ଏୟାର ଇଣ୍ଡିଆରେ ହେବ ବଡ଼ ଆକ୍ରମଣ, କରନ୍ତୁ ନାହିଁ ଯାତ୍ରା: ଖାଲିସ୍ତାନୀ ଆତଙ୍କବାଦୀର ଧମକ

Published: Oct 21, 2024, 12:11 pm IST

ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତନ୍ତ ସିଂ ପନ୍ନୁ ଆଜି ନଭେମ୍ବର ୧ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ନକରିବାକୁ ଯାତ୍ରୀମାନଙ୍କୁ ଧମକ ଦେଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶିଖ ନରସଂହାରର ୪୦ ତମ ବାର୍ଷିକୀରେ ଏୟାର ଇଣ୍ଡିଆ ବିମାନ ଉପରେ ଆକ୍ରମଣ ହୋଇପାରେ ବୋଲି ସେ ଦାବି କରିଛି।

ଶିଖ୍ ଫର ଜଷ୍ଟିସ୍ (SFJ) ପ୍ରତିଷ୍ଠାତା ଗୁରୁପତବନ୍ତ ସିଂ ପନ୍ନୁ ଗତ ବର୍ଷ ମଧ୍ୟ ସମାନ ଧମକ ଦେଇଥିଲା। ପନ୍ନୁ ଦ୍ଵାରା ଚେତାବନୀ ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତୀୟ ବିମାନଗୁଡ଼ିକ କ୍ରମାଗତ ଭାବରେ ବୋମା ଧମକ ଗ୍ରହଣ କରୁଛନ୍ତି। ତେବେ ଏପର୍ଯ୍ୟନ୍ତ ଏହି ଧମକ କେବଳ ଗୁଜବ ବୋଲି ପ୍ରମାଣିତ ହୋଇଛି।

ଜୁଲାଇ ୨୦୨୦ ରୁ ଗୃହ ମନ୍ତ୍ରଣାଳୟ ଦେଶଦ୍ରୋହ ଏବଂ ବିଚ୍ଛିନ୍ନତାବାଦ ଅଭିଯୋଗରେ ପନ୍ନୁକୁ ଆତଙ୍କବାଦୀ ଘୋଷଣା କରିଛି। ସେ ଏକ ପୃଥକ ଶିଖ ରାଜ୍ୟକୁ ସମର୍ଥନ କରୁଥିବା ଗୋଷ୍ଠୀ SFJ ର ନେତୃତ୍ୱ ନେଉଛି। ଏହାର ଏକ ବର୍ଷ ପୂର୍ବରୁ ଜାତୀୟ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଥିବାରୁ SFJ କୁ ଏକ ବେଆଇନ ସଂଗଠନ ଭାବରେ ଭାରତ ନିଷିଦ୍ଧ କରିଥିଲା।

ନଭେମ୍ବର ୨୦୨୩ ରେ ପନ୍ନୁ ଏକ ଭିଡିଓରେ ଦାବି କରିଥିଲା ଯେ, ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ନାମ ପରିବର୍ତ୍ତନ ହେବ ଏବଂ ନଭେମ୍ବର ୧୯ ତାରିଖରେ ଏହା ବନ୍ଦ ରହିବ। ଏପରିକି ଭିଡିଓରେ ସେ ଲୋକମାନଙ୍କୁ ଏୟାର ଇଣ୍ଡିଆ ଦ୍ୱାରା ଉଡ଼ାଣ କରିବାକୁ ବାରଣ କରିଥିଲେ। ଜାତୀୟ ଅନୁସନ୍ଧାନ ଏଜେନ୍ସି ତାଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରୁଜୁ କରିଛି।

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମନଙ୍କୁ ହତ୍ୟା ଧମକ:

ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଏବଂ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଗୌରବ ଯାଦବଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ସେ ଜାନୁଆରୀ ୨୬ ତାରିଖରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଏକଜୁଟ ହୋଇ ଆକ୍ରମଣ କରିବାକୁ ଗ୍ୟାଙ୍ଗଷ୍ଟରମାନଙ୍କୁ କହିଥିଲେ।

Related posts