Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୃଷି କ୍ଷେତ୍ରରେ ମହିଳା ମାନଙ୍କ ଭୂମିକା ଅତୁଳନୀୟ:ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା
ଜାତୀୟ ଖବର

କୃଷି କ୍ଷେତ୍ରରେ ମହିଳା ମାନଙ୍କ ଭୂମିକା ଅତୁଳନୀୟ:ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

January 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କୃଷି କ୍ଷେତ୍ରରେ ମହିଳା ମାନଙ୍କ ଭୂମିକା ଅତୁଳନୀୟ:ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ଭୁବନେଶ୍ବର: କୃଷି କ୍ଷେତ୍ରରେ ମହିଳା ମାନଙ୍କ ଭୂମିକା ଅତୁଳନୀୟ। ପରିବର୍ତ୍ତିତ ସମୟ ସହ ତାଳ ଦେଇ ମହିଳା ମାନେ ବିଭିନ୍ନ ଦାୟିତ୍ୱ କାନ୍ଧକୁ ନେବା ସହ ପାରଦର୍ଶିତା ଲାଭ କରୁଥବା ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି। କୃଷି ଓଡିଶା-୨୦୨୫ ଦ୍ଵିତୀୟ ଦିବସର ଶେଷ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ପରିଡା କହିଲେ ଯେ କୃଷି କ୍ଷେତ୍ରରେ ପୂର୍ବରୁ ମହିଳା ମାନେ ସହଯୋଗ କରୁଥିଲେ ମଧ୍ୟ ସେମାନଙ୍କ ଭୂମିକାକୁ ଏକପ୍ରକାର ଅଣଦେଖା କରାଯାଉଥିବା ବେଳେ ବର୍ତ୍ତମାନ ମାନସିକତାରେ ପରିବର୍ତ୍ତନ ସହ ରାଜ୍ୟ ସରକାର ମହିଳା ମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିବା ସେ କହିଥିଲେ।

କୃଷିର ବିଭିନ୍ନ କ୍ଷେତ୍ରରେ ମହିଳା ମାନେ ସ୍ୱାବଲମ୍ବୀ ହେବା ସହ ଅନ୍ୟପାଇଁ ପ୍ରେରଣାଦାୟୀ ହୋଇପାରିଛନ୍ତି । ରାଜ୍ୟର ମାଣ୍ଡିଆ ରାଣୀ ରାଇମତୀଙ୍କୁ ପ୍ରଶଂସା କରିବା ସହ ଆଜିର ସମୟରେ ମହିଳା ମାନଙ୍କ ଇଚ୍ଛା ଶକ୍ତି ସେମାନଙ୍କ ପାଇଁ ସଫଳତା ଆଣି ଦେଉଛି ବୋଲି ସେ ଉଲ୍ଲେଖ କରିଥିଲେ ।

ସେହିଭଳି ସମ୍ମାନିତ ଅତିଥି ଭାବେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣି ସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳା ନନ୍ଦ ମଲ୍ଲିକ କହିଲେ ଯେ, କୃଷକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେବାସହ ଚାଷୀମାନଙ୍କ ଆୟକୁ ଦ୍ବିଗୁଣିତ କରିବା ପାଇଁ ସମସ୍ତ ସହଯୋଗ ଯୋଗାଇ ଦେଉଛନ୍ତି ।

ଗୋପାଳନ ଠାରୁ ଆରମ୍ଭ କରି ରାଜ୍ୟରେ ପ୍ରାଣିସମ୍ପଦର ବିକାଶ ପାଇଁ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିଛି । ଆଗାମୀ ୨୦୩୬ ମସିହାରେ ବିକଶିତ ଓଡିଶା ଗଠନ ପାଇଁ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ । ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଅନ୍ୟତମ ମୁଖ୍ୟଅତିଥି ଭାବେ ଯୋଗଦେଇ କୃଷିକୁ ଚିରନ୍ତନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ପ୍ରାକୃତିକ ସମ୍ବଳର ଅଭାବ, ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ଦୁର୍ବିପାକ ଦ୍ୱାରା ଅନେକ ଫସଲ ଉତ୍ପାଦନ ହ୍ରାସ ପାଉଥିବା ନେଇ ସେ ମତବ୍ୟକ୍ତ କରିଥିଲେ । ଜୈବିକ ପଦ୍ଧତିରେ ଚିରନ୍ତନ କୃଷି ସମ୍ଭବ ହେବ ବୋଲି ସେ କହିଥିଲେ ।

ଏହି ଅବସରରେ କେତକ ସଫଳ ଚାଷୀ ଓ ମହିଳା ସ୍ୱୟଂ ସହାୟିକା ସଂଗଠନକୁ ପୁରସ୍କୃତ କରାଯାଇଥିଲା । ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ ସ୍ୱାଗତ ଭାଷଣ ଦେଇଥିବା ବେଳେ କୃଷି ଓ ପ୍ରାଣୀସମ୍ପଦ ନିର୍ଦ୍ଦେଶକ ସିଦ୍ଦିକ ଆଲାମ ଧନ୍ୟବାଦ ଅର୍ପଣ କରିଥିଲେ।

କୃଷି ଓଡ଼ିଶା-୨୦୨୫ ପ୍ରଭାତୀ ପରିଡା
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଲେ ଟ୍ରମ୍ପଙ୍କ ବିଶସ୍ତ!: ଆଣିଲେ ସାଂଘାତିକ ଅଭିଯୋଗ

August 4, 2025

ବର୍ଷା ଋତୁରେ ଏସି ବ୍ୟବହାର କରୁଥିଲେ ଏହି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ୍ ହୋଇପାରେ କ୍ଷତି

August 4, 2025

ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା ପରେ ରାଷ୍ଟ୍ରପତିଙ୍କୁ କାହିଁକି ଭେଟିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

August 4, 2025

ଦୁଇଟି ଭୋଟର କାର୍ଡ ରଖିବା ପାଇଁ ଏହି ଦଣ୍ଡ ହୋଇପାରେ, ଜାଣନ୍ତୁ ଏ ସମ୍ପର୍କରେ ନିୟମ କ’ଣ?

August 4, 2025
Latest News

ଏବେ ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଲେ ଟ୍ରମ୍ପଙ୍କ ବିଶସ୍ତ!: ଆଣିଲେ ସାଂଘାତିକ ଅଭିଯୋଗ

August 4, 2025

ବର୍ଷା ଋତୁରେ ଏସି ବ୍ୟବହାର କରୁଥିଲେ ଏହି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ୍ ହୋଇପାରେ କ୍ଷତି

August 4, 2025

ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା ପରେ ରାଷ୍ଟ୍ରପତିଙ୍କୁ କାହିଁକି ଭେଟିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

August 4, 2025

ସମୁଦ୍ରରେ ବୁଡ଼ିଗଲା ୧୫୪ ଲୋକଙ୍କ ଭର୍ତ୍ତି ଡଙ୍ଗା!: ୬୮ ମୃତ, ୭୪ ନିଖୋଜ

August 4, 2025

ଦୁଇଟି ଭୋଟର କାର୍ଡ ରଖିବା ପାଇଁ ଏହି ଦଣ୍ଡ ହୋଇପାରେ, ଜାଣନ୍ତୁ ଏ ସମ୍ପର୍କରେ ନିୟମ କ’ଣ?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.