Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରପଞ୍ଚ ନିର୍ବାଚନକୁ ନେଇ ସରଗରମ ଢ଼ିଙ୍କିଆ ଚାରିଦେଶ
ଆଜିର ଖବର

ସରପଞ୍ଚ ନିର୍ବାଚନକୁ ନେଇ ସରଗରମ ଢ଼ିଙ୍କିଆ ଚାରିଦେଶ

October 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପାରାଦୀପ: ଆସନ୍ତା ଚାରି ତାରିଖରେ ବହୁଚର୍ଚ୍ଚିତ ଢ଼ିଙ୍କିଆ ପଞ୍ଚାୟତ ସରପଞ୍ଚ ନିର୍ବାଚନ।  ଯାହାକୁ ନେଇ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିଭିନ୍ନ ଦଳର ନେତାମାନେ ନିଜର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି। ବିଗତ ଦିନରେ ପୋସ୍କୋ ଓ ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ଅନେକ ଘଟଣା ଦୁର୍ଘଟଣାକୁ ନେଇ ଚର୍ଚ୍ଚିତ ହୋଇଥିଵା ଢ଼ିଙ୍କିଆ ଚାରିଦେଶର ଢ଼ିଙ୍କିଆ ପଞ୍ଚାୟତରେ ସରପଞ୍ଚ ନିର୍ବାଚନକୁ ନେଇ ସରଗରମ ହୋଇପଡିଛି ରାଜନୀତି। ଦିନ ଗଡ଼ିବା ସହିତ ବହୁଚର୍ଚ୍ଚିତ ଢ଼ିଙ୍କିଆ ଗ୍ରାମପଞ୍ଚାୟତର ସରପଞ୍ଚ ନିର୍ବାଚନକୁ ନେଇ ଢ଼ିଙ୍କିଆ ଚାରିଦେଶ ହୋଇପଡିଛି।

ଜେଏସଡବ୍ଲୁ ପ୍ରକଳ୍ପ ନିର୍ମାଣକୁ ନେଇ ଢ଼ିଙ୍କିଆରେ ପୋଲିସ ଲାଠିଚାର୍ଜ ପରେ ନିରବ ହୋଇପଡିଥିବା ଢ଼ିଙ୍କିଆ ପଞ୍ଚାୟତରେ ଏବେ ରାଜନୈତିକ ଉଷ୍ମତା। ଦିନ ଥିଲା ଧାନ, ପାନ ଓ ମୀନକୁ ନେଇ ଗର୍ବ କରୁଥିବା ଢ଼ିଙ୍କିଆ ଚାରିଦେଶକୁ ଦକ୍ଷିଣ କୋରିଆ କମ୍ପାନୀ ପୋସ୍କୋ ଷ୍ଟିଲପ୍ଲାଣ୍ଟ ନିର୍ମାଣ କରିବାକୁ ଆସିବା ପରେ ଏହି ଅଞ୍ଚଳ ହୋଇପଡ଼ିଥିଲା ଅଶାନ୍ତ।

ବିଗିଡ଼ିଥିଲା ଭାଇଚାରା, ନିଜ ମା ମାଟି ବଞ୍ଚାଇବାକୁ ଆରମ୍ଭ ହୋଇଥିଲା ଆନ୍ଦୋଳନ, ଅନେକ ଘଟଣା ଦୁର୍ଘଟଣା ଘଟିବା ସହିତ ଅନେକ ଲୋକ ମିଥ୍ୟା ମୋକଦ୍ଦମାରେ ଜେଲ ଯାଇଥିବା ବେଳେ ଢ଼ିଙ୍କିଆ ଗ୍ରାମରେ ୨୦୧୧ ମସିହାରେ ପଲ୍ଲିସଭାରେ ତତ୍କାଳୀନ ସରପଞ୍ଚଙ୍କ ପଦବୀରୁ ବରଖାସ୍ତ କରାଯାଇଥିଲା। ଏହା ପରଠାରୁ ପ୍ରତ୍ୟେକ ସରପଞ୍ଚ ନିର୍ବାଚନର ଦୁଇବର୍ଷ ପରେ ଢ଼ିଙ୍କିଆ ପଞ୍ଚାୟତରେ ସରପଞ୍ଚ ନିର୍ବାଚନ ହୋଇଆସୁଛି।

ବିଗତ ନିର୍ବାଚନରେ ପ୍ରକଳ୍ପ ବିରୋଧୀଙ୍କ ସମର୍ଥନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ବହୁମତରେ ବିଜୟୀ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଢ଼ିଙ୍କିଆ ପଞ୍ଚାୟତରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ରାଜ୍ୟରେ ବିଜେପି ସରକାର ଶାସନରେ ଥିବାବେଳେ ବିଜେପି ନେତାମାନେ ଢ଼ିଙ୍କିଆରେ ମେଳି ବାନ୍ଧିବା ସହିତ ବିଜେପି ସମର୍ଥିତ ପ୍ରାର୍ଥୀନୀଙ୍କୁ ବିଜୟୀ କରିବାକୁ ଚଳାଇଛନ୍ତି ରଣକୌଶଳ। ପୋସ୍କୋ ପରେ ଢ଼ିଙ୍କିଆ ଚାରିଦେଶକୁ ଜିନ୍ଦଲ କମ୍ପାନୀ ପ୍ରକଳ୍ପ ନିର୍ମାଣ ପାଇଁ ଆସିବା ପରେ ଢ଼ିଙ୍କିଆ ଚାରିଦେଶରେ ବିଗିଡ଼ିଥିଲା ଭାଇଚାରା।

ପୋଲିସ ଲାଠିଚାର୍ଜ ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀ ପିଢ଼ି ପିଢ଼ି ଧରି ଧାନ, ପାନ ଚାଷକରି ପରିବାର ପ୍ରତିପୋଷଣ କରୁଥିବା ଜମିକୁ କମ୍ପାନୀକୁ ଟେକିଦେଇ ଜୀବିକା ହରାଇଥିଲେ। ଯାହା ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରତ୍ୟେକ ପ୍ରାର୍ଥୀ ମାନଙ୍କର ରହିଛି ନିର୍ବାଚନ ଇସ୍ତାହାର। କିପରି ପ୍ରକଳ୍ପ ନିର୍ମାଣ ହେବ ସ୍ଥାନୀୟ ଲୋକ ଏଥିରେ ନିଯୁକ୍ତି ପାଇବେ, ପାନୀୟ ଜଳର ଘୋର ଅଭାବ ଅସୁବିଧାକୁ କିପରି ଦୂର କରିବେ ଏ ନେଇ ଘରକୁ ଘର ବୁଲି ପ୍ରାର୍ଥୀମାନେ ଚଳାଇଛନ୍ତି ପ୍ରଚାର।

ଗୋଟିଏ ପଟେ ପୋସ୍କୋ ଓ ଜିନ୍ଦଲ ବିରୋଧୀ ନେତା ଦେବ ସ୍ୱାଇଁଙ୍କ ନେତୃତ୍ୱରେ ସ୍ୱାଧୀନ ପ୍ରାର୍ଥୀନି ଭାବରେ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଓ ଜନସେବାକୁ ପାଥେୟ କରି ଭୋଟ ଭିକ୍ଷା କରୁଛନ୍ତି।

ପୋସ୍କୋ ଓ ଜିନ୍ଦଲ ପ୍ରକଳ୍ପକୁ ବିରୋଧ କରି ଚର୍ଚ୍ଚିତ ହୋଇଥିବା ଢ଼ିଙ୍କିଆ ପଞ୍ଚାୟତର ୨୩ ଗୋଟି ୱାର୍ଡର ୭୯୬୫ ଜଣ ଭୋଟର ଆସନ୍ତା ଚାରି ତାରିଖରେ କାହାକୁ ବହୁମତରେ ଜିତଇବେ ତାହାକୁ ଅପେକ୍ଷା କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।

ଜେଏସଡବ୍ଲୁ ଢ଼ିଙ୍କିଆ ପଞ୍ଚାୟତ
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.