ଛାତରୁ ଡେଇଁ ଆତ୍ମହତ୍ୟା କଲେ ଅଭିନେତ୍ରୀ ମଲାଇକା ଆରୋରାଙ୍କ ପିତା

Published: Sep 11, 2024, 1:52 pm IST

ମୁମ୍ବାଇ: ମଲାଇକା ଆରୋରା ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର ମିଳିଛି। ସୂଚନା ଅନୁଯାୟୀ ଅଭିନେତ୍ରୀଙ୍କ ପିତାଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ, ମଲାଇକା ଆରୋରାଙ୍କ ପିତା ଅନିଲ ଆରୋରା ବାନ୍ଦ୍ରାସ୍ଥିତ ତାଙ୍କ ଘରର ଷଷ୍ଠ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ଖବର ପରେ ମଲାଇକା ଆରୋରାଙ୍କ ପରିବାର ଏବଂ ପରିଚିତମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି। ତାଙ୍କ ପିତାଙ୍କ ଦେହାନ୍ତ ଖବର ପାଇବା ମାତ୍ରେ ଅଭିନେତ୍ରୀ ପୁଣେରୁ ମୁମ୍ବାଇ ଯାଇଛନ୍ତି।

ବର୍ତ୍ତମାନ ମଲାଇକାଙ୍କ ପିତାଙ୍କ ମୃତଦେହ ବାବା ହସ୍ପିଟାଲରେ ରଖାଯାଇଛି। ଅନିଲ ଆରୋରା ଆତ୍ମହତ୍ୟା କରିବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

Related posts