ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନାରେ ରାଜ୍ୟରେ ଥିବା ଗୋଶାଳାଗୁଡିକୁ ଅସହାୟ ଗାଇ ଗୋରୁଙ୍କ ଯତ୍ନ ଓ ରକ୍ଷଣାବେକ୍ଷଣ ପାଇଁ ସହାୟତା ପ୍ରଦାନ କରିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ସ୍ବାମୀନାଥନ ହଲଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ ପଞ୍ଜିକୃତ ଗୋଶାଳାଗୁଡିକୁ ଆର୍ଥିକ ସହାୟତା ରାଶି ବିତରଣ କରିଛନ୍ତି। ଏହାଦ୍ବାରା ରାଜ୍ୟର ଗୋଶାଳା ଓ ଗୋପାଳକମାନେ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ପଞ୍ଜିକୃତ ୬୬ଟି ପଞ୍ଜିକୃତ ଗୋଶାଳାକୁ ୮ କୋଟି ୯୬ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହା ଫଳରେ ବର୍ଷକୁ ପ୍ରାୟ ୨୦ ହଜାର ଅସହାୟ ଗାଇ ଗୋରୁଙ୍କ ରକ୍ଷଣାବେକ୍ଷଣ କରାଯାଇପାରିବ ବୋଲି ସେ କହିଛନ୍ତି।