ଜୁଆ ଆଡ୍ଡା ଉପରେ ଚଢାଉ: ଲକ୍ଷାଧିକ ନଗଦ ଟଙ୍କା ଜବତ, ୭ ଗିରଫ

Published: Sep 30, 2024, 1:28 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବଡ଼ବଜାର ଥାନା ଅନ୍ତର୍ଗତ ସୁକୁଣ୍ଡା ଅଞ୍ଚଳରେ ଏକ ଘରେ ଜୁଆ ଖେଳ ଚାଲୁଥିବା ଖବର ପାଇ ବଡ଼ବଜାର ଥାନା ପୋଲିସ୍ ଚଢାଉ କରିଥଲା। ଏହି ଚଢାଉ ସମୟରେ ପୋଲିସ ଘଟଣାସ୍ଥଳରୁ ୩ ଟି ମୋଟରସାଇକେଲ, ୭ ଟି ମୋବାଇଲ ଫୋନ ଓ ନଗଦ ୩ ଲକ୍ଷ ୨୬ ହଜାର ୬୦୦ ଟଙ୍କା ଜବତ କରିବା ସହ ୭ ଜୁଆଡିଙ୍କୁ ଗିରଫ କରାଯାଇଛି। ଏନେଇ ଅତିରିକ୍ତ ଏସପି ରମେଶ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।

Related posts