Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଏଜିଙ୍କ ଆନୁକୂଲ୍ୟରେ ପ୍ରଥମ ରାଜ୍ୟ ଅର୍ଥ ସଚିବ ସମ୍ମିଳନୀ ଆୟୋଜିତ
ଆଜିର ଖବର

ସିଏଜିଙ୍କ ଆନୁକୂଲ୍ୟରେ ପ୍ରଥମ ରାଜ୍ୟ ଅର୍ଥ ସଚିବ ସମ୍ମିଳନୀ ଆୟୋଜିତ

October 9, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି)ଙ୍କ ପକ୍ଷରୁ ନୂଆଦିଲ୍ଲୀରେ ମଙ୍ଗଳବାର ଦିନ ପ୍ରଥମ ଥର ଲାଗି ରାଜ୍ୟ ଅର୍ଥ ସଚିବ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଭାରତର ସିଏଜିଙ୍କ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ସଚିବ (ବ୍ୟୟ), ରାଜ୍ୟମାନଙ୍କର ଅତିରିକ୍ତ ମୁଖ୍ୟ ଶାସନ ସଚିବ/ପ୍ରମୁଖ ସଚିବ/ସଚିବ (ଅର୍ଥ), ରିଜର୍ଭ ବ୍ୟାଙ୍କର ପ୍ରତିନିଧି, କେନ୍ଦ୍ର ସରକାର ଓ ଅର୍ଥ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ଗଠିତ ଆକାଉଣ୍ଟିଂ ସେବା ଅଧିକାରୀ, ରାଜ୍ୟମାନଙ୍କର ଆକାଉଣ୍ଟ ଏବଂ ଅଧିକାର କାର୍ଯ୍ୟ ସମ୍ପାଦନ କରୁଥିବା ଆକାଉଣ୍ଟାଣ୍ଟ ଜେନେରାଲ ଓ ବରିଷ୍ଠ ପ୍ରବନ୍ଧନ ଅଧିକାରୀ ଏବଂ ଭାରତର ସିଏଜିଙ୍କ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ସାଧାରଣ ସୂତ୍ର ଭାବରେ କାର୍ଯ୍ୟ କରୁଥିବା ସଂଘୀୟ ବିତ୍ତୀୟ କ୍ଷେତ୍ରରେ ଭାରତର ସିଏଜି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ସିଏଜି କେବଳ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଏହାର ସଂସ୍ଥାଗୁଡ଼ିକର ସର୍ବୋଚ୍ଚ ରାଷ୍ଟ୍ରାୟତ୍ତ ଅଡିଟର ନୁହନ୍ତି ବରଂ ରାଜ୍ୟଗୁଡ଼ିକର ହିସାବ ସଂଗ୍ରହ କରିବା ଓ ସମ୍ପୃକ୍ତ ବିଧାନସଭାରେ ସେମାନଙ୍କର ବାର୍ଷିକ ହିସାବ ଉପସ୍ଥାପନ କରିବାର ଦାୟିତ୍ୱ ମଧ୍ୟ ସମ୍ପାଦନ କରନ୍ତି। ଏହି ସମ୍ମିଳନୀରେ ସିଏଜିର ଅଂଶୀଦାରମାନଙ୍କ ନିକଟରେ ପହଞ୍ଚିବା ଏବଂ ସ୍ୱଚ୍ଛ ଓ ଉତ୍ତରଦାୟୀ ଆର୍ଥିକ ରିପୋର୍ଟିଂ ତଥା ଏହାର ସଂସ୍କାର ନିମନ୍ତେ ବିଚାରବିମର୍ଶ ହୋଇଛି। ଏଥିସହିତ ସାର୍ବଜନୀନ ଆର୍ଥିକ ପରିଚାଳନା ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ରାଜ୍ୟ ସରକାର ଓ ଅନ୍ୟ ଅଂଶୀଦାରଙ୍କ ସହ ଯୋଗାଯୋଗକୁ ସୁଦୃଢ଼ କରିବାକୁ ପ୍ରୟାସ କରାଯାଇଛି।

ଭାରତୀୟ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି) ଗିରିଶ ଚନ୍ଦ୍ର ମୁର୍ମୁ ତାଙ୍କ ଉଦଘାଟନୀ ଅଭିଭାଷଣରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବଜେକ୍ଟ ମୁଖ୍ୟ ସ୍ତରରେ ବ୍ୟୟର ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ। ଗତ କିଛି ଦିନ ହେବ ଏହି ପ୍ରସଙ୍ଗ ଅନେକ ଅଂଶୀଦାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ସମ୍ମିଳନୀରେ ଏହା ଏକ ପ୍ରମୁଖ ଫଳାଫଳ ହେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ସବୁ ଅଂଶୀଦାରମାନଙ୍କୁ ସେ ଅନୁରୋଧ କରି କହିଥିଲେ ଯେ ରାଜ୍ୟମାନଙ୍କରେ ମାସିକ ଆକାଉଣ୍ଟ ଚୂଡ଼ାନ୍ତ କରିବା ତାରିଖର ବର୍ତ୍ତମାନ ସମୟସୀମା ପରବର୍ତ୍ତୀ ମାସର ୨୫ ତାରିଖକୁ ନିର୍ଦ୍ଧାରଣ କରାଯାଇଥିବା ବେଳେ ଏହାକୁ ପରିବର୍ତ୍ତନ କରି ପରବର୍ତ୍ତୀ ମାସର ୧୦ ତାରିଖ ନିର୍ଦ୍ଧାରଣ କରିବା ଆବଶ୍ୟକ। ଏ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସମସ୍ତ ଅଂଶୀଦାରଙ୍କୁ ସେ ନିବେଦନ କରିଥିଲେ।

ସାର୍ବଜନୀନ ଆର୍ଥିକ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ ଓ ଦୀର୍ଘସ୍ଥାୟୀ କରିବା ପାଇଁ ସବୁ ଅଂଶୀଦାର ବିଶେଷ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ସିଏଜି ଯୋଗାଯୋଗ ରେ ରହିବେ ବୋଲି ସେ କହିଥିଲେ। କେନ୍ଦ୍ରୀୟ ପିଏଫଏମଏସ, ଷ୍ଟେଟ ଆଇଏଫଏମଏସ, ଆରବିଆଇର ଇ-କୁବେର ଇତ୍ୟାଦି ଆର୍ଥିକ ପରିଚାଳନା ଆପ୍ଲିକେସନରେ ସଂସ୍କାର କୁ ସୁଦୃଢ଼ କରିବା ଏବଂ ଠିକ୍ ସମୟରେ ରିପୋର୍ଟିଂ ପାଇଁ ରାଜ୍ୟରେ ସିଏଜିର ଆକାଉଂଟିଂ ଆପ୍ଲିକେସନ ସହିତ ଘନିଷ୍ଠ ଭାବରେ ସମନ୍ୱିତ କରିବା ର ଆବଶ୍ୟକତା ରହିଛି ବୋଲି ସେ ଗୁରୁତ୍ୱ ଦେଇ କହିଥିଲେ।

ଡେପୁଟି ସିଏଜି (ସରକାରୀ ଆକାଉଣ୍ଟ) ଜୟନ୍ତ ସିହ୍ନା ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ଏହି ସମ୍ମିଳନୀକୁ ଆର୍ଥିକ କ୍ୟାଲେଣ୍ଡରରେ ଏକ ବାର୍ଷିକ କାର୍ଯ୍ୟକ୍ରମ ରେ ପରିଣତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ଦ୍ୱାରା ସାର୍ବଜନୀନ ଆର୍ଥିକ ପରିଚାଳନାର ବ୍ୟାପକ ପ୍ରସଙ୍ଗରେ ରାଜ୍ୟ ସରକାର ଏବଂ ସଂପୃକ୍ତ ଅଂଶୀଦାରମାନଙ୍କ ସହ ଆର୍ଥିକ କ୍ଷେତ୍ରରେ ଯୋଗାଯୋଗ କରିବାର ସୁଯୋଗ ମିଳିବ।

ଏହି ସମ୍ମିଳନୀରେ ରାଜ୍ୟର ଆର୍ଥିକ ସ୍ଥିତି, ବିତ୍ତୀୟ ମାନଦଣ୍ଡ, ବିତ୍ତୀୟ ସୂଚନା ଭଣ୍ଡାର, ରାଜ୍ୟଗୁଡ଼ିକରେ ଖର୍ଚ୍ଚର ପ୍ରାଥମିକ ସ୍ତରରେ ବ୍ୟୟ ବର୍ଗୀକରଣର ସମନ୍ୱୟ, ପରବର୍ତ୍ତୀ ମାସ ୧୦ତାରିଖ ସୁଦ୍ଧା ରାଜ୍ୟଗୁଡ଼ିକର ମାସିକ ଆକାଉଣ୍ଟ ବନ୍ଦ କରିବା ଏବଂ ରାଜ୍ୟଗୁଡ଼ିକୁ ଅନୁଦାନ ବାବଦରେ ବିନିଯୋଗ ପ୍ରମାଣପତ୍ର ସମ୍ବନ୍ଧୀୟ ଅଭ୍ୟାସଗୁଡ଼ିକର ସମୀକ୍ଷା କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି ସମ୍ମିଳନୀରେ ହୋଇଥିବା ବିଚାରବିମର୍ଶ ଏବଂ ସାର୍ବଜନୀନ ସହମତି ସାର୍ବଜନୀନ ଆର୍ଥିକ ପରିଚାଳନା ଅଭ୍ୟାସକୁ ସୁଦୃଢ଼ ଓ ବଜାୟ ରଖିବାରେ ସହାୟକ ହେବ। ଏଥିରେ ସମୟୋପଯୋଗୀ ଓ ଗୁଣାତ୍ମକ ଆର୍ଥିକ ରିପୋର୍ଟିଂ ଏବଂ ସଚେତନ ନିଷ୍ପତ୍ତି ନେବା ପାଇଁ ରାଜ୍ୟଗୁଡ଼ିକରେ ତୁଳନାତ୍ମକ ବିତ୍ତୀୟ ସୂଚନା ଅନ୍ତର୍ଭୁକ୍ତ।

ଗିରିଶ ଚନ୍ଦ୍ର ମୁର୍ମୁ ସିଏଜି
Share. Facebook Twitter LinkedIn Email WhatsApp Copy Link

Related Posts

ଭଦ୍ରକରେ ନକଲି ମୋବାଇଲ ସିମ୍ କାର୍ଡ ବିକ୍ରି ଅଭିଯୋଗ: ୨ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ୍

December 15, 2025

“ମାନବୀୟ ବୁଦ୍ଧିମତାର ଉପଯୋଗକୁ ଗୁରୁତ୍ୱ ଦେବା ଜରୁରୀ”: ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

December 15, 2025

ଆଜି ୧୫ ତାରିଖ ସୋମବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ଯାନବାହନ ପ୍ରତି ରୁହନ୍ତୁ ସାବଧାନ

December 15, 2025

ତୃତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ପରାସ୍ତ: ୨-୧ ରେ ସିରିଜ ଅଗ୍ରଣୀ ହାସଲ କଲା ଭାରତ

December 14, 2025
Latest News

ଭଦ୍ରକରେ ନକଲି ମୋବାଇଲ ସିମ୍ କାର୍ଡ ବିକ୍ରି ଅଭିଯୋଗ: ୨ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ୍

December 15, 2025

“ମାନବୀୟ ବୁଦ୍ଧିମତାର ଉପଯୋଗକୁ ଗୁରୁତ୍ୱ ଦେବା ଜରୁରୀ”: ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

December 15, 2025

ଆଜି ୧୫ ତାରିଖ ସୋମବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ଯାନବାହନ ପ୍ରତି ରୁହନ୍ତୁ ସାବଧାନ

December 15, 2025

ତୃତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ପରାସ୍ତ: ୨-୧ ରେ ସିରିଜ ଅଗ୍ରଣୀ ହାସଲ କଲା ଭାରତ

December 14, 2025

ଧର୍ମଶାଳାରେ ପୁଣି ହିଂସା, ପୂର୍ବତନ ବିଧାୟକ ପ୍ରଣବ ଓ ବିଧାୟକ ହିମାଂଶୁଙ୍କ ସମର୍ଥକଙ୍କ ମଧ୍ୟରେ ପିଟାପିଟି

December 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.