Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ମଝିଆଖଣ୍ଡ ଓ କାଣ୍ଡପଡା ଚାଷୀଙ୍କୁ ଦେଲେ ଆଶ୍ଵାସନା
ଆଜିର ଖବର

ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ମଝିଆଖଣ୍ଡ ଓ କାଣ୍ଡପଡା ଚାଷୀଙ୍କୁ ଦେଲେ ଆଶ୍ଵାସନା

December 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଗତ ୨୦ ତାରିଖରେ ରଣପୁର ଅଞ୍ଚଳରେ ହୋଇଥିଲା ଅଦିନିଆ ବର୍ଷା। ଏହି ଅଦିନିଆ ବର୍ଷାରେ ଧାନ ଚାଷୀଙ୍କର ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଥିଲା। ଏହି କ୍ଷୟକ୍ଷତି ଆକଳନ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ବାଚସ୍ପତି ସୁରମା ପାଢ଼ୀ ରଣପୁର ଅଞ୍ଚଳର ଚାଷୀଙ୍କ ସହ ଆଲୋଚନା କରି ସ୍ଥିତି ପରଖିଛନ୍ତି। ଆଜି ପୂର୍ବାହ୍ନରେ ରଣପୁର ଜେଲ ଛକ ନିକଟରେ ଥିଵା ପଡିଆରେ ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟର ଯୋଗେ ଅବତରଣ କରିଥିଲେ। ସେଠାରୁ କାରରେ ରାଜସ୍ବ ମନ୍ତ୍ରୀ, ବାଚସ୍ପତି, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ କାଣ୍ଡପଡା ପଞ୍ଚାୟତକୁ ଯାଇଥିଲେ।

ପାଣି ବିଭାଗ ରିପୋର୍ଟ ଅନୁସାରେ ନୟାଗଡ ଜିଲ୍ଲା ରଣପୁରରେ ସର୍ବାଧିକ ୧୦୮ ମିଲିମିଟର ବର୍ଷା ହୋଇଥିଲା। ଏହି ବର୍ଷାରେ ଦୁଇ ଦିନ ପରେ ପୁଣି ଲଗାଣ ବର୍ଷା ଲାଗି ରହିଥିଲା, ଯାହା ଫଳରେ ଚାଷୀମାନଙ୍କ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିଲା। ବିଲରେ ଯେଉଁ ଧାନ ପଡିଥିଲା କେଉଁଠାରେ ଗଜା ହୋଇଥିଲା ତ କେଉଁଠାରେ ଦୀର୍ଘ ଦିନ ଧରି ପାଣି ମାଡିଚାଲି ଥିଲା, ଯାହା ଫଳରେ ଧାନ ନଷ୍ଟ ହୋଇ ଯାଇଥି। ରଣପୁରରେ ରେକର୍ଡ ସଂଖ୍ୟକ ବର୍ଷା ହୋଇଥିବାରୁ ଚାଷୀମାନେ କ୍ଷତି ଗ୍ରସ୍ତ ହୋଇଥିଲେ।

ରଣପୁର ବ୍ଳକ ର ଚାଷୀ ମାନେ ଅତ୍ୟଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ସାରା ରଣପୁର ବ୍ଳକ ରେ ୩୯୦୦ ହେକ୍ଟର ଥିବାବେଳେ କାଣ୍ଡପଡ଼ା, ମହତପଲ୍ଲା ପଞ୍ଚାୟତ ସମେତ ରଣପୁର ବିଜ୍ଞାପିତ ପରିଷଦ ଅଞ୍ଚଳ ଜମିର ପ୍ରାୟ ଶତକଡା ୮୦ ରୁ ୯୦ ଭାଗ ଧାନ ଫସଲ ନଷ୍ଟ ହୋଇଛି। ଆଜି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର କାଣ୍ଡପଡା ପଞ୍ଚାୟତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ୱ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ, ବାଚସ୍ପତି ସୁରମା ପାଢୀ ଓ ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ପହଂଚି କ୍ଷୟକ୍ଷତିର ଆକଳନ କରିବା ପାଇଁ ସ୍ଥିତି ଆକଳନ କରିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ। କାଣ୍ଡପଡା ପଞ୍ଚାୟତରେ ରଣପୁର ବ୍ଳକର ବିଭିନ୍ନ ପଞ୍ଚାୟତର ଚାଷୀମାନେ ନିଜ ନିଜର କ୍ଷୟକ୍ଷତି ହୋଇଥିବା ଧାନ ଚାଷ, ଗଜା ଧାନକୁ ହାତରେ ଧରି ରାସ୍ତା କଡରେ ଠିଆ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇ କ୍ଷୟ କ୍ଷତି ପାଇଁ ସହାୟତା ପ୍ରଦାନ କରିବା ପାଇଁ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ନିଜେ ଚାଷ ଜମିରେ ପଶି ପରିଲକ୍ଷିତ କରିବା ସହ ଚାଷୀଙ୍କ ମୁଖ୍ୟ ଅଭିଯୋଗ କ୍ରମେ ଶତକଡା ୮୦ ରୁ ୯୦ ଭାଗ ଅମଳ ଧାନ କ୍ଷୟକ୍ଷତି, ଭାଗଚାଷୀଙ୍କୁ ପ୍ରକୃତ ଦେୟ ମିଳିବା ଏବଂ ବୀମା କ୍ଷେତ୍ରରେ ସହାୟତା ମିଳିବାକୁ ବ୍ଳକର ସମସ୍ତ ପ୍ରସାଶନିକ ଅଧିକାରୀ ଯଥା ବିଡିଓ, ତହସିଲ, କୃଷି ଅଧିକାରୀ ଓ ଆର୍.ଆଇ ଙ୍କୁ ଲିଖିତ ଅଭିଯୋଗ କରିଵା ପାଇଁ ପରାମର୍ଶ ଦେଇଥିଲେ।

କାଣ୍ଡପଡା ପଞ୍ଚାୟତର ଚକ୍ରଧର ମାଝୀ, ସନ୍ତୋଷ ମୁଦୁଲି, ଲକ୍ଷ୍ମୀଧର ସାମଲ, ପ୍ରହ୍ଲାଦ ବେହେରା, ବସନ୍ତ ମହାପାତ୍ର, ଭୀମସେନ ମହାପାତ୍ର ପ୍ରଭୃତି ଚାଷୀଙ୍କ ସହ ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତି ସମ୍ବନ୍ଧରେ ଆଲୋଚନା କରିଥିଲି। ଆଜି ଆବେଦନ କରିବାର ଶେଷ ଦିନ ହୋଇଥିବାରୁ ରାତି ୧୨ ଘଣ୍ଟିକା ମଧ୍ୟରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦେବାସହ ଏକ ଟୋଲ ଫ୍ରି ନମ୍ବର ୧୪୪୪୭ ରେ କଲ କରି ଚାଷୀମାନେ କ୍ଷୟକ୍ଷତିର ଅଭିଯୋଗ କରିପାରିବେ ଏବଂ ସମସ୍ତ ପ୍ରକାର ଚାଷୀକୁ ୪୮ ଘଣ୍ଟା ମଧ୍ୟରେ କ୍ଷୟକ୍ଷତିର ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅଦିନିଆ ବର୍ଷା ମଝିଆଖଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.