Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାରାଷ୍ଟ୍ରରେ ହେବ କ୍ଷମତା ପରିବର୍ତ୍ତନ!: ସଞ୍ଜୟ ରାଉତଙ୍କ ଆଶ୍ଚର୍ଯ୍ୟଜନକ ଦାବି
ଆଜିର ଖବର

ମହାରାଷ୍ଟ୍ରରେ ହେବ କ୍ଷମତା ପରିବର୍ତ୍ତନ!: ସଞ୍ଜୟ ରାଉତଙ୍କ ଆଶ୍ଚର୍ଯ୍ୟଜନକ ଦାବି

September 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସଞ୍ଜୟ ରାଉତ
'ଭାରତରେ ମଧ୍ୟ ହେବ ନେପାଳ ଭଳି ପରିସ୍ଥିତି': ସଞ୍ଜୟ ରାଉତଙ୍କ ବିବୃତ୍ତି ପରେ ପୋଲିସରେ ଅଭିଯୋଗ

ନୂଆଦିଲ୍ଲୀ: ଏକନାଥ ଖଡସେଙ୍କ ବିବୃତ୍ତି ପୃଷ୍ଠଭୂମିରେ ଶିବସେନା-ୟୁବିଟି ସାଂସଦ ସଞ୍ଜୟ ରାଉତ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ, ମହା ବିକାଶ ଅଘାଡି ସହ ଅନେକ ନେତା ସମ୍ପର୍କରେ ଅଛନ୍ତି। ସେ ଦର୍ଶାଇଛନ୍ତି ଯେ, ମହାୟୁତି (ବିଜେପି, ଶିବସେନା, ଏନସିପି) ର ବଡ ନେତାମାନେ ଏମଭିଏରେ ଯୋଗଦେବେ। ପ୍ରକାଶ ଯୋଗ୍ୟ ଯେ, ଏକନାଥ ଖଡସେ ଏପରି ବିବୃତ୍ତି ଦେଇଛନ୍ତି, ଯାହା ଜଣାପଡୁଛି ଯେ ସେ ବିଜେପି ଉପରେ ଅସନ୍ତୁଷ୍ଟ ଅଛନ୍ତି ଏବଂ ସମ୍ଭବତଃ ସେ ଶରଦ ପାୱାର ଦଳକୁ ଫେରିପାରନ୍ତି।

ସଞ୍ଜୟ ରାଉତ ଗଣମାଧ୍ୟମକୁ କହିଛନ୍ତି ଯେ, “ଆମର ସମ୍ପର୍କରେ ମଧ୍ୟ ଅନେକ ନେତା ଅଛନ୍ତି। ଖୁବ୍ ଶୀଘ୍ର ଆପଣ ଜାଣିବେ ମହାୟୁତିର କେତେ ବଡ ନେତା ମହା ବିକାଶ ଅଘାଡିକୁ ଆସୁଛନ୍ତି।”

ଏକନାଥ ଖଡସେ ବିଜେପିକୁ ଫେରିଥିଲେ ମଧ୍ୟ ସେ ଅଭିଯୋଗ କରିଛନ୍ତି ଯେ, କିଛି ଲୋକଙ୍କ ବିରୋଧ ଯୋଗୁଁ ବିଜେପିରେ ଯୋଗଦେବାର ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ସେ ଏ ବିଷୟରେ ବହୁତ କ୍ରୋଧିତ ମନେହେଉଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ମୁଁ ତଥାପି ଶରଦ ପାୱାରଙ୍କ ନେତୃତ୍ୱରେ ଦଳର ସଦସ୍ୟ ଏବଂ ମୁଁ ମଧ୍ୟ ଏହାର ବିଧାୟକ। ମୋର ଇସ୍ତଫା ଗ୍ରହଣ କରାଯାଇ ନାହିଁ। ଖଡେସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ କିଛି ଦିନ ଅପେକ୍ଷା କରିବେ ଏବଂ କୌଣସି ନିଷ୍ପତ୍ତି ନେବେ।

ନିର୍ବାଚନ ପୂର୍ବରୁ ମହାୟୁତୀ ଦଳର ନେତାଙ୍କ ଇସ୍ତଫା ପ୍ରକ୍ରିୟା ଜାରି ରହିଛି। ଶରଦ ପାୱାର ଦଳରେ ବିଜେପି ନେତା, ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟକାନ୍ତ ପାଟିଲ ଏବଂ ମାଧବରାଓ କିନ୍ହାଲକର ଯୋଗ ଦେଇଥିଲେ। ଏଥି ସହ ସୋଲାପୁରର ବସନ୍ତ ଦେଶମୁଖ ମଧ୍ୟ ଶରଦ ପାୱାରଙ୍କ ପାର୍ଟିରେ ଯୋଗଦେବାକୁ ଘୋଷଣା କରିଥିଲେ। ସମରଜିତ ଘାଟଗେ ମଧ୍ୟ ଏନସିପି-ଏସପିରେ ଯୋଗ ଦେଇଥିବା ବେଳେ ଅଜିତ ପାୱାର ଗୋଷ୍ଠୀର ରାମରାଜେ ନିମ୍ବାଲକର ମଧ୍ୟ ଦଳ ଛାଡିବାର ସମ୍ଭାବନା ରହିଛି।

ଜୁଲାଇ ମାସରେ,ପିମ୍ପଲି-ଚିଞ୍ଚୱାଡର ୨୦ ରୁ ଅଧିକ ଏନସିପି ପଦାଧିକାରୀ ଶରଦ ପାୱାର ଦଳରେ ଯୋଗ ଦେଇଥିଲେ। ଶରଦ ପାୱାରଙ୍କ ରାଲି ପୂର୍ବରୁ ସେମାନେ ଏନସିପିରୁ ଇସ୍ତଫା ଦେଇଥିଲେ।

Maharashtra Assembly Election 2024 Maharashtra News Sanjay Raut Shiv Sena UBT
Share. Facebook Twitter LinkedIn Email WhatsApp Copy Link

Related Posts

Nuapada Byelection: ବିଜେଡି ଛାଡି କଂଗ୍ରେସରେ ସାମିଲ ହେଲେ ନୂଆପଡା ଏନଏସିର ପୂର୍ବତନ ଅଧ୍ୟକ୍ଷ

October 10, 2025

ପାକିସ୍ତାନକୁ କ୍ଷେପଣାସ୍ତ୍ର ଯୋଗାଇବ ନାହିଁ ଆମେରିକା: ସ୍ପଷ୍ଟ ଭାବରେ ଖାରଜ କଲା ଯୁଦ୍ଧ ବିଭାଗ

October 10, 2025

ବାଇକ ଦୁର୍ଘଟଣାରେ ଚିଲିକା ତହସିଲଦାର ଗୁରୁତର, ଭୁବନେଶ୍ଵର ସ୍ଥାନାନ୍ତର

October 10, 2025

ନୂଆପଡା ଉପନିର୍ବାଚନ, ବସନ୍ତ ପଣ୍ଡାଙ୍କୁ କଣ ବିଜେପି ପ୍ରାର୍ଥୀ କରିବ କି ?

October 10, 2025
Latest News

Nuapada Byelection: ବିଜେଡି ଛାଡି କଂଗ୍ରେସରେ ସାମିଲ ହେଲେ ନୂଆପଡା ଏନଏସିର ପୂର୍ବତନ ଅଧ୍ୟକ୍ଷ

October 10, 2025

ପାକିସ୍ତାନକୁ କ୍ଷେପଣାସ୍ତ୍ର ଯୋଗାଇବ ନାହିଁ ଆମେରିକା: ସ୍ପଷ୍ଟ ଭାବରେ ଖାରଜ କଲା ଯୁଦ୍ଧ ବିଭାଗ

October 10, 2025

ବାଇକ ଦୁର୍ଘଟଣାରେ ଚିଲିକା ତହସିଲଦାର ଗୁରୁତର, ଭୁବନେଶ୍ଵର ସ୍ଥାନାନ୍ତର

October 10, 2025

ନୂଆପଡା ଉପନିର୍ବାଚନ, ବସନ୍ତ ପଣ୍ଡାଙ୍କୁ କଣ ବିଜେପି ପ୍ରାର୍ଥୀ କରିବ କି ?

October 10, 2025

ଭାରତର ଭବିଷ୍ୟତ ଗଢ଼ୁଛି ବାୟୋମେଡିକାଲ୍ ଗବେଷଣା

October 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.