Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପିର ପରାଜୟ, ଇଏ କେବଳ ଆରମ୍ଭ ମାତ୍ର, ଆଗକୁ ଆହୁରି ବିପର୍ୟୟ ବାକି ଅଛି !
ବିଶେଷ ଖବର

ବିଜେପିର ପରାଜୟ, ଇଏ କେବଳ ଆରମ୍ଭ ମାତ୍ର, ଆଗକୁ ଆହୁରି ବିପର୍ୟୟ ବାକି ଅଛି !

December 13, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଛତିଶଗଡ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ ଓ ମିଜୋରାମରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଯେଉଁ ଫଳାଫଳ ଆସିଛି ତାହାର ଅନେକ ପ୍ରକାର ବିଶ୍ଳେଷଣ ହୋଇସାରିଲାଣି। ରାଜନୀତିରେ ଏହି ନିର୍ବାଚନର ଗୁରୁତ୍ଵ ଢେର ବେଶୀ, କାରଣ ସାଧାରଣ ନିର୍ବାଚନ ହେବାକୁ ଏବେ ମାତ୍ର ତିନିମାସ ବାକି। ବୋଧହୁଏ ଜାନୁଆରୀ ଶେଷ  କିମ୍ବା ଫେବୃୟାରୀ ପ୍ରଥମ ପକ୍ଷରେ ସାଧାରଣ ନିର୍ବାଚନର ବିଜ୍ଞପ୍ତି ପ୍ରକାଶ ପାଇପାରେ। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ଯୋଗୁଁ ଏକ ସ୍ଵାଭାବିକ କଂଗ୍ରେସ ବିରୋଧୀ ପରିବେଶ ସୃଷ୍ଟି କରିଥିଲା। ୨୦୧୩ ନିର୍ବାଚନରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ପାଇ ବିଜେପି ସରକାର ଗଢିଥିବା ବେଳେ ଦିଲ୍ଲୀ ରେ ଏହା ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ଏଥର କିନ୍ତୁ ବାଜି ଓଲଟି ଯାଇଛି। ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପି ହାରିଥିବାବେଳେ ତେଲେଙ୍ଗାନା ଓ ମିଜୋରାମରେ ଏହି ଦଳକୁ ମାତ୍ର ଗୋଟିଏ ଲେଖାଏଁ ଆସନ ମିଳିଛି। ତେଣୁ ଆପାତତଃ ବିଜେପି ଲାଗି ଏ ନିର୍ବାଚନ କେବଳ ନିରାଶାଜନକ ନୁହେଁ, ଏହା ୨୦୧୯ ନିର୍ବାଚନ ପୂର୍ବରୁ ଏକ ବଡ ବିପର୍ୟୟର ସଙ୍କେତ ମଧ୍ୟ।

ଏହି ନିର୍ବାଚନ ଫଳାଫଳକୁ ନେଇ କେତୋଟି ନିର୍ଦ୍ଦିଷ୍ଟ ବିନ୍ଦୁକୁ ଆମେ ଉପସ୍ଥାପନ କରୁଛୁ-

  • ଏହି ଫଳାଫଳ କଂଗ୍ରେସର ବିଜୟକୁ ଯେତିକି ସୂଚାଉଛି, ତାଠୁ ଅଧିକ ବିଜେପିର ଅସହାୟତାକୁ ସ୍ପଷ୍ଟ କରୁଛି। ମୋଦୀ ମ୍ୟାଜିକ ବା ମୋଦୀ ହାୱା ଉପରେ ନିର୍ଭର କରି ନିର୍ବାଚନ ଜିଣିବାର ଦିନ ଆଉ ନାହିଁ।
  • ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିଜେପି ପ୍ରାୟ ସମାନ ସଂଖ୍ୟକ ଭୋଟ ପାଇଥିବାବେଳେ, ବାକି ତିନୋଟି ରାଜ୍ୟରେ ଏହାର ସ୍ଥିତି ଅତ୍ୟନ୍ତ ଦୟନୀୟ। ଛତିଶଗଡରେ କଂଗ୍ରେସ ୪୩% ଭୋଟ ପାଇଥିବାବେଳେ ବିଜେପି ୩୩% ଭୋଟ ପାଇଛି। ୧୦% ବ୍ୟବଧାନ ରମଣ ସିଂଙ୍କ ଭାବମୂର୍ତ୍ତି ବିଷୟରେ ଗଣମାଧ୍ୟମ ଯାହା କହୁଥିଲା, ତାହାର ଅସଲ ଚେହେରା ଦେଖେଇଦେଇଛି।
  • ତେଲେଙ୍ଗାନାରେ ବ୍ୟାପକ ପ୍ରଚାର ସତ୍ତ୍ୱେ ବିଜେପି ଗୋଟିଏ ଆସନ ଜିତି ମାତ୍ର ୭% ଭୋଟ ପାଇଛି। ସେହିପରି ମିଜୋରାମରେ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର ସତ୍ତ୍ୱେ ବିଜେପି ୮% ଭୋଟ ଓ ଗୋଟିଏ ମାତ୍ର ଆସନ ପାଇଛି।
  • ଜିତିଲେ ପ୍ରଧାନମନ୍ତ୍ରୀ ଓ ବିଜେପି ଅଧ୍ୟକ୍ଷ ଯେତିକି ଉତ୍ସବ ମନାନ୍ତି, ହାରିଗଲେ ସେତିକି ମୁହଁ ଲୁଚାଇ ବୁଲନ୍ତି। ନିର୍ବାଚନରେ ହାର ଜିତ ଗଣତାନ୍ତ୍ରିକ ପ୍ରକ୍ରିୟାର ଏକ ଅପରିହାର୍ୟ ଅଂଶ। ଯିଏ ବିନମ୍ରତାର ସହ ପରାଜୟକୁ ସ୍ଵୀକାର କରେନାହିଁ, ସେ ଗଣତନ୍ତ୍ରରେ ସବୁଦିନ ଲାଗି ପ୍ରତ୍ୟାଖ୍ୟାତ ହେବାର ସମ୍ଭାବନା ଅଧିକ। ଦିଲ୍ଲୀ, ବିହାର,କେରଳ ସମେତ ଏଥର ନିର୍ବାଚନର ପରାଜୟକୁ ସାମ୍ନା କରିପାରିବାର ସାହସ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ପାଖରେ ନାହିଁ।
  • ବିଜେପି ନିଜକୁ ଏକ ରାଜନୈତିକ ଦଳ ବୋଲି ନଭାବି, ଏକ ଜିତିବାର ମେସିନ ବୋଲି ଭାବିନେଇଥିଲା। ତେଣୁ ଆଜିର ପରାଜୟ ବିଜେପିର ଅହଂକାର ଉପରେ ପ୍ରଖର ପ୍ରହାର କରିଛି। ଏ ପ୍ରହାର ର ପ୍ରଭାବ ୨୦୧୯ ରେ ଆହୁରି ତୀବ୍ର ହେବାର ସମ୍ଭାବନା ଅଧିକ।
  • ନେହେରୁଙ୍କୁ ଗାଳି କରି କିମ୍ବା ରାହୁଲ ଗାନ୍ଧୀଙ୍କୁ ପପ୍ପୁ ବୋଲି କହି ଭୋଟ ପାଇବାର ଯୁଗ ସରିଯାଇଛି। ପାଞ୍ଚ ବର୍ଷ ଶାସନ କଲାପରେ ଦେଶ ପାଇଁ ପ୍ରଧାନମନ୍ତ୍ରୀ କଣ କରିଛନ୍ତି, ତାର ହିସାବ ଆଜି ଲୋକ ମାଗୁଛନ୍ତି। ଲୋକଙ୍କୁ ନିଜର ହିସାବ ନଦେଇ ନେହେରୁଙ୍କ ହିସାବ ଦେଲେ ତାକୁ କେହି ଶୁଣିବେ ନାହିଁ।
  • ହିନ୍ଦୁ-ମୁସ୍ଲିମ ଓ ପାକିସ୍ତାନର ଭୟ ଦେଖାଇ ରାଜନୀତି ଯେ ବେଶୀ ଦିନ ଆଉ ଚାଲିବ ନାହିଁ ସେକଥା ଅବଶ୍ୟ ବିଜେପି ବୁଝୁନାହିଁ। ରାମ ମନ୍ଦିରର ନିର୍ମାଣ ନିର୍ବାଚନ ସମୟରେ କେବଳ ଏକ ରାଜନୈତିକ ଗୋଟି ଚାଳନା, ଏକଥା ଭାରତୀୟ ମାନେ ବୁଝି ସାରିଲେଣି।
  • ସିବିଆଇ, ଆରବିଆଇ, ସୂଚନା କମିଶନ, ନ୍ୟାୟପାଳିକା, ନିର୍ବାଚନ କମିଶନ, ମହାଲେଖା ନିୟନ୍ତ୍ରକ ଇତ୍ୟାଦି ଅନୁଷ୍ଠାନକୁ ଅଚଳ କରିଦେବା କିମ୍ବା ଚାପଗ୍ରସ୍ତ କରି ରଖିବାର ଭୟଙ୍କର ପରିଣତି ଭୋଗିବାର ଏହା ସାମାନ୍ୟ ସଙ୍କେତ ମାତ୍ର। ଆଗକୁ ଏହା ତୀବ୍ର ଜଣ ଅସନ୍ତୋଷର ରୂପ ନେଇପାରେ।
  • ଅର୍ଥନୈତିକ କ୍ଷେତ୍ରରେ ଭାରତର ସ୍ଥିତି ବେଳୁଁବେଳ ବିଗିଡି ଚାଲିଥିବା ବେଳେ ଜଣେ ବି ଭଲ ଅର୍ଥନୀତିଜ୍ଞ ମୋଦୀ-ଜେଟଲିଙ୍କ ସହ କାମ କରିପାରୁନାହାନ୍ତି। ଅର୍ଥନୀତିକୁ ରାଜନୈତିକ ଫାଇଦାବାଜି ପାଇଁ ବ୍ୟବହାର କରିବା ଯେ ଏକପ୍ରକାର ଦେଶଦ୍ରୋହ, ଏକଥା, ବିଜେପି ଯେତେଶୀଘ୍ର ବୁଝିବା, ସେତେ ଭଲ।
  • ଏହି ନିର୍ବାଚନ ଫଳାଫଳ ନିଶ୍ଚିତ ରୂପେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଏକ ବଡ ସୁଯୋଗ ଦେଇଛି। ତେବେ ଏହି ସୁଯୋଗର ସଦୁପଯୋଗ କରିବାକୁ କଂଗ୍ରେସକୁ ଆହୁରି ଅନେକ ବାଟ ଯିବାକୁ ପଡିବ।
Share. Facebook Twitter LinkedIn Email WhatsApp Copy Link

Related Posts

ସଂସଦରେ ପାସ୍ ହେଲା ପ୍ରଶ୍ନ ପତ୍ର ପ୍ରଘଟ ବିରୋଧୀ ବିଲ୍: ଭିଡିଓ ଜାରି କଲେ ପ୍ରଧାନମନ୍ତ୍ରୀ

July 31, 2026

ପଶ୍ଚିମ ଏସିଆ ପରିସ୍ଥିତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସିସିଏସ୍ ବୈଠକ

July 31, 2026

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

July 30, 2026
Latest News

ଅତ୍ୟାଧୁନିକ ମେଗର R30 ଭ୍ୟାନ୍-ମାଉଣ୍ଟେଡ୍ କେବୁଲ୍ ଫଲ୍ଟ ଲୋକେସନ୍ ର  ଶୁଭାରମ୍ଭ

July 31, 2026

ରାଷ୍ଟ୍ରପତି ଭବନରେ ବସ୍ତରର ପରମ୍ପରାର ଝଲକ: ପାରମ୍ପରିକ ପୋଷାକରେ ପହଞ୍ଚିଲେ ବସ୍ତରବାସୀ

July 31, 2026

ସଂସଦରେ ପାସ୍ ହେଲା ପ୍ରଶ୍ନ ପତ୍ର ପ୍ରଘଟ ବିରୋଧୀ ବିଲ୍: ଭିଡିଓ ଜାରି କଲେ ପ୍ରଧାନମନ୍ତ୍ରୀ

July 31, 2026

ପଶ୍ଚିମ ଏସିଆ ପରିସ୍ଥିତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସିସିଏସ୍ ବୈଠକ

July 31, 2026

ଆଜି ଜୁଲାଇ ୩୧ ତାରିଖରେ କ’ଣ ରହିଛି ଆପଣଙ୍କର ରାଶିଫଳ?, ଜାଣନ୍ତୁ ବିସ୍ତୃତ ଭାଗ୍ୟଫଳ

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.