Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀଙ୍କ ଆଜି ବାରଣାସୀ ଗସ୍ତ: ଏକାଧିକ ବିମାନବନ୍ଦର ପ୍ରକଳ୍ପର କରିବେ ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କ ଆଜି ବାରଣାସୀ ଗସ୍ତ: ଏକାଧିକ ବିମାନବନ୍ଦର ପ୍ରକଳ୍ପର କରିବେ ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ

October 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ଗସ୍ତ କରିବେ। ଦିନ ୨ ଟା ସମୟରେ ସେ ଆର୍ ଜେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟନ କରିବେ। ଏହା ପରେ, ପ୍ରାୟ ୪:୧୫ ସମୟରେ, ସେ ବାରଣାସୀରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ।

ପ୍ରଧାନମନ୍ତ୍ରୀ ଆର୍ ଜେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉଦ୍‌ଘାଟନ କରିବେ। ଏହି ଚିକିତ୍ସାଳୟରେ ବିଭିନ୍ନ ଚକ୍ଷୁ ରୋଗ ପାଇଁ ବ୍ୟାପକ ପରାମର୍ଶ ଏବଂ ଚିକିତ୍ସା ଯୋଗାଇ ଦିଆଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ।

ଯୋଗାଯୋଗ ସୁବିଧା ବୃଦ୍ଧି କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ପ୍ରାୟ ୨୮୭୦ କୋଟି ଟଙ୍କାର ବ୍ୟୟ ଅଟକଳରେ ବାରଣାସୀରୀ ଲାଲ ବାହାଦୂର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦର ରନୱେ ସମ୍ପ୍ରସାରଣ, ଏକ ନୂତନ ଟର୍ମିନାଲ ଭବନ ନିର୍ମାଣ ଏବଂ ଅନ୍ୟାନ୍ୟ ବିକାଶ କାର୍ଯ୍ୟର ଶିଳାନ୍ୟାସ କରିବେ। ଏହାଛଡା ସେ ମଧ୍ୟ ପ୍ରାୟ ୫୭୦ କୋଟିରୁ ଅଧିକ ଟଙ୍କାର ବ୍ୟୟ ଅଟକଳରେ ଆଗ୍ରା ବିମାନବନ୍ଦରରେ୍‌, ୯୧୦ କୋଟି ଟଙ୍କାର ବ୍ୟୟରେ ଦରଭଙ୍ଗା ବିମାନବନ୍ଦରରେ ଏବଂ ୧୫୫୦ କୋଟି ଟଙ୍କ ବ୍ୟୟରେ ବାଗଡୋଗରା ବିମାନବନ୍ଦରରେ ନିର୍ମିତ ହେବାକୁ ଥିବା ନୂତନ ସିଭିଲ୍ ଏନକ୍ଲେଭ୍‌ର ଶିଳାନ୍ୟାସ କରିବେ।

ପ୍ରଧାନମନ୍ତ୍ରୀ ପ୍ରାୟ ୨୨୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ନିର୍ମିତ ହୋଇଥିବା ରେୱା ବିମାନବନ୍ଦର, ମା ମହାମାୟା ବିମାନବନ୍ଦର, ଅମ୍ବିକାପୁର ଏବଂ ସରସାୱା ବିମାନବନ୍ଦରର ନୂତନ ଟିର୍ମିନାଲ୍ ଭବନର ଉଦ୍‌ଘାଟନ କରିବେ। ଯାହାଦ୍ୱାରା ଏହି ବିମାନବନ୍ଦରଗୁଡିକର ମିଳିତ ଯାତ୍ରୀ ପରିବହନ କ୍ଷମତା ବୃଦ୍ଧି ପାଇ ବାର୍ଷିକ ୨.୩ କୋଟିରୁ ଅଧିକ ହୋଇଯିବ। ଏହି ଅଞ୍ଚଳର ଐତିହ୍ୟ ସଂରଚନାର ସାଧାରଣ ଉପାଦନ ଦ୍ୱାରା ଏହି ବିମାନବନ୍ଦରଗୁଡିକର ଡିଜାଇନ ପ୍ରଭାବିତ ଏବଂ ଡିଜାଇନ୍‌ରେ ଏହାର ଅନୁକରଣ କରାଯାଇଛି।

କ୍ରୀଡା ପାଇଁ ଉନ୍ନତମାନର ଭିତ୍ତିଭୂମି ଯୋଗାଇବାକୁ ତାଙ୍କର ଦୃଷ୍ଟିକୋଣ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଖେଲୋ ଇଣ୍ଡିଆ ଯୋଜନା ଏବଂ ସ୍ମାର୍ଟ ସିଟି ମିଶନ ଅଧୀନରେ ୨୧୦ କୋଟିରୁ ଅଧିକ ମୂଲ୍ୟରେ ନିର୍ମିତ ବାରଣାସୀ ସ୍ପୋର୍ଟ୍ସ କମ୍ପେ୍ଲକ୍ସର ପୁନର୍ବିକାଶର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟର ଉଦ୍‌ଘାଟନ କରିବେ। ଏହି ଯୋଜନାର ଉଦ୍ଦେଶ୍ୟ ଏକ ଅତ୍ୟାଧୁନିକ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ସୃଷ୍ଟି କରିବା, ଯେଉଁଥିରେ ଜାତୀୟ ଉତ୍କୃଷ୍ଟତା କେନ୍ଦ୍ର, ଖେଳାଳୀଙ୍କ ହଷ୍ଟେଲ୍‌, କ୍ରୀଡା ବିଜ୍ଞାନ କେନ୍ଦ୍ର, ବିଭିନ୍ନ କ୍ରୀଡାର ଅଭ୍ୟାସ ପାଇଁ କ୍ଷେତ୍ର, ଇନ୍‌ଡୋର୍ ଶୁଟିଂ ରେଞ୍ଜ ସହ ଅନ୍ୟାନ୍ୟ ସୁବିଧା ସାମିଲ ରହିଛି। ସେ ଲାଲପୁର ସ୍ଥିତ ଡକ୍ଟର ଭୀମରାଓ ଆମ୍ବେଦକର ସ୍ପୋର୍ଟ୍ସ ଷ୍ଟାଡିୟମରେ ୧୦୦ ଶଯ୍ୟା ବିଶିଷ୍ଟ ବାଳିକା ଏବଂ ବାଳକ ହଷ୍ଟେଲ ଏବଂ ଏକ ସର୍ବସାଧାରଣ ପାଭିଲିୟନ୍‌ର ଉଦ୍‌ଘାଟନ ମଧ୍ୟ କରିବେ।

ପ୍ରଧାନମନ୍ତ୍ରୀ ସାରନାଥରେ ବୌଦ୍ଧ ଧର୍ମ ସମ୍ବନ୍ଧୀୟ କ୍ଷେତ୍ରଗୁଡିକର ପର୍ଯ୍ୟଟନ ବିକାଶ କାର୍ଯ୍ୟ ଉଦ୍‌ଘାଟନ କରିବେ। ଏହି ଉନ୍ନତିଗୁଡିକରେ ପଥଚାରୀ ଅନୁକୂଳ ରାସ୍ତା, ନୂତନ ସ୍ୱେରେଜ ଲାଇନ ଏବଂ ନବୀକରଣ ହୋଇଥିବା ଡ୍ରେନେଜ ବ୍ୟବସ୍ଥା, ଆଧୁନିକ ଡିଜାଇନର ଭେଣ୍ଡିଂ କାର୍ଟ ସହିତ ସ୍ଥାନୀୟ ହସ୍ତତନ୍ତ ବିକ୍ରେତାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଭେଣ୍ଡିଂ ଜୋନ୍ ଅନ୍ତର୍ଭୁକ୍ତ।

ପ୍ରଧାନମନ୍ତ୍ରୀ ବାଣାସୁର ମନ୍ଦିର ଏବଂ ଗୁରୁଧାମ ମନ୍ଦିରରେ ପର୍ଯ୍ୟଟନ ବିକାଶ କାର୍ଯ୍ୟ, ପାର୍କର ସୌନ୍ଦର୍ଯ୍ୟକରଣ ଏବଂ ପୁନର୍ବିକାଶ ଭଳି ଅନ୍ୟାନ୍ୟ ପଦକ୍ଷେପ ମଧ୍ୟ ଉଦ୍‌ଘାଟନ କରିବେ।

ବାରଣାସୀ ଗସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026

୨୦୨୫–୨୬ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥର ଦୃଢ଼ ଆର୍ଥିକ ପ୍ରଦର୍ଶନ

April 26, 2026

ଏଥର ରଜ କୁଇନ୍ ଫେରୁଛି ନିଜ ମାଟିକୁ: ‘ଗାଁରେ ହେବ ଗାଲା ରାଉଣ୍ଡ

April 26, 2026

ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ‘ଡ଼ବା ଭିତରେ ପଶ’ ଗୀତ ମହା ସମାରୋହରେ ମହାରାଜା ପ୍ରାଙ୍ଗଣରେ ମୁକ୍ତିଲାଭ

April 26, 2026
Latest News

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026

୨୦୨୫–୨୬ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥର ଦୃଢ଼ ଆର୍ଥିକ ପ୍ରଦର୍ଶନ

April 26, 2026

ଏଥର ରଜ କୁଇନ୍ ଫେରୁଛି ନିଜ ମାଟିକୁ: ‘ଗାଁରେ ହେବ ଗାଲା ରାଉଣ୍ଡ

April 26, 2026

ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ‘ଡ଼ବା ଭିତରେ ପଶ’ ଗୀତ ମହା ସମାରୋହରେ ମହାରାଜା ପ୍ରାଙ୍ଗଣରେ ମୁକ୍ତିଲାଭ

April 26, 2026

ମେମୁ ଟ୍ରେନ୍ ସେବା ସମୟସୂଚୀରେ ପରିବର୍ତ୍ତନ

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.