Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସମ୍ବଲପୁର ରିଙ୍ଗରୋଡ୍‌ ଓ କଟକ ପାରାଦୀପ କରିଡର୍‌ ପ୍ରକଳ୍ପ ନେଇ ପିଏମ୍‌ ଗତିଶକ୍ତି ବୈଠକରେ ସମୀକ୍ଷା
ଜାତୀୟ ଖବର

ସମ୍ବଲପୁର ରିଙ୍ଗରୋଡ୍‌ ଓ କଟକ ପାରାଦୀପ କରିଡର୍‌ ପ୍ରକଳ୍ପ ନେଇ ପିଏମ୍‌ ଗତିଶକ୍ତି ବୈଠକରେ ସମୀକ୍ଷା

September 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସମ୍ବଲପୁର ରିଙ୍ଗରୋଡ୍‌ ଓ କଟକ ପାରାଦୀପ କରିଡର୍‌ ପ୍ରକଳ୍ପ ନେଇ ପିଏମ୍‌ ଗତିଶକ୍ତି ବୈଠକରେ ସମୀକ୍ଷା

ନୂଆଦିଲ୍ଲୀ: ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ଅତିରିକ୍ତ ସଚିବ ଶ୍ରୀ ରାଜୀବ ସିଂହ ଠାକୁରଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀ ଗତିଶକ୍ତି କାର୍ଯ୍ୟକ୍ରମ ଅଧୀନରେ ନେଟୱର୍କ ପ୍ଲାନିଂ ଗ୍ରୁପ୍ (ଏନପିଜି)ର ୭୮ତମ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି ।

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (ଏମଓଆରଟିଏଚ୍) ଦ୍ୱାରା ପ୍ରସ୍ତାବିତ ୧୮ଟି ଗୁରୁତ୍ୱପୂର୍ଣ୍ଣ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ମୂଲ୍ୟାଙ୍କନ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଓଡ଼ିଶା ସମେତ ତାମିଲନାଡୁ, କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ବିହାର ଆଦି ବିଭିନ୍ନ ରାଜ୍ୟରେ ଏହି ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ (ଏନ୍ଏମପି)ରେ ଦର୍ଶାଯାଇଥିବା ସମନ୍ୱିତ ଯୋଜନା ନୀତି ଅନୁଯାୟୀ କାର୍ଯ୍ୟକାରୀ ହେବାକୁ ଯାଉଛି ।

ସମ୍ବଲପୁର ରିଙ୍ଗରୋଡ୍ : ଓଡ଼ିଶାର ସମ୍ବଲପୁର ସହର ଚତୁଃପାର୍ଶ୍ୱରେ ୩୫.୩୮ କିଲୋମିଟର ଲମ୍ବ ଏବଂ ୪ ଲେନ୍ ବିଶିଷ୍ଟ ଏହି ସଡ଼କ ପ୍ରକଳ୍ପ ଜନଗହଳି ହ୍ରାସ କରିବା ସହିତ ରାଜ୍ୟର ଆର୍ଥିକ କ୍ଷେତ୍ର ଏବଂ ପ୍ରମୁଖ ବନ୍ଦରଗୁଡ଼ିକରେ ଶିଳ୍ପ ଅଭିବୃଦ୍ଧି ନିମନ୍ତେ ସହାୟକ ହେବ।

କଟକ ପାରାଦୀପ କରିଡର: ଓଡ଼ିଶାରେ ୮୬.୭୯ କିଲୋମିଟର ଲମ୍ବ ଏବଂ ୪ ଲେନ୍ ବିଶିଷ୍ଟ ଏହି ପ୍ରସ୍ତାବିତ ରାଜପଥ ପ୍ରକଳ୍ପ ପାରାଦୀପ ବନ୍ଦରକୁ ଆର୍ଥିକ ସଂଯୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହା ଅନ୍ୟ ଉଚ୍ଚ କ୍ଷମତା ବିଶିଷ୍ଟ ରାଜପଥ ସହିତ ମଧ୍ୟ ସଂଯୋଗ କରିବ, ଯାହା ସ୍ଥାନୀୟ ଅଞ୍ଚଳର ସାମାଜିକ-ଆର୍ଥିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଏନପିଜି ପ୍ରଧାନମନ୍ତ୍ରୀ ଗତିଶକ୍ତିର ନୀତି ଯଥା: ବହୁମୁଖି ଭିତ୍ତିଭୂମି ଆଧାରିତ ସମନ୍ୱିତ ବିକାଶ, ଆର୍ଥିକ ଓ ସାମାଜିକ ସ୍ତରରେ ଶେଷ ମାଇଲ ସଂଯୋଗ, ଆନ୍ତଃମୁଖୀ ସଂଯୋଗ ଏବଂ ସମନ୍ୱିତ କାର୍ଯ୍ୟକାରିତା ଆଧାରରେ ସମସ୍ତ ଅଠରଟି ପ୍ରକଳ୍ପର ମୂଲ୍ୟାଙ୍କନ କରିଥିଲା ।

ଏହି ପ୍ରକଳ୍ପଗୁଡ଼ିକ ବିଭିନ୍ନ ପରିବହନ ମାଧ୍ୟମକୁ ସମନ୍ୱିତ କରିବା ସହିତ ଯଥେଷ୍ଟ ସାମାଜିକ-ଆର୍ଥିକ ଲାଭ ପ୍ରଦାନ କରି ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି, ଯାହା ଅଞ୍ଚଳର ସାମଗ୍ରିକ ବିକାଶରେ ମଧ୍ୟ ସହାୟକ ହେବ ।

Share. Facebook Twitter LinkedIn Email WhatsApp Copy Link

Related Posts

ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 3, 2026

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 3, 2026

ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ରାଜସ୍ବ ବଜାର ଅଂଶ ସହିତ ଜିଓର ଦବଦବା ଜାରି: ଟ୍ରାଇ ରିପୋର୍ଟ

March 3, 2026

ପ୍ରଥମ କ୍ରିକେଟ୍ ଦଳ ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହେଲା ଟିମ୍ ଇଣ୍ଡିଆ

March 3, 2026
Latest News

ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 3, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 3, 2026

ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ରାଜସ୍ବ ବଜାର ଅଂଶ ସହିତ ଜିଓର ଦବଦବା ଜାରି: ଟ୍ରାଇ ରିପୋର୍ଟ

March 3, 2026

ପ୍ରଥମ କ୍ରିକେଟ୍ ଦଳ ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହେଲା ଟିମ୍ ଇଣ୍ଡିଆ

March 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.