥାପନ କାର୍ଯ୍ୟ ଜାରି ରଖିଛି। ଏହି ମହତ୍ୱାକାଂକ୍ଷୀ ମିଶନର ଲକ୍ଷ୍ୟ ହେଉଛି ଉତ୍ତମ ଡିଜିଟାଲ ଯୋଗାଯୋଗ ସେବାରୁ ବିଚ୍ଛିନ୍ନ ରହିଥିବା ସମୁଦାୟ ଗୁଡିକୁ ଜିଓ ଡିଜିଟାଲ ସେବା ମାଧ୍ୟମରେ ସଂଯୁକ୍ତ କରି ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣକୁ ଆଗକୁ ବଢାଇବା ଏବଂ ସମସ୍ତଙ୍କ ପାଇଁ ଉତ୍ତମ ଯୋଗାଯୋଗ ସାଧନର ସୁଯୋଗ ଉପଲବ୍ଧ କରାଇବା।

ଏହି ଦୁର୍ଗମ ଗ୍ରାମଗୁଡିକରେ ମୋବାଇଲ୍ ଏବଂ ଡାଟା ସେବାର ପ୍ରବର୍ତ୍ତନ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ବେଶ ଆଦୃତ ଏବଂ ପ୍ରଶଂସିତ ହୋଇଛି। ଅନେକ ଗ୍ରାମବାସୀଙ୍କ ପାଇଁ ଏହା ପ୍ରଥମ ଥର ପାଇଁ ଡିଜିଟାଲ୍ ସଂଯୋଗର ଲାଭ ଆଣିଦେଇଛି। ଏହା ଦ୍ୱାରା ସେମାନଙ୍କ ପାଖରେ ଡିଜିଟାଲ୍ ସେବା, ଶିକ୍ଷା, ସ୍ୱାସ୍ଥ୍ୟସେବା, ବ୍ୟାଙ୍କିଙ୍ଗ୍ ଏବଂ ଅନ୍ୟାନ୍ୟ ଆର୍ଥିକ ସେବା ପହଞ୍ଚିବା ସହଜ ହୋଇଛି ଏବଂ ସେମାନଙ୍କ ନିକଟରେ ଉପଲବ୍ଧ ଅର୍ଥନୈତିକ ସୁଯୋଗରେ ବୃଦ୍ଧି ଘଟିଛି। ଏଥିସହିତ ଏସବୁ ଅଂଚଳର ବାସିନ୍ଦାମାନେ ଏବେ ଦୂରରେ ରହୁଥିବା ସେମାନଙ୍କ ବନ୍ଧୁବାନ୍ଧବ ଓ ସମ୍ପର୍କୀୟମାନଙ୍କ ସହିତ ସହଜରେ ସବୁସମୟରେ ଯୋଗାଯୋଗରେ ରହିପାରିବ ସହିତ ସଦ୍ୟତମ ସୂଚନା ପାଇବା ପାଇଁ ନୂଆ ବାଟ ଖୋଲିଛି।

ହଜାର ହଜାର ସୁଦୂର ଗ୍ରାମକୁ ଡିଜିଟାଲ ସେବା ମାଧ୍ୟମରେ ସଂଯୁକ୍ତ କରିବା ପାଇଁ ଜିଓର ଏହି ପ୍ରୟାସ ସମସ୍ତଙ୍କ ପାଖରେ ଡିଜିଟାଲ୍ ସେବାକୁ ପହଞ୍ଚାଇବାର ଏହାର ଲକ୍ଷ୍ୟ ସହିତ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ମଧ୍ୟରେ ରହିଥିବା ଡିଜିଟାଲ ବ୍ୟବଧାନକୁ ଦୂର କରିବାରେ ସହାୟକ ହୋଇଛି। ବଣପାହାଡ଼ ଘେରା କନ୍ଧମାଳ ଜିଲ୍ଲାର କଲିଙ୍ଗି, ସୁଲୁମାହା, ଜାଡାଙ୍ଗୀ ଭଳି ସଂଯୋଗ ହୋଇନଥିବା ଗ୍ରାମ ହେଉ କିମ୍ବା କଳାହାଣ୍ଡିର କର୍ଲାପାଟ, କିଆପଦର ଏବଂ କାଣିଗୁମା ଗ୍ରାମପଞ୍ଚାୟତର ଘଞ୍ଚଜଙ୍ଗଲ ଆଚ୍ଛାଦିତ ସୁଦୂର ଗ୍ରାମ ହେଉ, ଦୁର୍ଗମ ଅଂଚଳରେ ଡିଜିଟାଲ ରୂପାନ୍ତରଣର ଆରମ୍ଭ ହୋଇଛି।

ମୋବାଇଲ ନେଟୱାର୍କ ସହିତ ଜିଓ ଏହାର ଲୋକପ୍ରିୟ ଜିଓ ଏୟାରଫାଇବର ସେବା ମାଧ୍ୟମରେ ଶହ ଶହ ଦୁର୍ଗମ ଗାଁରେ ନିର୍ଭରଯୋଗ୍ୟ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ଉପଲବ୍ଧ କରାଇଛି। ଜିଓ ଏୟାରଫାଇବର ସେବା ବାସ୍ତବରେ ଡିଜିଟାଲ ଅନ୍ତର୍ଭୁକ୍ତିକରଣକୁ ସମ୍ପ୍ରସାରିତ କରିଛି କାରଣ ଏହା ବିଶେଷକରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଂଚଳରେ ଶେଷ ମାଇଲ୍ ଅପ୍ଟିକାଲ୍-ଫାଇବର ବିସ୍ତାରରେ ରହିଥିବା କଠିନତା ଯୋଗୁଁ ବ୍ରଡ଼ବ୍ୟାଣ୍ଡ ସଂଯୋଗର ଅଭାବ ଜନିତ ସମସ୍ୟାକୁ ଦୂର କରି ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଏବଂ ଗୁଣାତ୍ମକ ଗୃହ ମନୋରଞ୍ଜନ ସହିତ ସଂଯୁକ୍ତ କରଛି। ଜିଓ ଏୟାରଫାଇବର ୮୦୦ ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ, ୧୩ ରୁ ଅଧିକ ଓଟିଟି ଆପ୍, ସ୍ମାର୍ଟ ହୋମ୍ ସେବା ଏବଂ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସହିତ ବିଶ୍ୱ ସ୍ତରୀୟ ସର୍ବଧୁନିକ ଗୃହ ମନୋରଞ୍ଜନ ବା ହୋମ ଏଣ୍ଟରଟେନମେଣ୍ଟ ସେବା ପ୍ରଦାନ କରୁଛି। ଏହାଦ୍ୱାରା ବିବିଧ ପୃଷ୍ଠଭୂମିର ତଥା ବିଭିନ୍ନ ବୟସବର୍ଗର ଏବଂ ବିବିଧ ଭୌଗଳିକ ଅଂଚଳର ଗ୍ରାହକମାନେ ଡିଜିଟାଲ୍ କ୍ରାନ୍ତିର ପ୍ରକୃତ ଲାଭ ପାଇବାକୁ ସକ୍ଷମ ହୋଇଛନ୍ତି, କାରଣ ସେମାନେ ଏବେ ଜିଓ ଏୟାରଫାଇବର ବଳରେ ନିରବଚ୍ଛିନ୍ନ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ଏବଂ ସର୍ବଶ୍ରେଷ୍ଠ ଗୃହ ମନୋରଞ୍ଜନର ଆନନ୍ଦ ନେଇପାରୁଛନ୍ତି। ସାରା ଓଡ଼ିଶାରେ ଏବେ ୩ ଲକ୍ଷରୁ ଅଧିକ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଉପଭୋକ୍ତା ରହିଛନ୍ତି।

ଡିଜିଟାଲ କ୍ରାନ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅଗଷ୍ଟ 26 ତାରିଖ ମଙ୍ଗଳବାରରେ ଏହି ପାଞ୍ଚଟି ରାଶିର ଖୋଲିବ ଭାଗ୍ୟ

August 26, 2025

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025
Latest News

ଜେଲରୁ ସରକାର ଚଳାଇବା ଗଣତନ୍ତ୍ର ପ୍ରତି ଅପମାନ, ଏମିତି କାହିଁକି କହିଲେ ଅମିତ ଶାହ

August 26, 2025

ବିକଶିତ ଭାରତ ପାଇଁ ନାରୀଶକ୍ତି: ଭାରତର ଅର୍ଥନୈତିକ ରୁପାନ୍ତରଣର ମହିଳା ନେତୃତ୍ବ

August 26, 2025

ଆଜି ଅଗଷ୍ଟ 26 ତାରିଖ ମଙ୍ଗଳବାରରେ ଏହି ପାଞ୍ଚଟି ରାଶିର ଖୋଲିବ ଭାଗ୍ୟ

August 26, 2025

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.