Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଳାହାଣ୍ଡି: ଜାଣନ୍ତୁ କେମିତି ହେଲା ଏହି ଜିଲ୍ଲାର ନାମକରଣ ଓ ଇତିହାସ ପୃଷ୍ଠଭୂମି
ବିଶେଷ ଖବର

କଳାହାଣ୍ଡି: ଜାଣନ୍ତୁ କେମିତି ହେଲା ଏହି ଜିଲ୍ଲାର ନାମକରଣ ଓ ଇତିହାସ ପୃଷ୍ଠଭୂମି

October 31, 2024No Comments5 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାରେ ଭରପୁର ହାଣ୍ଡି ଏବଂ କଳା ହାଣ୍ଡି ଭଳି କଳାହାଣ୍ଡି ପାଇଁ ଅନେକ ବ୍ୟାଖ୍ୟା ହେଉଥିବା ବେଳେ ମହାକାନ୍ତାର, ତ୍ରିକଳିଙ୍ଗ, କାରୁଣ୍ଡ ମଣ୍ଡଳ, ଇନ୍ଦ୍ରବନ, ଚକ୍ରକୋଟ ମଣ୍ଡଳ ଭଳି ଅନେକ ନାମରୁ ଆଧୁନିକ କଳାହାଣ୍ଡିର ନାମକରଣ ହୋଇଥିବାର ଇତିହାସ ପୃଷ୍ଠଭୂମି ରହିଛି। ଅଠର ଗଡର ରାଜ୍ୟ ଥିଲା କଳାହାଣ୍ଡି।

କଳାହାଣ୍ଡି ଜିଲ୍ଲା ଗଠନ ୧୯୪୯ ମସିହା ୧ ତାରିଖ ଦିନ ହୋଇଥିବା ବେଳେ ପୂର୍ବରୁ ଏହା କଳାହାଣ୍ଡି ଗଡଜାତ ରାଜ୍ୟ ଭାବେ ପରିଗଣିତ ହେଉଥିଲା। ସମଗ୍ର ଓଡ଼ିଶାର ୨୭ ଗୋଟି ଗଡଜାତ ମଧ୍ୟରୁ କଳାହାଣ୍ଡି ଗଡଜାତ ଅନ୍ୟତମ ରାଜ୍ୟ। କଳାହାଣ୍ଡିର ତତ୍କାଳୀନ ମହାରାଜା ହିଁ ଓଡ଼ିଶାର ଶେଷ ରାଜା ଯିଏ କି ଭାରତ ବର୍ଷରେ ବିଲୀନ ହେବା ପାଇଁ ସବା ଶେଷରେ କଟକ ଠାରେ ସ୍ବାକ୍ଷରିତ କରିଥିଲେ।

ଇତିହାସ ପୃଷ୍ଠା ଅବଲୋକନ କଲେ ଜଣାପଡେ ଯେ, କଳାହାଣ୍ଡି ରାଜ୍ୟ ୧ ନଭେମ୍ବର ୧୯୪୮ ରେ ଭାରତ ବର୍ଷରେ ମିଶ୍ରଣ ହେବା ପରେ ସମ୍ବଲପୁର ଜିଲ୍ଲା ଅଧୀନରେ ଥିବା ନୂଆପଡ଼ା ଉପଖଣ୍ଡକୁ କଳାହାଣ୍ଡିରେ ମିଶ୍ରଣ କରି ଓଡ଼ିଶା ସରକାରଙ୍କ ଅଧୀନରେ ନୂତନ କଳାହାଣ୍ଡି ଜିଲ୍ଲା ଭାବେ ଘୋଷଣା କରାଯାଇଥିଲା। ସେତେବେଳେ କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନର ଧର୍ମଗଡ ଉପଖଣ୍ଡ, ଭବାନୀପାଟଣା ଉପଖଣ୍ଡ ଏବଂ କାଶୀପୁର ବ୍ଲକ ଥିଲା ଏବଂ ସେଥିରେ ନୂଆପଡ଼ା ଉପଖଣ୍ଡ ସାମିଲ ହୋଇ ଏକ ବୃହତ କଳାହାଣ୍ଡି ଜିଲ୍ଲା ୧ ନଭେମ୍ବର ୧୯୪୮ ଗଠନ ହେଲା। ସେହି ଦିନ ଠାରୁ ନଭେମ୍ବର ୧ ତାରିଖକୁ କଳାହାଣ୍ଡି ଜିଲ୍ଲା ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଉଛି। ଅବଶ୍ୟ ପ୍ରଶାସନିକ ସୁବିଧା ଦୃଷ୍ଟିକୋଣରୁ ୧୯୬୭ ମସିହାରେ କାଶୀପୁର ବ୍ଲକକୁ କୋରାପୁଟ ଜିଲ୍ଲାର ରାୟଗଡା ଉପଖଣ୍ଡରେ ସାମିଲ କରାଯାଇଥିବା ବେଳେ ୧୯୯୩ ମସିହାରେ ନୂଆପଡ଼ା ଉପଖଣ୍ଡକୁ ସ୍ବତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରାଯାଇଛି। ଅର୍ଥାତ ୧୯୪୮ ମସିହାରେ କଳାହାଣ୍ଡି ଜିଲ୍ଲାର ଯେଉଁ ପରିସୀମା ଥିଲା ଆଜି ତାହା ଆଉ ନାହି।

କଳାହାଣ୍ଡି ଆଜିମଧ୍ୟ ରତ୍ନଗର୍ଭା। ଚାଷରେ ଉନ୍ନତ ଥିବା ବେଳେ ବଙ୍ଗ ଦୁର୍ଭିକ୍ଷ ସମୟରେ କଳାହାଣ୍ଡିରୁ ଏକ ଲକ୍ଷ ଟନ ଚାଉଳ ଯୋଗାଣ କରାଯାଇଥିବା ତଥ୍ୟ ରହିଛି। ସେହିପରି ଚାଷ କାର୍ଯ୍ୟରେ ଜଳସେଚନର ଉନ୍ନତି ପାଇଁ କଳାହାଣ୍ଡିରେ ୧୯୩୦ ମସିହାରେ ଇନ୍ଦ୍ରାବତୀ ଜଳ ସେଚନ ଯୋଜନାର ପରିକଳ୍ପନା କରାଯାଇଥିଲା ଯାହାକି ସ୍ବାଧୀନତା ପରେ ୧୯୭୮ ରେ ସରକାରଙ୍କ ଦ୍ବାରା ସ୍ୱୀକୃତି ଲାଭ କରିପାରିଥିଲା। ଏତେ ସମୃଦ୍ଧ ଥିଲେ ମଧ୍ୟ କଳାହାଣ୍ଡିରେ ୧୯୬୭ ପରଠାରୁ ୧୯୮୦ ମଧ୍ୟରେ ବିଶେଷ କରି ନୂଆପଡ଼ା ଅଞ୍ଚଳରେ ଦୁର୍ଭିକ୍ଷ ହେବାପରେ ଦେଶର ପ୍ରଧାନମନ୍ତ୍ରୀଙ୍କ ଆଗମନ ହେବାପରେ ଏହି ଅଞ୍ଚଳର ବିକାଶ ପାଇଁ କେବିକେ ପ୍ରୋଜେକ୍ଟ ନାମରେ ଏକ ନୂତନ ଯୋଜନାର ସୂତ୍ରପାତ ହୋଇଥିଲା। ସେଦିନର ଭୋକର ଭୂଗୋଳ କଳାହାଣ୍ଡି ଆଉ ନାହିଁ, ଆଜିର କଳାହାଣ୍ଡି ରାଜ୍ୟର ଦ୍ବିତୀୟ ବୃହତ ଧାନ ଉତ୍ପାଦନକାରୀ ଜିଲ୍ଲା ଭାବେ ପରିଗଣିତ। ସେଦିନର କଳାହାଣ୍ଡି ଏବଂ ଆଜିର କଳାହାଣ୍ଡି ମଧ୍ୟ ରେ ଆକାଶ ପାତାଳ ଫରକ ଦେଖାଗଲାଣି। ଆଜିର କଳାହାଣ୍ଡି ମାଟିରେ ଅନେକ ଜିଲ୍ଲା ଓ ରାଜ୍ୟର ଅନେକ ଲୋକ ଆସି ବସ ବାସ କଲେଣି, ଫଳତଃ ଏହାର ସାଂସ୍କୃତିକ, ସାମାଜିକ ଓ ପାରିବାରିକ ପରମ୍ପରା କ୍ରମଶଃ ବଦଳିବାରେ ଲାଗିଛି।

କଳାହାଣ୍ଡି ଗଡଜାତ ରାଜ୍ୟ ବ୍ରିଟିଶ ଶାସନାଧୀନ ଥିବା ସମୟରେ କାରୁଣ୍ଡ ମଣ୍ଡଳ ନାମରେ ନାମିତ ଥିବା ସହିତ ଏହାର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ଵରୀ ଅଟନ୍ତି। ରତ୍ନଗର୍ଭା କଳାହାଣ୍ଡି ରେ ଥିବା ମାଣିକ୍ୟ ର ଅଧୀଶ୍ଵରୀ ବୋଲି ଦେବୀଙ୍କ ନାମ ମାଣିକେଶ୍ଵରୀ ହୋଇଥିବା କୁହାଯାଏ।

ଏସବୁ ସତ୍ବେ କଳାହାଣ୍ଡିର ଅସ୍ଥିତ୍ଵ କୁ ବିଚାର କୁ ନେଲେ ଜୁନାଗଡର ଗୁରୁତ୍ବ ରହିଛି। ଯଦିଓ ୧୦୦୫ ମସିହାରୁ କଳାହାଣ୍ଡି କୁ ନାଗ ବଂଶୀ ରାଜା ମାନେ ଶାସନ କରୁଥିଲେ ଏବଂ ସେମାନଙ୍କ ରାଜଧାନୀ ୧୮୪୯ ମସିହା ପର୍ଯ୍ୟନ୍ତ ଜୁନାଗଡ ରେ ହିଁ ଥିଲା। ବର୍ତ୍ତମାନ ର ଜୁନାଗଡ ସେ ସମୟରେ କଳାହାଣ୍ଡି ନଗର ନାମରେ ନାମିତ ଥିଲା। କଳାହାଣ୍ଡି ଅଧୀନରେ ଅଠର ଗୋଟି ଗଡ ଥିବାର ଜଣାଯାଏ। ସେହିପରି ଛଅ କୋଡି ବନ୍ଧ କୁ ନଅ କୋଟି ତୋଟା ର ନଗର ଥିଲା କଳାହାଣ୍ଡି ନଗର ବା ଆଧୁନିକ ଜୁନାଗଡ । କଳାହାଣ୍ଡି ର ଇତିହାସ ରେ ଜୁନାଗଡ ର ଗୁରୁତ୍ବ ପୂର୍ଣ୍ଣ ଭୂମିକା ରହିଥିବା ବେଳେ ୧୮୪୯ ମସିହାରେ ତତ୍କାଳୀନ ମହାରାଜା ଫତେ ନାରାୟଣ ଦେୟ ଙ୍କ ସମୟରେ କଳାହାଣ୍ଡି ନଗର ରୁ ଭୌମଦେବ ପାଟଣା ତଥା ଆଜିର ଭବାନୀପାଟଣା କୁ କଳାହାଣ୍ଡି ର ରାଜଧାନୀ କୁ ସ୍ଥାନାନ୍ତର କରାଗଲା ଏବଂ ମାଣିକେଶ୍ଵରୀ ଙ୍କୁ ଇଷ୍ଟ ଦେବୀ ଭାବେ ପୂଜା କରିବାକୁ ଲାଗିଲେ।

ନବମ ଓ ଦଶମ ଶତାଦ୍ଦୀ ମଧ୍ୟରେ କଳାହାଣ୍ଡି, କୋରାପୁଟ ଓ ବସ୍ତର ଅଞ୍ଚଳ କୁ ମିଶାଇ ତ୍ରିକଲିଙ୍ଗ ନାମରେ ନାମିତ କରାଯାଇଥିଲା। ଏହି ଅନୁସାରେ କଳାହାଣ୍ଡି ସେସମୟରେ ତ୍ରିକଲିଙ୍ଗ ର ଅଂଶ ବିଶେଷ ଥିଲା। ଏହାର କିଛି ସମୟ ପରେ କଳାହାଣ୍ଡି ଚକ୍ରକୋଟ ମଣ୍ଡଳ ମଧ୍ୟରେ ଥିବାର ମଧ୍ୟ କୁହାଯାଏ  ପଞ୍ଚମ ଶତାଦ୍ଦୀ ରେ କଳାହାଣ୍ଡି ର ତେଲ ନଦୀ ଅବବାହିକା ଅଞ୍ଚଳ ରେ ପର୍ବତ ଦ୍ଵାରକା ନାମକ ରାଜ୍ୟ ସ୍ଥାପନ କରାଯାଇ ବର୍ତ୍ତମାନ ର ବେଳଖଣ୍ଡି ନିକଟରେ ତାଳଭମ୍ରକ ଠାରେ ରାଜଧାନୀ ସ୍ଥାପନ କରାଜିଥିବାର ବର୍ଣ୍ଣିତ ହୋଇଛି। ଚତୁର୍ଥ ଶତାଦ୍ଦୀ ରେ କଳାହାଣ୍ଡି, କୋରାପୁଟ ଓ ବସ୍ତର ଅଞ୍ଚଳକୁ ମିଶାଇ ମହାକାନ୍ତାର ରାଜ୍ୟ ନାମରେ ଶାସନ କରାଯାଉଥିଲା। ସେ ସମୟରେ ଘଞ୍ଚ ଜଙ୍ଗଲ ଥିବା ଯୋଗୁ ଏହି ଅଞ୍ଚଳ ର ନାମ କାନ୍ତାର ବା ମହାକାନ୍ତାର ନାମରେ ନାମିତ ହୋଇଥିଲା। ସେ ସମୟରେ କଳିଙ୍ଗ ଓ ମହାକାନ୍ତାର ମଧ୍ୟରେ ବ୍ୟବସାୟିକ ସମ୍ପର୍କ ସ୍ଥାପନ କରିବାରେ ଅସୁର ଗଡ ପ୍ରମୁଖ ଭୂମିକା ନେଇଥିବା କୁହାଯାଏ।

ପଞ୍ଚମ ଶତାଦ୍ଦୀ ରେ କାନ୍ତାର ବା କଳାହାଣ୍ଡି ରେ ଜଗନ୍ନାଥ ସଂସ୍କୃତି ଆଧାର ରେ ସ୍ତମ୍ଭ ପୂଜାର ଅୟମାରମ୍ଭ କରାଯାଇଥିବା ବେଳେ ସ୍ତମ୍ଵେଶ୍ଵରୀ ଙ୍କ ସାଧନା ପାଇଁ ଅସୁର୍ଗଦ ରେ ପ୍ରଥମ ଇଟା ନିର୍ମିତ ମନ୍ଦିର ନିର୍ମାଣ କରାଯାଇଥିବା ଜଣାପଡିଛି।

ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାଦ୍ଦୀରେ କଳାହାଣ୍ଡି ଅଞ୍ଚଳ ଆଟବିକ ଅଞ୍ଚଳ ନାମରେ ନାମିତ ଥିବା ବେଳେ ଅସୁର ଗଡ ର ଆଟବିକ ଯୋଦ୍ଧା ମାନେ କଳିଙ୍ଗ ଯୁଦ୍ଧରେ ସମ୍ରାଟ ଅଶୋକ ଙ୍କ ବିରୁଦ୍ଧରେ ସଂଗ୍ରାମ କରିଥିବା ଇତିହାସ ପୃଷ୍ଠା ରୁ ଜଣାପଡେ।

ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାଦ୍ଦୀ ରେ କଳାହାଣ୍ଡି ଅଞ୍ଚଳ ଇନ୍ଦ୍ରବନ ନାମରେ ନାମିତ ହୋଇଥିବା ଇତିହାସ ପୃଷ୍ଠା ରୁ ଜଣାପଡେ। ଏହି ଅଞ୍ଚଳ ଅନେକ ମୁଲ୍ୟବାନ ପଥର ରେ ଭରପୁର ଥିବା ହେତୁ ଏହି ଅଞ୍ଚଳକୁ ଇନ୍ଦ୍ରବନ ନାମରେ ନାମିତ କରାଯାଇଥିବା ଐତିହାସିକ ମାନେ ମତ ପ୍ରକାଶ କରିଥିବା କୁହାଯାଉଛି।

କୌଟିଲ୍ୟ ହିଁ କଳାହାଣ୍ଡି ନଗର କୁ ଇନ୍ଦ୍ରବନ ନାମରେ ନାମିତ କରିଥିବା ଜଣାପଡେ। କୌଟିଲ୍ୟ ପ୍ରଣିତ ଅର୍ଥ ଶାସ୍ତ୍ର ରେ ବର୍ଣ୍ଣନା ଅନୁସାରେ ଇନ୍ଦ୍ରାବତୀ ନଦୀ ଓ ତେଲ ନଦୀ ର ମଧ୍ୟ ଭାଗ ଅଞ୍ଚଳ ହିଁ ଇନ୍ଦ୍ରବନ ହୋଇଥିବା ମତ ପ୍ରକାଶ ପାଉଥିବା ବେଳେ ଇନ୍ଦ୍ରବନ ଅନୁସାରେ ଇନ୍ଦ୍ରାବତୀ ନଦୀ ର ନାମ କରଣ ହୋଇଥିବା କୁହାଯାଏ।

ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀ ରେ କଳାହାଣ୍ଡି ଅଞ୍ଚଳ ତିତିଲକ ଜନପଦ ନାମରେ ନାମିତ ହୋଇଥିବା ବେଳେ କଳାହାଣ୍ଡି ବିଭିନ୍ନ ସମୟରେ ବିଭିନ୍ନ ନାମରେ ନାମିତ ହୋଇ ଆସିଛି। କଳାହାଣ୍ଡି ର ଇତିହାସ କୁ ଅବଲୋକନ କଲେ ପ୍ରାକ୍ତନ କଳାହାଣ୍ଡି ନଗର ବା ଆଧୁନିକ ଜୁନାଗଡ ର ସ୍ଵତନ୍ତ୍ରତା ରହିଛି। ମନ୍ଦିର ମାଳିନି ସହର ଏହି ଜୁନାଗଡ ରେ ଅନେକ ଐତିହାସିକ ପୃଷ୍ଠ ଭୂମି ରହିଥିବା ବେଳେ ଜୁନାଗଡ ସହର ମଧ୍ୟରେ ଅନେକ ସତୀ ପଥର ସମେତ ବହୁ ପୁରାତନ ଭିତ୍ତିଭୂମି ରହିଛି।

କଳାହାଣ୍ଡି ନଗର ରେ ଆଜି ମଧ୍ୟ ଇନ୍ଦ୍ରଖୁଣ୍ଟି ରହିଛି। ଏଠାରେ ସ୍ବୟଂ ଦେବରାଜ ଇନ୍ଦ୍ର ଙ୍କୁ ଖୁଣ୍ଟ ରେ ବନ୍ଧା ଯାଇଥିବା ଜନଶ୍ରୁତି ରହିଛି। ତତ୍କାଳୀନ କଳାହାଣ୍ଡି ର ମହାରାଜା ଙ୍କ କଳାହାଣ୍ଡି ନଗର ସ୍ଥିତ ରାଜ ପ୍ରସାଦ ନିକଟ ବର୍ତ୍ତୀ କନକଦୁର୍ଗା ମନ୍ଦିର ପାର୍ଶ୍ବରେ ଏହି ଇନ୍ଦ୍ରଖୁଣ୍ଟି ଥିବାର ଦେଖାଯାଏ। ଏପରିକି କଳାହାଣ୍ଡି ନଗର ରେ ଗଡଖାଇ ର ଅଂଶ ବିଶେଷ ଆଜି ମଧ୍ୟ ରହିଥିବା ବେଳେ ଚତୁର୍ପାର୍ଶ୍ଵରେ ଚାରି ଗୋଟି ଭୈରବ ମୂର୍ତ୍ତି ଗଡ ଜଗୁଥିବାର ଆଜି ମଧ୍ୟ ନଜିର ରହିଛି। ଏପରିକି ସଅଳ ମର୍ଦ୍ଦନ ପଥର, ସତୀ ପଥର ଭଳି ଅନେକ ପ୍ରତ୍ନତାତ୍ଵିକ ଭିତ୍ତିଭୂମି ରହିଥିବା ବେଳେ ଏଠାରେ ଥିବା ସମିଆ ବନ୍ଧ ମଧ୍ୟରେ ଏକ ବିରାଟ ପଥର ରହିଥିବା କୁହାଯାଏ। ଏସବୁର ପ୍ରତ୍ନତାତ୍ଵିକ ସର୍ଭେ କରାଗଲେ ବହୁ ପୁରାତନ ତଥ୍ୟ ପଦାକୁ ଆସିପାରନ୍ତା।

କଳାହାଣ୍ଡି ନଗର ହିଁ ପୁରାତନ ଇନ୍ଦ୍ରବନ ତେବେ ପୌରଣିକ ଭିତ୍ତିଭୂମି ଅନୁସାରେ ଏଠାରେ ହିଁ ରାବଣ ପୁତ୍ର ମେଘନାଦ ଦେବରାଜ ଇନ୍ଦ୍ର ଙ୍କୁ ପରାଜିତ କରି ଇନ୍ଦ୍ରଜିତ ନାମରେ ନାମିତ ହୋଇଥିବା ବିଶ୍ବାସ କରାଯାଏ। ସେହିପରି ଲଙ୍କା ର ଅଧୀଶ୍ଵରୀ ଲଙ୍କେଶ୍ଵରୀ ହିଁ କଳାହାଣ୍ଡି ନଗର ବା ଇନ୍ଦ୍ରବନ ତଥା ଆଧୁନିକ ଜୁନାଗଡ ର ଅଧିଷ୍ଠାତ୍ରୀ ଦେବୀ ହୋଇଥିବା କାରଣରୁ ଇନ୍ଦ୍ରବନ ନାମ ର ଯଥାର୍ଥତା ପ୍ରତିପାଦନ କରୁଥିବା ଜଣାପଡେ।

ହି ପରିପ୍ରେକ୍ଷୀ ରେ ଆଧୁନିକ କଳାହାଣ୍ଡି ର ମୂଳ ପିଣ୍ଡ ଭାବରେ କଳାହାଣ୍ଡି ନଗର ବା ଜୁନାଗଡ ର ଗୁରୁତ୍ବ ରହିଛି, ଏହାକୁ ଅସ୍ଵୀକାର କରାଯାଇ ପାରେନା।

ଜୁନାଗଡ, କଳାହାଣ୍ଡି, ଓଡ଼ିଶା ୭୬୬୦୧୪
ଦୂରଭାଷ ,- ୯୧୧୪୯୩୯୩୨୯

ଇନ୍ଦ୍ରାବତୀ ଜଳ ସେଚନ ଯୋଜନା କଳାହାଣ୍ଡି ଦେବୀ ମାଣିକେଶ୍ଵରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ବଡବାହାଳ ଉଚ୍ଚ ପ୍ରାଥମିକ ସ୍କୁଲର ମୁଖ୍ୟ ଗେଟ୍ ରେ ତାଲା: ଧାରଣାରେ ସ୍କୁଲ କମିଟି ଓ ଗ୍ରାମବାସୀ

August 4, 2025
Latest News

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025

ବାଣପୁର ବ୍ଲକରେ ଯୋଗଦେଲେ ନୂତନ ବିଡ଼ିଓ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.