Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କଟକରେ ନେତାଜୀ ଜୟନ୍ତୀ, ପରାକ୍ରମ ଦିବସ ପାଳିତ, ମାଧବନ ପିଲାଇଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଜାତୀୟ ଖବର

କଟକରେ ନେତାଜୀ ଜୟନ୍ତୀ, ପରାକ୍ରମ ଦିବସ ପାଳିତ, ମାଧବନ ପିଲାଇଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

January 23, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
କଟକରେ ନେତାଜୀ ଜୟନ୍ତୀ, ପରାକ୍ରମ ଦିବସ ପାଳିତ, ମାଧବନ ପିଲାଇଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

କଟକ: ନେତାଜୀ ଥିଲେ ଅଦମ୍ୟ ସାହସର ମୂର୍ତ୍ତିମନ୍ତ ପ୍ରତୀକ । ତାଙ୍କ ଜନ୍ମର 100 ବର୍ଷ ପରେ ମଧ୍ୟ ଯେତେବେଳେ ସଂଗ୍ରାମ ଓ ଦେଶାତ୍ମବୋଧର ଆଲୋଚନା ହୁଏ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମ ସର୍ବାଗ୍ରେ ରହିଥାଏ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଟକ ଠାରେ ପରାକ୍ରମ ଦିବସ ପାଳନ ଅବସରରେ କହିଛନ୍ତି ।

ବାରବାଟୀ ଦୁର୍ଗର ସତ୍ୟବ୍ରତ ଷ୍ଟାଡିୟମ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 128ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ପରାକ୍ରମ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ବ୍ରିଟିଶ ଶାସନ ବିରୋଧରେ ନେତାଜୀଙ୍କ ବୀରତ୍ୱ ଓ ଯୁଦ୍ଧ କୌଶଳ ଦେଶର ସ୍ୱାଧୀନତା ପାଇଁ ଏକ ମୁଖ୍ୟ କାରଣ ଥିଲା ।

ଏହି ବୀର ଜନନାୟକଙ୍କୁ ସମ୍ମାନ ଅର୍ପଣ କରିବା ପାଇଁ ତାଙ୍କ ଜନ୍ମ ଦିବସକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ 2021 ଜାନୁଆରୀ 19 ତାରିଖରୁ ଘୋଷଣା କରିଛନ୍ତି । ଓଡିଶାର ଏହି ବୀର ସନ୍ତାନଙ୍କ ଜନ୍ମ ସହରରେ ତାଙ୍କ ଜନ୍ମ ଦିବସକୁ ପାଳନ କରିବା ଆମ ପାଇଁ ବଡ ସୌଭାଗ୍ୟର ଅବସର ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଅନେକ ଐତିହାସିକ ଓ ସେ ସମୟର ବ୍ରିଟିଶ ଶାସକ ମାନେ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ନେତାଜୀଙ୍କ ସଶସ୍ତ୍ର ସଂଗ୍ରାମ ହୋଇନଥିଲେ, ହୁଏତ ଆହୁରି କିଛି ବର୍ଷ ବ୍ରିଟିଶ ସରକାର ଭାରତରେ ଶାସନ କରିପାରିଥାନ୍ତେ।

ନେତାଜୀଙ୍କ ବୀରତ୍ୱ ଓ ସଂଗ୍ରାମକୁ ସମ୍ମାନ ପ୍ରଦର୍ଶନ କରି ଆମ ପ୍ରଧାନମନ୍ତ୍ରୀ 2018 ଡିସେମ୍ବର 30 ତାରିଖରେ ଭାରତ ବର୍ଷର ରସ୍ ଦୀପକୁ ନେତାଜୀ ସୁଭାଷ ବୋଷ ଦୀପ ଭାବେ ନାମ କରଣ କରିଛନ୍ତି ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ ଆଜି ତାଙ୍କ ଜନ୍ମ ସହର କଟକ ସାରା ଦେଶରେ ଗର୍ବିତ । କଟକର ଓଡିଆ ବଜାର ହେଉଛି ନେତାଜୀଙ୍କ ଜନ୍ମସ୍ଥାନ । ତାଙ୍କ ବାଲ୍ୟ ଜୀବନ ଏହିଠାରେ ହିଁ କଟିଛି । ରେଭେନ୍ସା କଲିଜିଏଟ୍ ସ୍କୁଲର ସେ ଜଣେ ମେଧାବୀ ଛାତ୍ର ଥିଲେ । କଟକରୁ ହିଁ ନେତାଜୀ ସୁଭାଷଙ୍କ ହୃଦୟରେ ଇଂରେଜ ମାନଙ୍କ ବିରୋଧରେ ବିଦ୍ରୋହର ଗୁଞ୍ଜରଣ ସୃଷ୍ଟି ହୋଇଥିଲା ।

ମୁଖ୍ୟମନ୍ତ୍ରୀ କହିଲେ ଯେ, ନେତାଜୀ ଆମ ଇତିହାସ ପୃଷ୍ଠାର ଏଭଳି ଜଣେ ନାୟକ ଥିଲେ ଯାହାଙ୍କ ଜୀବନୀ ଓ ସଂଘର୍ଷର କାହାଣୀ ପଢିଲେ ଦେହରେ ରୋମାଞ୍ଚ ଭରିଉଠିବା ସହିତ ଆଖିରେ ଦୁଇ ଠୋପା ଲୁହ ମଧ୍ୟ ଜକେଇ ଆସେ। ଉଭୟ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଗଭୀର ପ୍ରଭାବ ଥିଲା।

ଏକ ମୁକ୍ତ ଭାରତ ପ୍ରତି ତାଙ୍କର ପ୍ରତିବଦ୍ଧତା, ଦୃଷ୍ଟିକୋଣ ଏବଂ ନିର୍ଭିକ ନେତୃତ୍ୱ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିଛି ଓ ରହିଥିବ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ଓ କଟକ ସହିତ ତାଙ୍କ ସମ୍ପର୍କ ବିଷୟରେ ଆଗାମୀ ପିଢିଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି। ଏଭଳି ଜଣେ ଦେଶଭକ୍ତ ଓ ସଂଗ୍ରାମୀଙ୍କ ବିଷୟରେ ଆମ ଯୁବପିଢି ବିସ୍ତୃତ ଭାବେ ପଢିବା ଆବଶ୍ୟକ ବୋଲି ସେ କହିଥିଲେ।

ଏହି ଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ଆଇ.ଏନ.ଏ ଭେଟେରାନ ଲେପ୍ଟନାଣ୍ଟ ଆର୍. ମାଧବନ ପିଲାଇଙ୍କୁ ମୁଖ୍ୟମନ୍ତ୍ରୀ ସଭାମଞ୍ଚରୁ ଓହ୍ଲାଇ ସମ୍ବର୍ଦ୍ଧିତ କରିଥିଲେ।

ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଓ ଓଡିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ଏକ ଭିଡିଓ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା । କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ସତ୍ୟବ୍ରତ ଷ୍ଟାଡିୟମ ଠାରେ ନେତାଜୀଙ୍କ ଜୀବନୀ ସମ୍ବନ୍ଧିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଛି ।

କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ କେ.ପି ସିଂହଦେଓ, କେନ୍ଦ୍ର ସଂସ୍କୃତି ସଚିବ ଶ୍ରୀ ଅରୁଣିଶ ଚାୱଲା ପ୍ରମୁଖ ଉପସ୍ଥିତ ଥିଲେ।

ଆଇ.ଏନ୍.ଏ ଟ୍ରଷ୍ଟର ଅଧ୍ୟକ୍ଷ ବ୍ରିଗେଡିଅର ଆର.ଏସ୍ ଚିକାରା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ମହାନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

ମୁଖ୍ୟମନ୍ତ୍ରୀ କଟକରେ ପହଞ୍ଚିବା ପରେ ପ୍ରଥମେ ଓଡିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମସ୍ଥଳୀକୁ ଯାଇ ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରି ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏକ ଚିତ୍ରକଳା ପ୍ରଦର୍ଶନୀ ବୁଲି ଦେଖିଥିଲେ।

ନେତାଜୀ ସୁବାସ ବୋଷ ପରାକ୍ରମ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂଆ ରେକର୍ଡ, ୧୪୮ ଦିନରେ ୧୦୦ ନିୟୁତ ଟନ୍ ଅପସାରଣ

August 27, 2025

ଗଣେଶ ପୂଜାରେ ଛାତ୍ରଛାତ୍ରୀମାନଙ୍କ ସହ ପ୍ରସାଦ ସେବନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

August 27, 2025

ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି: ଚାଷୀ ଭାଇ ଭଉଣୀଙ୍କୁ ଦେଲେ ସି ଏମ୍ କିଷାନ ସହାୟତା ରାଶି

August 27, 2025

ଭୂସ୍ଖଳନ ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

August 27, 2025
Latest News

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂଆ ରେକର୍ଡ, ୧୪୮ ଦିନରେ ୧୦୦ ନିୟୁତ ଟନ୍ ଅପସାରଣ

August 27, 2025

ଗଣେଶ ପୂଜାରେ ଛାତ୍ରଛାତ୍ରୀମାନଙ୍କ ସହ ପ୍ରସାଦ ସେବନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

August 27, 2025

ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି: ଚାଷୀ ଭାଇ ଭଉଣୀଙ୍କୁ ଦେଲେ ସି ଏମ୍ କିଷାନ ସହାୟତା ରାଶି

August 27, 2025

ଭୂସ୍ଖଳନ ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

August 27, 2025

ଓଡିଶା ପାଇଁ ଐତିହାସିକ ମୁହୂର୍ତ୍ତ: ଓସ୍କାର ତାଲିକାରେ ସ୍ଥାନ ପାଇଲା ଅକ୍ଷୟ ପରିଜାଙ୍କ ‘ପାପା ବୁକା’

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.