ମହାକୁମ୍ଭରେ ବୁଡ଼ ପକାଇଲେ ଧିରେନ୍ଦ୍ର ଶାସ୍ତ୍ରୀ: କଂଗ୍ରେସ ଅଧ୍ୟକ୍ଷଙ୍କ ଉପରେ ଦେଲେ ବଡ ବୟାନ

Published: Jan 28, 2025, 5:48 pm IST

ପ୍ରୟାଗରାଜ: ବାଗେଶ୍ୱର ଧାମର ପୀଠାଧୀଶ୍ଵର ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଆଜି ପ୍ରୟାଗରାଜରେ ମହାକୁମ୍ଭରେ ବୁଡ଼ ପକାଇଛନ୍ତି। ପ୍ରୟାଗରାଜ ସଙ୍ଗମରେ ପବିତ୍ର ବୁଡ଼ ପକାଇବା ପରେ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ବହୁତ ଖୁସି ମନେ ହେଉଥିଲେ। ସେ କହିଛନ୍ତି ଯେ, “ମୁଁ ଦେଶବାସୀ, ବିଦେଶୀ, ବାଗେଶ୍ୱର ଧାମର ଲୋକମାନଙ୍କ ସହିତ ମୁଁ ପବିତ୍ର ବୁଡ଼ ପକାଇଛି।

ସମସ୍ତ ଦେଶବାସୀଙ୍କୁ ମହାକୁମ୍ଭ ଆସି ପବିତ୍ର ସ୍ନାନ କରିବାକୁ ନିବେଦନ କରିଛନ୍ତି ଶାସ୍ତ୍ରୀ। ମହାକୁମ୍ଭ ଆୟୋଜନ ପାଇଁ ବାଗେଶ୍ୱର ଧାମ ଖୁସି ବ୍ୟକ୍ତ କରିଥିଲେ। ସେ କହିଛନ୍ତି ଯେ, ଏହି ମୁହୂର୍ତ୍ତ ଆଉ ଦେଖିବା ପାଇଁ ମିଳିବ ନାହିଁ, ତେଣୁ ସମସ୍ତେ ଅତି କମରେ ଗୋଟିଏ ଥର ମହାକୁମ୍ଭ ଆସିବା ଆବଶ୍ୟକ।

ମଲ୍ଲିକାର୍ଜୁନ ଖଡଗେଙ୍କ ବିବୃତ୍ତି ଉପରେ କ’ଣ କହିଲ?:

ବାଗେଶ୍ୱର ଧାମ ମୁଖ୍ୟ ଧିରେନ୍ଦ୍ର ଶାସ୍ତ୍ରୀ ମଲ୍ଲିକାର୍ଜୁନ ଖଡଗେଙ୍କ ବିବୃତ୍ତିରେ କହିଛନ୍ତି ଯେ, ଦେଶରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରତ୍ୟେକ କାର୍ଯ୍ୟ କରାଯାଇଛି। ମହା କୁମ୍ଭ ଆୟୋଜନ ଉପରେ ସେ କହିଥିଲେ ଯେ, ଏଠାକୁ ଆସିବା ଦ୍ଵାରା ରୋଗ ଦୂର ହୋଇଥାଏ, ଯିଏ ନ ଆସିବ ସେ ଅନୁତାପ କରିବ ଏବଂ ତାଙ୍କୁ ଦେଶଦ୍ରୋହୀ କୁହାଯିବ।

ଧିରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି ଯେ, ”ଯେଉଁମାନେ ହିନ୍ଦୁମାନଙ୍କର କଲ୍ୟାଣ ଚାହୁଁଛନ୍ତି ସେମାନେ ଦୀର୍ଘାୟୁ ହେବା ଉଚିତ୍। ସାଧୁମାନେ ସୁରକ୍ଷିତ ରହିବା ଉଚିତ୍। ଦେଶ ବଦଳୁଛି। ଭାରତ ଏକ ହିନ୍ଦୁ ରାଷ୍ଟ୍ର ହେବା ଉଚିତ୍।”

Related posts