Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଳସାଥି ମାନଙ୍କ ପାଇଁ ଦୁଇ ଦିନିଆ କର୍ମଶାଳାରେ ଦିଆଗଲା ଭିନ୍ନ ପ୍ରଶିକ୍ଷଣ
ଆଜିର ଖବର

ଜଳସାଥି ମାନଙ୍କ ପାଇଁ ଦୁଇ ଦିନିଆ କର୍ମଶାଳାରେ ଦିଆଗଲା ଭିନ୍ନ ପ୍ରଶିକ୍ଷଣ

September 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜଳସାଥି ମାନଙ୍କ ପାଇଁ ଦୁଇ ଦିନିଆ କର୍ମଶାଳାରେ ଦିଆଗଲା ଭିନ୍ନ ପ୍ରଶିକ୍ଷଣ

ଭୁବନେଶ୍ବର: ଜଳସାଥି ମାନଙ୍କ ପାଇଁ ଦୁଇ ଦିନିଆ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଓଡିଶା ଅର୍ବାନ ଏକାଡେମୀ ଓ ସହରୀ ପରିଚାଳନା କେନ୍ଦ୍ରର ବୈଷୟିକ ସହାୟତାରେ ଆୟୋଜିତ ହୋଇଥିଲା।

ଗୃହ ଏବଂ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ଏହି ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଜଳସାଥି ମାନଙ୍କ ସହ ଆଲୋଜନା କରିଥିଲେ। ଆଲୋଚନା ସମୟରେ, ଶ୍ରୀମତୀ ପାଢ଼ୀ ଗୋଷ୍ଠୀ ଭିତ୍ତିକ ଜଳ ପରିଚାଳନାରେ ଜଳ ସାଥିଙ୍କ ପ୍ରମୁଖ ଭୂମିକା ଏବଂ ସେମାନଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସହରାଞ୍ଚଳରେ ବଢୁଥିବା ଚାହିଦାକୁ ପୂରଣ କରିବା ଏବଂ ଜନସାଧାରଣଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ନିରନ୍ତର ଦକ୍ଷତା ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

“ଜଳ ସାଥିମାନେ ପ୍ରଶାସନ ଏବଂ ଗୋଷ୍ଠି ମଧ୍ୟରେ ସେତୁ ଅଟନ୍ତି । ସେମାନଙ୍କୁ ସଠିକ୍ ତାଲିକ ପ୍ରଦାନ କରି ଜଳ ପରିଚାଳନା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଉଛି ଯାହା ଉପଯୋଗୀ ଅଟେ ବୋଲି ଶ୍ରୀମତୀ ପାଢୀ କହିଛନ୍ତି। ସେ ଏହି କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ଫାଇଦା ନେବାକୁ ଏବଂ ଅନ୍ତର୍ଭୂକ୍ତ ତଥା ନିର୍ଭରଯୋଗ୍ୟ ଜଳ ସେବାର ମିଶନରେ ପ୍ରଭାବଶାଳୀ ଯୋଗଦାନ କରିବାକୁ ତାଲିମପ୍ରାପ୍ତ ଜଳସାଥୀମାନଙ୍କୁ ଉତ୍ସାହିତ କରିଥିଲେ।

ଦକ୍ଷତା ଉନ୍ନୟନ କାର୍ଯ୍ୟକ୍ରମ, ଯାହା ଓଡିଶାର ବିଭିନ୍ନ କ୍ଲଷ୍ଟରରେ ୮୦୦ ରୁ ଅଧିକ ଜଳ ସାଥିଙ୍କୁ ତାଲିମ ଦେବ, କ୍ଷମତା ବୃଦ୍ଧି ତଥା ସହରୀ ଜଳ ପରିଚାଳନାକୁ ମଜବୁତ କରିବା ରାଜ୍ୟର ବୃହତ ଦୃଷ୍ଟିକୋଣର ଏକ ଅଂଶ। ବୈଷୟିକ କାର୍ଯ୍ୟ, ଜଳ ପରୀକ୍ଷଣ, ଗ୍ରାହକଙ୍କ ଯୋଗଦାନ, ଏବଂ ଆର୍ଥିକ ପରିଚାଳନା ସହିତ ବିଭିନ୍ନ କୌଶଳ ଉପରେ ଏହି ପ୍ରଶିକ୍ଷଣ ଧ୍ୟାନ ଦେଇଥାଏ, ସହରାଞ୍ଚଳ ଜଳ ସେବା ବିତରଣର ଆହ୍ବାନକୁ ପୂରଣ କରିବା ପାଇଁ ଜଳ ସାଥିମାନେ ଭଲ ଭାବରେ ପ୍ରସ୍ତୁତ କରିପାରିବେ।

ଏହି ସୁଯୋଗ ପାଇଁ ପ୍ରଶିକ୍ଷାର୍ଥୀମାନେ ସରକାରଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ସେମାନଙ୍କୁ ସେମାନଙ୍କର ଦକ୍ଷତା ବୃଦ୍ଧି କରିବାରେ ଏବଂ ନିଜ ଗୋଷ୍ଠିକୁ ଉନ୍ନତ ସେବା ଯୋଗାଇବାରେ ସାହାଯ୍ୟ କରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ନବନିଯୁକ୍ତ କର୍ମଚାରୀଙ୍କ ମାର୍ଗଦର୍ଶନ କଲେ ପିଆଇବି ଏଡିଜି

January 13, 2026

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ

January 13, 2026

ଆସନ୍ତା ୧୯ରୁ ସୋଆରେ ଦୁଇ ଦିନିଆ ପ୍ରଥମ ପୁଷ୍ପ ଉତ୍ସବ

January 13, 2026

କେନ୍ଦୁଝରରେ ଖୋଲିବ ‘ନ୍ୟାସନାଲ ସ୍କୁଲ ଅଫ ଡ୍ରାମା’ର ରାଜ୍ୟ ଶାଖା: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

January 13, 2026
Latest News

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ନବନିଯୁକ୍ତ କର୍ମଚାରୀଙ୍କ ମାର୍ଗଦର୍ଶନ କଲେ ପିଆଇବି ଏଡିଜି

January 13, 2026

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ

January 13, 2026

ଆସନ୍ତା ୧୯ରୁ ସୋଆରେ ଦୁଇ ଦିନିଆ ପ୍ରଥମ ପୁଷ୍ପ ଉତ୍ସବ

January 13, 2026

ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

January 13, 2026

କେନ୍ଦୁଝରରେ ଖୋଲିବ ‘ନ୍ୟାସନାଲ ସ୍କୁଲ ଅଫ ଡ୍ରାମା’ର ରାଜ୍ୟ ଶାଖା: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.