Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ; ଟ୍ରେଲର୍ ତ ବଢିଆ, କିନ୍ତୁ ଫିଲ୍ମ ବଢିଆ ତ !
ବିଶେଷ ଖବର

ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ; ଟ୍ରେଲର୍ ତ ବଢିଆ, କିନ୍ତୁ ଫିଲ୍ମ ବଢିଆ ତ !

July 11, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ରଙ୍ଗାଚରଣ ପ୍ରଧାନ

ଗତ କେନ୍ଦ୍ରୀୟ ବଜେଟରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ ବର୍ଷକୁ ଦେଢ କୋଟିରୁ କମ୍ ଟଙ୍କାର ବିକ୍ରୀ କରୁଥିବା ବ୍ୟବସାୟୀମାନଙ୍କୁ ଏଣିକି ମାସକୁ ୩୦୦୦ ଟଙ୍କାର ପେନସନ୍ ମିଳିବ। କିନ୍ତୁ ସେମାନଙ୍କୁ ୬୦ ବର୍ଷ ବୟସ ହେବା ପରେ ମିଳିବ। ବହୁତ ବଢିଆ ଖବର ନା ? ଏହି ଯୋଜନାର ନାମକରଣ ବି ସୁନ୍ଦର ରଖାଯାଇଛି। ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା। ଯୋଜନାର ଟ୍ରେଲର୍ ବି ବହୁତ ଶୀଘ୍ର ଟିଭି  ଚ୍ୟାନେଲମାନଙ୍କରେ ଖୁବ ଶୀଘ୍ର ଆସି ଯାଇ ପାରେ। ଆଗକୁ କେତୋଟି ରାଜ୍ୟରେ ନିର୍ବାଚନ ଅଛି। ତେବେ ଚାଲନ୍ତୁ ଦେଖିବା ଫିଲ୍ମଟି କିପରି ହୋଇଥିବ।

ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ କହିଛନ୍ତି ଯେ ୩ କୋଟି ଛୋଟ ବ୍ୟବସାୟୀଙ୍କୁ ଏଥିରୁ ଫାଇଦା ମିଳିବ।

ଦେଶରେ ପ୍ରାୟ ଏକ କୋଟି ବ୍ୟବସାୟ ପ୍ରତିଷ୍ଠାନ ଜିଏସଟି ଅନ୍ତର୍ଗତ ପଞ୍ଜିକରଣ କରିଛନ୍ତି। ତା’ହେଲେ ସରକାର ୩ କୋଟି ବ୍ୟବସାୟୀ ପାଇବେ କେଉଁଠାରୁ? ସରକାର କ’ଣ ଜିଏସଟି କାଗଜପତ୍ର ନଥିବା ବା ବ୍ୟବସାୟୀ ବୋଲି ସାମାନ୍ୟତମ ପ୍ରମାଣପତ୍ର ନଥିବା ଲୋକଙ୍କୁ ବି ପେନସନ୍ ଦେବେ?

ଯେଉଁମାନେ ପଞ୍ଜିକୄତ ହୋଇଛନ୍ତି ସେମାନଙ୍କ ମଧ୍ୟରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଅଛି ଓ ଆପଣଙ୍କ ଗଳିମୁଣ୍ଡରେ ଥିବା ଚିହ୍ନା ଦୋକାନ ବି ଅଛି। କିନ୍ତୁ ସେଥିରୁ କେବଳ ୬୦ରୁ ୭୦ ଲକ୍ଷ ଏମିତି ବ୍ୟବସାୟ ଅଛି ଯେଉଁମାନେ ବାର୍ଷିକ ଦେଢ କୋଟି ଟଙ୍କାର କାରବାର କରନ୍ତି। ତେଣୁ ୩ କୋଟି ନୁହେଁ, ଅତି ବେଶିରେ ଏହି ୬୦ରୁ ୭୦ ଲକ୍ଷ ବ୍ୟବସାୟୀଙ୍କୁ ଏଥିରୁ ଲାଭ ମିଳିପାରିବ।

କାହାଣୀ ଏତିକିରେ ସରିନାହିଁ।
ସରକାର ବାହାଦୁର କହିଛନ୍ତି ଯେ ଏମାନଙ୍କ ମଧ୍ୟରୁ ବି ସମସ୍ତଙ୍କୁ ଏହି ପେନସନ୍ ମିଳିବ ନାହିଁ। ଆଜି ଯେଉଁ ବ୍ୟବସାୟୀକୁ ୧୮ରୁ ୪୦ ବର୍ଷ ବୟସ ହୋଇଛି କେବଳ ସେମାନଙ୍କୁ ୬୦ ବର୍ଷ ବୟସ ହେବାପରେ ଏହି ପେନସନ୍ ପାଇପାରିବେ। ତେଣୁ ପୁଣି ଆହୁରି ବ୍ୟବସାୟୀ ଏହି ଯୋଜନାରୁ ବାଦ୍ ପଡିଲେ। ଅର୍ଥାତ୍ ଆଜି ଯାହାକୁ ୩୫ ବର୍ଷ ହୋଇଛି ଆଉ ୨୫ ବର୍ଷ ପରେ ତାକୁ ପେନସନ୍ ମିଳିବ। ଅନ୍ୟଥା ନୁହେଁ। ତେବେ ପ୍ରଶ୍ନ ଉଠୁଛି, ଆଜିକୁ ୨୫ ବର୍ଷ ପରେ ଏହି ୩୦୦୦ ଟଙ୍କାର ମୂଲ କ’ଣ ଥିବ?

ଚାଲନ୍ତୁ, ଆପଣ ହୁଏତ କହିପାରନ୍ତି ଯେ ସରକାର ଚଳାଉଥିବା ପଲିଟିସିଆନମାନେ ଏମିତି ବଡ ବଡ ଦାବି କରନ୍ତି, କିନ୍ତୁ କିଛି ତ ଦେବେ ନା?

କିନ୍ତୁ ନା। ଏଥିପାଇଁ ସମ୍ପୂର୍ଣ୍ଣ ପାଣ୍ଠି କେବଳ ସରକାର ଦେବେ ନାହିଁ। ଏଥିରୁ ଲାଭ ପାଇବାକୁ ଥିବା ବ୍ୟବସାୟୀକୁ ମଧ୍ୟ ପ୍ରତି ମାସରେ ଏଥିପାଇଁ ବର୍ତ୍ତମାନର ସରକାରଙ୍କୁ ଏବେଠାରୁ କିଛି କିଛି ଦେବାକୁ ହେବ। କିନ୍ତୁ ପେନସନ୍ ଦେବାର ବୋଝ ସହିବ ଆଜକୁ ୨୫ ବର୍ଷ ପରେ ଶାସନରେ ଥିବା ସରକାର। ୨୫ ବର୍ଷ ପରେ ବି ଯେ ଏହି ସରକାର ଥିବ ତାହାର ଗ୍ୟାରେଣ୍ଟି କିଏ ଦେବ? ସେତେବେଳେ ଶାସନରେ ଥିବା ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିବ କି ନାହିଁ ସେକଥା ବି କିଏ କହିବ?

ତେବେ ଆପଣ ପଚାରିପାରନ୍ତି ଏମିତି ଯୋଜନାର ମାନେ କ’ଣ ? ଅବଶ୍ୟ ଏକଥା ସତ ଯେ ଯେଉଁ ବାଟରୁ ହେଉ ପଛେ ବ୍ୟବସାୟୀଙ୍କଠାରୁ ଏବେ ଆଦାୟ ହେବାକୁ ଥିବା ନିଜ ଭାଗର ଟଙ୍କା ସରକାରଙ୍କ ବର୍ତ୍ତମାନର ବିତ୍ତୀୟ ନିଅଣ୍ଟକୁ କମେଇବାରେ ସାହାଯ୍ୟ କରିବ। କିନ୍ତୁ ଏହା ପଛରେ ଆଉ ଗୋଟିଏ କାରଣ ବି ଅଛି।

ଏ ସନ ବଜେଟରେ କେନ୍ଦ୍ରସରକାର ଖୁଚୁରା ବିକ୍ରୟ କେନ୍ଦ୍ର ଗୁଡିକରେ ବିଦେଶୀ ପୁଞ୍ଜି ନିବେଶକୁ ଆହୁରି କୋହଳ କରିବେ ବୋଲି କହିଛନ୍ତି। ସରକାରଙ୍କ ଅନୁମତି ପାଇଁ ଅପେକ୍ଷା ନକରି ସିଙ୍ଗଲ୍ ବ୍ରାଣ୍ଡ ଖୁଚୁରା କେନ୍ଦ୍ରରେ ୧୦୦% ବିଦେଶୀ ପୁଞ୍ଜି ନିବେଶର ସୁବିଧା ଆଗରୁ ହୋଇ ସାରିଥିଲା। ସେମାନଙ୍କ ପାଇଁ ଯେ କୌଣସି ସପିଂ ମଲରେ ପ୍ରବେଶ ଅବାଧ ହୋଇ ସାରିଥିଲା। ମାତ୍ର ସେଥିରେ ସାମାନ୍ୟ କଟକଣା ଥିଲା ଯେ ସେମାନେ ପ୍ରତି ବର୍ଷ ଦେଖାଇବେ ଯେ ସେମାନେ ବିକ୍ରୀ କରିଥିବା ସାମଗ୍ରୀରୁ ଅତି କମ୍ ରେ ୩୦% ଭାରତରୁ ସଂଗୄହୀତ ହୋଇଥିବ। କିନ୍ତୁ ଏଥର ସରକାର କହିଛନ୍ତି, ପ୍ରଥମ ବର୍ଷ ନ ହେଲା ନାହିଁ, ଦ୍ବିତୀୟ ବର୍ଷ ନ ହେଲା ନାହିଁ, ମାତ୍ର ପାଞ୍ଚ ବର୍ଷର ହାରାହାରିରୁ ଦେଖାଯିବ ଯେ ବିକ୍ରୀ ସାମଗ୍ରୀର ୩୦% ଭାରତ ଭିତରୁ ସଂଗ୍ରହ ହୋଇଛି କି ନାହିଁ।

ତେଣୁ ସରକାର ଜାଣି ସାରିଛନ୍ତି ଯେ ଏହା ଦ୍ବାରା ଅନେକ ଖୁଚୁରା ବ୍ୟବସାୟୀ ବେପାର ଛାଡିବେ। ସେମାନଙ୍କୁ ଖୁସି କରିବା ପାଇଁ ସୁନ୍ଦର ଟ୍ରେଲର ଦେଖାଇବାକୁ ପଡିବ। ଆହେ ପାଞ୍ଚବର୍ଷ ପର କଥା ସେତେବେଳେ ଦେଖା ଯିବ ମ। କିନ୍ତୁ ଏବେ ସେମାନେ ଟ୍ରେଲର୍ ଉପଭୋଗ କରନ୍ତୁ।

Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରାଖଣ୍ଡରେ ଲୋକଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କାହିଁକି?

April 14, 2026

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ସମ୍ରାଟ ଚୌଧୁରୀ: ଆସନ୍ତାକାଲି ଶପଥଗ୍ରହଣ

April 14, 2026

ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର 

April 14, 2026

ବିଜେଡି-କଂଗ୍ରେସ ମେଣ୍ଟ ଚର୍ଚ୍ଚା: ପ୍ରତ୍ରିକ୍ରିୟା ପ୍ରକାଶ କଲେ ସମସ୍ତ ରାଜନୈତିକ ଦଳ

April 14, 2026
Latest News

ଖୋର୍ଦ୍ଧା ରୋଡ୍- ପୁରୀ ସେକ୍ସନର ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

April 14, 2026

ଚିଲିକା ବଜରଙ୍ଗ ଦଳର ବିଶାଳ ଶୋଭାଯାତ୍ରା: ଯୋଗଦେଲେ ଆଇନ ମନ୍ତ୍ରୀ

April 14, 2026

ଉତ୍ତରାଖଣ୍ଡରେ ଲୋକଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କାହିଁକି?

April 14, 2026

ବଢିବ ଲୋକସଭା ଆସନ ସଂଖ୍ୟା!: ୫୪୩ ରୁ ହେବ ୮୫୦

April 14, 2026

‘ପେଟ୍ରୋଲ ୧୮ ଏବଂ ଡିଜେଲ ୩୫ ଟଙ୍କା ମହଙ୍ଗା ହେବ’!: ଏହି ରିପୋର୍ଟରେ ଦାବି

April 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.