Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍‌ସ ଭୁବନେଶ୍ୱରରେ ଏମ୍‌ସ ଆଇସିୟୁ ପୁନର୍ବାସ ପାଇଲଟ୍ ପ୍ରକଳ୍ପ ସଫଳତାର ସହ ସମାପ୍ତ
ଆଜିର ଖବର

ଏମ୍‌ସ ଭୁବନେଶ୍ୱରରେ ଏମ୍‌ସ ଆଇସିୟୁ ପୁନର୍ବାସ ପାଇଲଟ୍ ପ୍ରକଳ୍ପ ସଫଳତାର ସହ ସମାପ୍ତ

January 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ଏମ୍‌ସ ଆଇସିୟୁ ପୁନର୍ବାସ (ଏଆଇଆର୍‌) ପାଇଲଟ୍ ପ୍ରକଳ୍ପ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଅନନ୍ୟ ପ୍ରକଳ୍ପ ଆଇସିୟୁ ପରବର୍ତ୍ତୀ ଯତ୍ନ ଏବଂ ଗୁରୁତର ରୋଗୀଙ୍କ ପୁନର୍ବାସ ଉପରେ କେନ୍ଦ୍ରିତ ଏକ ପରିବର୍ତ୍ତନକାରୀ ଚାରି ବର୍ଷର ପ୍ରୟାସର ପରିଣାମ, ଯାହା ୪୦୦ ରୁ ଅଧିକ ଦୀର୍ଘକାଳୀନ ଅସୁସ୍ଥ, ଶୟ୍ୟାଶାୟୀ ରୋଗୀ ଏବଂ ସେମାନଙ୍କ ପରିବାରକୁ ଲାଭ ପହଞ୍ଚାଇଛି। ଏମ୍‌ସରେ ଅନୁଷ୍ଠିତ ଚୂଡ଼ାନ୍ତ ଅଂଶୀଦାରମାନଙ୍କ ବୈଠକରେ ଏହି ପ୍ରକଳ୍ପକୁ ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ସଫଳତାର ସହିତ କାର୍ଯ୍ୟାନ୍ବୟନ କରିଥିବାରୁ ସମସ୍ତେ ପ୍ରଶଂସା କରିଥିଲେ।

ଏହି ଏଆଇଆର୍‌ ପ୍ରକଳ୍ପ ରୋଗୀ ଏବଂ ଜନସାଧାରଣଙ୍କ ସମ୍ପୃକ୍ତି ଏବଂ ନିବେଶ (ପିପିଆଇ) ମଡେଲ୍ ପ୍ରଚଳନ ଏବଂ କାର୍ଯ୍ୟକାରୀ କରିଛି। ଏହା ଏକ ଅଗ୍ରଣୀ ପଦ୍ଧତି ଯାହା ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଏବଂ ଜନସାଧାରଣଙ୍କ ମଧ୍ୟରେ ଥିବା ଦୂରତାକୁ କମ କରିବା ସହିତ, ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଗୋଷ୍ଠୀର ସକ୍ରିୟ ଯୋଗଦାନକୁ ସଶକ୍ତ କରିଥାଏ।

ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ, କାର୍ଯ୍ୟକ୍ରମର ଉଦ୍‌ଘାଟନ ଅବସରରେ, ରୋଗୀ ଏବଂ ସେମାନଙ୍କ ପରିବାର ସହିତ ସିଧାସଳଖ ଆଲୋଚନା କରି ପ୍ରକଳ୍ପର ପ୍ରଭାବ ବିଷୟରେ ପ୍ରତ୍ୟକ୍ଷ ଅନ୍ତର୍ଦୃଷ୍ଟି ସଂଗ୍ରହ କରିଥିଲେ। ସେ ଡ. ସ୍ୱାଗତା ତ୍ରିପାଠୀଙ୍କ ନେତୃତ୍ୱରେ ଏଆଇଆର୍‌ ଟିମ୍‌କୁ ପ୍ରଶଂସା କରିଥିଲେ। ଆନାସ୍ଥେସିଆ ଏବଂ କ୍ରିଟିକାଲ୍ କେୟାର, ଟ୍ରମା ଏବଂ ଜରୁରୀକାଳୀନ, ପିଏମଆର୍‌ ଏବଂ ନର୍ସିଂ ସାଇନ୍ସ କଲେଜର ଅବଦାନ ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ।

ଡ. ବିଶ୍ୱାସ ଏହି ପଦକ୍ଷେପର ବ୍ୟାପକତା ସମ୍ପର୍କରେ ମତବ୍ୟକ୍ତ କରିବା ସହିତ ରୋଗୀଙ୍କ ପରିବାର ସଦସ୍ୟଙ୍କୁ ଟ୍ରାକିଓଷ୍ଟୋମି କେୟାର, ନାସାଲ୍ ଫିଡିଂ, ଫିଜିଓଥେରାପି, କ୍ୟାଥେଟର୍‌ ପରିଚାଳନା ଏବଂ କ୍ଷତ ଯତ୍ନ ଭଳି ଜଟିଳ ଯତ୍ନ ପ୍ରକ୍ରିୟାରେ ତାଲିମ ପ୍ରଦାନ ସମ୍ପର୍କରେ ଗୁରୁତ୍ବା‌ରୋପ କରିଥିଲେ। ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ସହିତ ପ୍ରତ୍ୟେକ୍ଷ ଏବଂ ଘରୋଇ ପରିଦର୍ଶନ ସହିତ ଯତ୍ନ ପ୍ରଦାନ କରାଯାଉଥିବା ସେ ଉଲ୍ଲେଖ କରିଥିଲେ।

ଏହି ପ୍ରକଳ୍ପ ହସ୍ପିଟାଲରୁ ସୃଷ୍ଟ ସଂକ୍ରମଣ ଏବଂ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ହ୍ରାସ କରିବା ସହିତ ତ୍ବରିତ ଯତ୍ନ ସମ୍ବଳର ଉତ୍ତମ ବ୍ୟବହାର ସୁନିଶ୍ଚିତ କରିବ। ସେହିପରି ତୃଣମୂଳସ୍ତରରେ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଦଳ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟସେବା କର୍ମୀଙ୍କୁ ଆଇସିୟୁ ପରବର୍ତ୍ତୀ ଯତ୍ନ ପ୍ରକ୍ରିୟା ବିଷୟରେ ଶିକ୍ଷା ଦେବା ଏହାର ପ୍ରାଥମିକତା ରହିଛି।

ଜାତୀୟ ସ୍ୱାସ୍ଥ୍ୟ ମିସନର ଟିମ୍‌ ଲିଡର ଡ. ଦିନବନ୍ଧୁ ସାହୁ, ହବ୍-ଏଣ୍ଡ-ସ୍ପୋକ୍ ମଡେଲ୍ ବ୍ୟବହାର କରି ଓଡ଼ିଶାର ସମସ୍ତ ମେଡିକାଲ୍ କଲେଜରେ ଏଆଇଆର୍‌ ପ୍ରକଳ୍ପକୁ ବିସ୍ତାର କରିବା ପାଇଁ ସରକାରଙ୍କ ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ପ୍ରକଳ୍ପର ଅନନ୍ୟତା ଏବଂ ସାମଗ୍ରିକ ପଦ୍ଧତିକୁ ପ୍ରଶଂସା କରିଥିଲେ, ଯାହା ଆଇସିୟୁରେ ଥିବା ବ୍ୟକ୍ତିମାନେ ସାମ୍ନା କରୁଥିବା ଏକାଧିକ ଚ୍ୟାଲେଞ୍ଜଗୁଡ଼ିକୁ ସମାଧାନ କରିଥାଏ।

ଅଂଶୀଦାରମାନଙ୍କ ବୈଠକରେ ରୋଗୀ ଏବଂ ସେମାନଙ୍କ ପରିବାର ପକ୍ଷରୁ ଏମ୍‌ସ ଭୁବନେଶ୍ୱରର କାର୍ଯ୍ୟଧାରାକୁ ପ୍ରଶଂସା କରାଯାଇଥିଲା। ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଉନ୍ନତ ଆରୋଗ୍ୟ ଫଳାଫଳ ଏବଂ ଜୀବନର ଗୁଣବତ୍ତା ବୃଦ୍ଧିର ମାଧ୍ୟମ ସାଜିଥିବା ମତପ୍ରକାଶ ପାଇଥିଲା। ଭବିଷ୍ୟତର ସ୍ୱାସ୍ଥ୍ୟସେବା ପଦକ୍ଷେପ ପାଇଁ ଏକ ମଡେଲ ଭାବରେ ଦଳଗତ କାର୍ଯ୍ୟ, ଅତ୍ୟାଧୁନିକ ହସ୍ତକ୍ଷେପ ଏବଂ ରୋଗୀ-କୈନ୍ଦ୍ରିକ ଯତ୍ନରେ ଏମ୍‌ସର ଏଆଇଆର୍‌ ପ୍ରକଳ୍ପର ପ୍ରୟାସକୁ ପ୍ରଶଂସା କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଡ. ନିରୋଦ କୁମାର ସାହୁ (ଅତିରିକ୍ତ ନିର୍ଦ୍ଦେଶକ ବୈଷୟିକ), ଡ. ଦୀପକ ବିଶ୍ୱାଳ, ଡ. ଦିଲ୍ଲୀପ କୁମାର ପରିଡ଼ା (ମେଡିକାଲ୍ ଅଧୀକ୍ଷକ), ଡ. ସତ୍ୟଜିତ ମିଶ୍ର ଏବଂ ଡ. ସ୍ୱାଗତା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଏମ୍‌ସ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026
Latest News

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.