Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାଂଘାଇ ଏସସିଓ ବୈଠକରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଟାର୍ଗେଟ କଲା ଭାରତ
ଆଜିର ଖବର

ସାଂଘାଇ ଏସସିଓ ବୈଠକରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଟାର୍ଗେଟ କଲା ଭାରତ

October 16, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ବର୍ତ୍ତମାନ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେବା ପାଇଁ ପାକିସ୍ତାନରେ ଅଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବିବୃତ୍ତି ଅନୁଯାୟୀ, “ଏସସିଓ ସିଏଚଜି ବୈଠକ ପ୍ରତିବର୍ଷ ଅନୁଷ୍ଠିତ ହୁଏ ଏବଂ ବାଣିଜ୍ୟ ତଥା ସଂଗଠନର ଅର୍ଥନୈତିକ ଏଜେଣ୍ଡା ଉପରେ ଧ୍ୟାନ ଦେଇଥାଏ। ଏହି ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭାରତର ପ୍ରତିନିଧିତ୍ୱ କରୁଛନ୍ତି। ଏହି ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଇସଲାମାବାଦରେ ଏସସିଓ ପରିଷଦର ସରକାରଙ୍କ ମୁଖ୍ୟଙ୍କ ୨୩ ତମ ବୈଠକରେ ଡକ୍ଟର ଏସ ଜୟଶଙ୍କର ସମ୍ବୋଧିତ କରିଥିଲେ।

ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଟାର୍ଗେଟ:

ଏସସିଓ ଶିଖର ସମ୍ମିଳନୀରେ ଏସ ଜୟଶଙ୍କର ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦ ଉପରେ ପାକିସ୍ତାନକୁ ନିନ୍ଦା କରିଥିଲେ। ସେ କହିଛନ୍ତି ଯେ, “ଆତଙ୍କବାଦ, ବିଚ୍ଛିନ୍ନତାବାଦ ଏବଂ ଚରମପନ୍ଥୀକୁ ଏଡ଼ାଇବା ଦରକା। ଉତ୍ତମ ସମ୍ପର୍କ ପାଇଁ ବିଶ୍ୱାସ ଆବଶ୍ୟକ। ସମସ୍ତଙ୍କର ସାର୍ବଭୌମତ୍ୱକୁ ସମ୍ମାନ ଦେବା ଜରୁରୀ।” ଏସସିଓ ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ, ଜଳବାୟୁ, ଯୋଗାଣ ଶୃଙ୍ଖଳା, ଆର୍ଥିକ ଅସ୍ଥିରତା ସମେତ ବିକାଶ ଉପରେ ଅନେକ ପ୍ରତିବନ୍ଧକ ରହିଛି।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ, ଆତଙ୍କବାଦ, ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦ ବିରୋଧରେ ଲଢିବା ଏସସିଓର ପ୍ରଥମ ଉଦ୍ଦେଶ୍ୟ, ବର୍ତ୍ତମାନ ସମୟରେ ଏହା ଆହୁରୀ ମହତ୍ତ୍ୱପୂର୍ଣ୍ଣ ହୋଇଛି। ଏହି ତିନୋଟି ମନ୍ଦ ମୁକାବିଲା ପାଇଁ ଏସସିଓକୁ ଦୃଢ ସଂକଳ୍ପ ନେବାକୁ ପଡ଼ିବ।

ଏହାପୂର୍ବରୁ ଇସଲାମାବାଦରେ ଏସସିଓ ଶିଖର ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କୁ ସ୍ୱାଗତ କରିଥିଲେ। ସାଧାରଣ ସମସ୍ୟାର ସମାଧାନ ପାଇଁ ସେ ଏସସିଓ ସଦସ୍ୟ ଦେଶମାନଙ୍କ ମଧ୍ୟରେ ସହଯୋଗର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅଞ୍ଚଳ ମଧ୍ୟରେ ସ୍ଥିରତା ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ସେ ଭାରତର ଉତ୍ସର୍ଗକୁ ଦୋହରାଇଛନ୍ତି।

india pakistan SCO sjaishankar
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ହିନ୍ଦୁ ଦେବତାଙ୍କ ଉପରେ ମନ୍ତବ୍ୟକୁ ନେଇ ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ନିନ୍ଦା

December 3, 2025

Fake News: ଲୋକସଭାରେ ଫେକ ନ୍ୟୁଜ୍ ଉପରେ ଉତ୍ତର ରଖିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

December 3, 2025

International IDEA: ଭାରତକୁ ମିଳିଲା IDEAର ଅଧ୍ୟକ୍ଷତା, ପ୍ରତିନିଧିତ୍ବ କରିବେ CEC ଜ୍ଞାନେଶ କୁମାର 

December 3, 2025

Swamijee Public School: ରଂଗାରଂଗ ପରିବେଶରେ ପାଳିତ ହେଲା ସ୍ୱାମୀଜୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

December 3, 2025
Latest News

ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ହିନ୍ଦୁ ଦେବତାଙ୍କ ଉପରେ ମନ୍ତବ୍ୟକୁ ନେଇ ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ନିନ୍ଦା

December 3, 2025

Fake News: ଲୋକସଭାରେ ଫେକ ନ୍ୟୁଜ୍ ଉପରେ ଉତ୍ତର ରଖିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

December 3, 2025

Konark Festival 2nd Day: ଦ୍ବିତୀୟ ଦିନରେ ପରିବେଷଣ ହେଲା କୁଚିପୁଡ଼ି ସହ ଓଡିଶୀ 

December 3, 2025

International IDEA: ଭାରତକୁ ମିଳିଲା IDEAର ଅଧ୍ୟକ୍ଷତା, ପ୍ରତିନିଧିତ୍ବ କରିବେ CEC ଜ୍ଞାନେଶ କୁମାର 

December 3, 2025

Swamijee Public School: ରଂଗାରଂଗ ପରିବେଶରେ ପାଳିତ ହେଲା ସ୍ୱାମୀଜୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

December 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.