କଟକ ଛତ୍ରବଜାରରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ

Published: Oct 12, 2024, 6:13 pm IST

କଟକ: କଟକ ଛତ୍ରବଜାର ସ୍ଥିତ ତହସିଲଦାର ଲେନ ଠାରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଲାୟନ୍ସ କ୍ଲବ ପ୍ଲାଟିନମ ର ସର୍ଭିସ ଚେୟାରପର୍ସନ ତଥା ଜିଲ୍ଲା ଜି.ଏମ.ଟି ସଂଯୋଜକ ସୌମ୍ୟରଞ୍ଜନ ପ୍ରଧାନଙ୍କ ଜନ୍ମଦିବସ ଉପଲକ୍ଷେ ଉକ୍ତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା।

ଏଥିରେ ଲାୟନ୍ସ କ୍ଲବ ଡାଇମଣ୍ଡ କଟକ ତଥା ହୋପ ଅନୁଷ୍ଠାନ ଏବଂ ଜେସିବି ଗ୍ରୁପ ଶଙ୍କରପୁରର ସଦସ୍ୟମାନେ ଉପସ୍ଥିତ ରହି ରକ୍ତଦାନ କରିବା ସହିତ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ରେଡ଼କ୍ରସ ରକ୍ତଭଣ୍ଡାରର କର୍ମଚାରୀ ମାନେ ସୁଚାରୁରୂପେ ଉକ୍ତ ଶିବିରକୁ ପରିଚାଳନା କରିବା ସହ ଏହାକୁ ସଫଳ କରିଥିଲେ।

ଶତାଧିକ ରକ୍ତଦାତା ମାନେ ଉକ୍ତ ଶିବିରରେ ଯୋଗଦେଇ ରକ୍ତଦାନ କରିଥିଲେ l ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ପ୍ରଥମ ଥର ରକ୍ତଦାନ ପାଇଁ ଏକ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା।ଆୟୋଜକମାନଙ୍କ ମଧ୍ୟରେ ସର୍ବଶ୍ରୀ ମନୋଜ କୁମାର ମହାପାତ୍ର,ବିଜୟ କୁମାର ସ୍ୱାଇଁ, ଜେ.ବି.ସି କ୍ଲବ ଏବଂ ହୋପ ଅନୁଷ୍ଠାନ ତରଫରୁ ସୁଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଶିବିରରୁ 60 ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

Related posts