Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛତିଶଗଡ଼ର ନକ୍ସଲ ହିଂସାରେ ପୀଡ଼ିତଙ୍କ ସହ ଆଲୋଚନା କଲେ କେନ୍ଦ୍ର ଗୃହ ମନ୍ତ୍ରୀ
ଆଜିର ଖବର

ଛତିଶଗଡ଼ର ନକ୍ସଲ ହିଂସାରେ ପୀଡ଼ିତଙ୍କ ସହ ଆଲୋଚନା କଲେ କେନ୍ଦ୍ର ଗୃହ ମନ୍ତ୍ରୀ

September 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଛତିଶଗଡ଼ର ନକ୍ସଲ ହିଂସାରେ ପୀଡ଼ିତଙ୍କ ସହ ଆଲୋଚନା କରିଛନ୍ତି। ବସ୍ତର ଶାନ୍ତି କମିଟି ତତ୍ତ୍ୱାବଧାନରେ ଛତିଶଗଡ଼ର ଏଲଡବ୍ଲୁଇ ପ୍ରଭାବିତ ଅଞ୍ଚଳର ନକ୍ସଲ ହିଂସାରେ ପ୍ରଭାବିତ ହୋଇଥିବା ୫୫ ଜଣଙ୍କୁ ଏଥିରେ ସାମିଲ କରାଯାଇଥିଲା।

ବସ୍ତର ଶାନ୍ତି କମିଟି ଛତିଶଗଡରେ ନକ୍ସଲ ପ୍ରଭାବିତ ଲୋକଙ୍କ ଦୁର୍ଦ୍ଦଶା ଉପରେ ଆଲୋକପାତ କରି ଏକ ଡକ୍ୟୁମେଣ୍ଟାରୀ ମଧ୍ୟ ପ୍ରଦର୍ଶିତ କରିଥିଲା। କିଛି ପୀଡ଼ିତ ନିଜ ଦୁଃଖ ଗୃହମନ୍ତ୍ରୀଙ୍କୁ ଜଣାଇଥିଲେ।

ନକ୍ସଲ ହିଂସାରେ ପୀଡ଼ିତ ଲୋକଙ୍କ ସହ କଥାବାର୍ତ୍ତା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବାକୁ ପ୍ରତିଶ୍ରୁତିବଦ୍ଧ। ମୋଦୀ ସରକାରଙ୍କ ନୀତି ଯୋଗୁଁ ବାମପନ୍ଥୀ ଉଗ୍ରବାଦ ଏବେ ଛତିଶଗଡ଼ର କିଛି ଜିଲ୍ଲାରେ ସୀମିତ ରହିଛି। ଶ୍ରୀ ଶାହ କହିଛନ୍ତି ଯେ ନକ୍ସଲବାଦ ଉଭୟ ମାନବିକତା ଏବଂ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ବିପଦ।

ଅମିତ ଶାହା ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଏବଂ ଛତିଶଗଡ଼ ସରକାର ଆଗାମୀ ତିନି ମାସ ମଧ୍ୟରେ ଏଲଡବ୍ଲୁଇ ଦ୍ୱାରା ପ୍ରଭାବିତ ଲୋକଙ୍କ ସାମଗ୍ରିକ ବିକାଶ ପାଇଁ ଏକ ବ୍ୟାପକ ଯୋଜନା ଆଣିବେ। ଏହି ଯୋଜନା ମାଧ୍ୟମରେ ଛତିଶଗଡ଼ ସମେତ ସମଗ୍ର ଦେଶରେ ବାମପନ୍ଥୀ ଉଗ୍ରବାଦ ଦ୍ୱାରା ପ୍ରଭାବିତ ଲୋକମାନେ ସ୍ୱାସ୍ଥ୍ୟ ସେବା ସୁବିଧା, ରୋଜଗାର ସୁଯୋଗ ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାରୁ ଉପକୃତ ହେବେ ବୋଲି ସେ କହିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ବିକାଶମୂଳକ ଯୋଜନା ମାଧ୍ୟମରେ ମୋଦୀ ସରକାର ନକ୍ସଲଙ୍କୁ ଏକ ବାର୍ତ୍ତା ଦେଇଛନ୍ତି ଯେ ଯିଏ ବଞ୍ଚାଇଥାଏ ସିଏ ହତ୍ୟାକାରୀଙ୍କ ଠାରୁ ବଡ। କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ନକ୍ସଲଙ୍କ ମାନବିକ ଅଧିକାରକୁ ସମର୍ଥନ କରୁଛନ୍ତି ସେମାନେ ନକ୍ସଲବାଦ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ମାନବିକ ଅଧିକାର ବିଷୟରେ ମଧ୍ୟ ବିଚାର କରିବା ଉଚିତ୍।

ହିଂସାର ମାର୍ଗ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ବାମପନ୍ଥୀ ଉଗ୍ରବାଦୀଙ୍କୁ ଗୃହମନ୍ତ୍ରୀ ନିବେଦନ କରିଛନ୍ତି। ୨୦୨୬ ମାର୍ଚ୍ଚ ସୁଦ୍ଧା ବାମପନ୍ଥୀ ଉଗ୍ରବାଦର ସମ୍ପୂର୍ଣ୍ଣ ଉଚ୍ଛେଦ ପରେ ବସ୍ତର ପୁଣି ଥରେ ସୁନ୍ଦର, ଶାନ୍ତିପୂର୍ଣ୍ଣ ଏବଂ ବିକଶିତ ହେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।

ଅମିତ ଶାହ କେନ୍ଦ୍ର ଗୃହ ମନ୍ତ୍ରୀ ଛତିଶଗଡ ନକ୍ସଲ ହିଂସା
Share. Facebook Twitter LinkedIn Email WhatsApp Copy Link

Related Posts

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026

କୋଲକାତାରେ ପହଞ୍ଚିଲେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

May 23, 2026

ପୋଲିସ SI ସ୍କାମ : ୧୭ ଜଣଙ୍କ ଜାମିନ ଖାରଜ

May 23, 2026

ଭାଇଭଉଣୀଙ୍କୁ ହାଣିଲା ଯୁବକ

May 23, 2026
Latest News

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026

କୋଲକାତାରେ ପହଞ୍ଚିଲେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

May 23, 2026

ପୋଲିସ SI ସ୍କାମ : ୧୭ ଜଣଙ୍କ ଜାମିନ ଖାରଜ

May 23, 2026

ଭାଇଭଉଣୀଙ୍କୁ ହାଣିଲା ଯୁବକ

May 23, 2026

ଆଜି ମେ ୨୩ ତାରିଖ ଶନିବାରରେ ନଅଟି ରାଶି ପାଇଁ ରହିଛି ଭଲ ଦିନ, ଖୁସିରେ ରହିବେ

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.