Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାକୁମ୍ଭ ୨୦୨୫ର ଦ୍ୱିତୀୟ ଅମୃତ ସ୍ନାନରେ କୋଟି କୋଟି ଶ୍ରଦ୍ଧାଳୁ ସଂଗମରେ ପକାଇଲେ ପବିତ୍ର ବୁଡ଼
ଆଜିର ଖବର

ମହାକୁମ୍ଭ ୨୦୨୫ର ଦ୍ୱିତୀୟ ଅମୃତ ସ୍ନାନରେ କୋଟି କୋଟି ଶ୍ରଦ୍ଧାଳୁ ସଂଗମରେ ପକାଇଲେ ପବିତ୍ର ବୁଡ଼

January 30, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପବିତ୍ର ମୌନି ଅମାବାସ୍ୟାରେ ମହାକୁମ୍ଭ ୨୦୨୫ର ଦ୍ୱିତୀୟ ଅମୃତ ସ୍ନାନ ଅନୁଷ୍ଠିତ ହୋଇଛି। ପ୍ରୟାଗରାଜର ଶାଶ୍ୱତ ଓ ପବିତ୍ର ତ୍ରିବେଣୀ ସଂଗମରେ କୋଟି କୋଟି ଶ୍ରଦ୍ଧାଳୁ ଦ୍ୱିତୀୟ ଅମୃତ ସ୍ନାନ କରିଛନ୍ତି। ମହାକୁମ୍ଭ କେବଳ ଆସ୍ଥା, ବିଶ୍ୱାସ ଓ ଭକ୍ତିର ପ୍ରତୀକ ନୁହେଁ, ଏହା ମଧ୍ୟ ହେଉଛି ଏକତା, ସମାନତା ଓ ସାଂସ୍କୃତିକ ବିବିଧତାର ଅନନ୍ୟ ଉଦାହରଣ। ଭାରତୀୟଙ୍କ ସହିତ ବହୁ ବିଦେଶୀ ଶ୍ରଦ୍ଧାଳୁ ମଧ୍ୟ ତ୍ରିବେଣୀ ସଂଗମରେ ପବିତ୍ର ବୁଡ଼ ପକାଇଛନ୍ତି ଓ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଦେଖିଛନ୍ତି।

ସବୁବେଳେ ସାଧୁ, ନାଗା ସନ୍ୟାସୀ ଓ ଆଖଡ଼ାଗୁଡ଼ିକ ସଂଗମରେ ପ୍ରଥମେ ବୁଡ଼ ପକାଉଥିବା ବେଳେ ଏଥର ସେମାନେ ସେହି ପରମ୍ପରାକୁ ଭାଙ୍ଗିଥିଲେ। ପରିସ୍ଥିତିକୁ ଦେଖି ଆଖଡ଼ାଗୁଡ଼ିକ ବ୍ରହ୍ମ ମୁହୂର୍ତ୍ତ ସ୍ନାନକୁ ଘୁଞ୍ଚାଇ ଦେଇଥିଲେ ଏବଂ ଅନ୍ୟ ଶ୍ରଦ୍ଧାଳୁଙ୍କୁ ପ୍ରଥମେ ବୁଡ଼ ପକାଇବାକୁ ଦେଇଥିଲେ। ଅଖିଳ ଭାରତୀୟ ଆଖଡ଼ା ପରିଷଦର ସଭାପତି ମହନ୍ତ ରବୀନ୍ଦ୍ର ପୁରୀ କହିଛନ୍ତି, ପରିସ୍ଥିତିକୁ ଦେଖି ପ୍ରଥମେ ଅନ୍ୟ ଭକ୍ତମାନଙ୍କୁ ଅମୃତ ସ୍ନାନର ବୁଡ଼ ପକାଇବାର ଅନୁମତି ଦେବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। ସ୍ଥିତି ସ୍ୱାଭାବିକ ହେବା ପରେ ପ୍ରତୀକାତ୍ମକ ଭାବେ ଆଖଡ଼ାଗୁଡ଼ିକ ନିଜ ନିଜର ମହା ଅମୃତ ସ୍ନାନ ପରମ୍ପରା ପାଳନ କରିଥିଲେ।

ଭାରତର ତିନିଟି ପୀଠର ଶଙ୍କରାଚାର୍ଯ୍ୟ ଦ୍ୱିତୀୟ ଅମୃତ ସ୍ନାନ ଅବସରରେ ତ୍ରିବେଣୀ ସଂଗମରେ ପବିତ୍ର ବୁଡ଼ ପକାଇଛନ୍ତି। ଧୈର୍ଯ୍ୟ ଧରିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ କହିଥିଲେ ଶଙ୍କରାଚାର୍ଯ୍ୟମାନେ। ଶ୍ରୀଙ୍ଗେରି ସାରଦା ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ବିଧୁ ଶେଖର ଭାରତୀ ଜୀ, ଦ୍ୱାରକା ସାରଦା ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ ଜୀ ଓ ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଜୀ ଆଜି ତ୍ରିବେଣୀ ସଂଗମରେ ପବିତ୍ର ବୁଡ଼ ପକାଇଛନ୍ତି। ସଂପୂର୍ଣ୍ଣ ଧାର୍ମିକ ରୀତିନୀତିରେ ଶଙ୍କରାଚାର୍ଯ୍ୟମାନେ ବୁଡ଼ ପକାଇବା ସହିତ ଦେଶର କଲ୍ୟାଣ ପାଇଁ ଆଶୀର୍ବାଦ ଦେଇଛନ୍ତି।

ସୁରୁଖୁରୁରେ ଅମୃତ ସ୍ନାନ ସଂପନ୍ନ କରିବା ପାଇଁ କୁମ୍ଭ ମେଳା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପୁରା ମେଳାରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଭୟ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପ୍ରଶାସନ ସବୁ ପ୍ରକାର ପଦକ୍ଷେପ ନେଇଛି। ଏହା ସହିତ ନଦୀର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଘାଟଗୁଡ଼ିକରେ ମୁତୟନ ହୋଇଛନ୍ତି ଗଙ୍ଗା ସେବା ଦୂତ। ନଦୀରେ ଫୁଲ ଓ ଅନ୍ୟ ସାମଗ୍ରୀ ପଡ଼ିବା ମାତ୍ରେ ସେସବୁକୁ ଉଠାଇ ଆଣନ୍ତି ଗଙ୍ଗା ସେବା ଦୂତମାନେ। ଏହା ଦ୍ୱାରା ଗଙ୍ଗା ଓ ଯମୁନା ନଦୀ ପରିଷ୍କାର ରହୁଛି। ମହାକୁମ୍ଭ ୨୦୨୫କୁ ସୁରୁଖୁରୁରେ ସଂପନ୍ନ କରିବା ପାଇଁ ମେଳା ପ୍ରଶାସନ ସହିତ ସ୍ଥାନୀୟ ପ୍ରଶାସନ, ପୋଲିସ, ସଫେଇ କର୍ମଚାରୀ, ସ୍ୱେଚ୍ଛାସେବୀ, ଡଙ୍ଗା ଚାଳକ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କର୍ମଚାରୀ ଦିନ ରାତି କାମ କରୁଛନ୍ତି।

ଅନ୍ତର୍ଜାତୀୟ ସ୍ତରରେ ଭାରତର ସାଂସ୍କୃତିକ ଐତିହ୍ୟର ପ୍ରଚାର କରିବାରେ ସଫଳ ହୋଇଛି ମହାକୁମ୍ଭ ୨୦୨୫। ଏହାକୁ ସଫଳ ଓ ସୁରକ୍ଷିତ କରିବା ପାଇଁ ମହାକୁମ୍ଭ ପ୍ରଶାସନ ସବୁ ପ୍ରକାର ବ୍ୟବସ୍ଥା କରିଛି। ମହାକୁମ୍ଭର ଲୋକପ୍ରିୟତା ଓ ଏହାର ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ଦରବାରରେ ପରିଚିତି ମିଳିଛି। ମହାକୁମ୍ଭକୁ ଆସିଥିବା ବିଦେଶୀମାନେ ଭାରତୀୟ ସଂସ୍କୃତିରେ ବହୁତ ପ୍ରଭାବିତ ହୋଇଛନ୍ତି। ଗଙ୍ଗା ନଦୀରେ ପବିତ୍ର ସ୍ନାନ କରିବା ସହିତ ସେମାନେ ଭାରତର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାକୁ ମଧ୍ୟ ଅନୁଭବ କରିଛନ୍ତି।

ମହାକୁମ୍ଭ ୨୦୨୫ ହେଉଛି ଆସ୍ଥା, ଏକତା ଓ ବିବିଧତାର ଏକ ପ୍ରତୀକ। ଏହା କେବଳ ଭାରତକୁ ପରିଚିତି ଦେଉ ନାହିଁ, ବରଂ ଏହା ଭାରତୀୟ ସଂସ୍କୃତିର ମହାନତାକୁ ସାରା ବିଶ୍ୱରେ ପ୍ରସାରିତ କରୁଛି। ଏହି ମହାକୁମ୍ଭ ମେଳା କେବଳ ଧାର୍ମିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଏହା ହେଉଛି ସାମାଜିକ ଓ ସାଂସ୍କୃତିକ ଏକତାର ପ୍ରତୀକ।

ଅମୃତ ସ୍ନାନ ମହାକୁମ୍ଭ ୨୦୨୫ ମୌନି ଅମାବାସ୍ୟା ଶ୍ରଦ୍ଧାଳୁ ସଂଗମ
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ରାହକଙ୍କ ପାଇଁ ରିଲାଏନ୍ସ ଜିଓର ମ୍ୟାଚିଙ୍ଗ ମୋବାଇଲ ନମ୍ବର ଚୟନ ସୁବିଧା: ମାତ୍ର ୫୦ ଟଙ୍କାର ସ୍ୱତନ୍ତ୍ର ପ୍ରାରମ୍ଭିକ ମୂଲ୍ୟ

August 7, 2025

TCS କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ଆସନ୍ତା ମାସରୁ 80% କର୍ମଚାରୀଙ୍କ ବୃଦ୍ଧି ହେବ ଦରମା

August 7, 2025

ରାଜ୍ୟ ସରକାରଙ୍କ ଆଉ ଏକ ବଡ ପଦକ୍ଷେପ: ଖୁବ୍‌ଶୀଘ୍ର ପୂରଣ ହେବ ପ୍ରାୟ ୨୩ ହଜାର ପଦବୀ

August 7, 2025

ପ୍ରିଣ୍ଟ, ଡିଜିଟାଲ୍ ଏବଂ ଅଡିଓ ଭିଜୁଆଲ୍‌ ଗଣମାଧ୍ୟମରେ ସରକାରୀ ବାର୍ତ୍ତା ପ୍ରସାରଣ ପାଇଁ ବ୍ୟାପକ ନିର୍ଦ୍ଦେଶାବଳୀ

August 7, 2025
Latest News

ଗ୍ରାହକଙ୍କ ପାଇଁ ରିଲାଏନ୍ସ ଜିଓର ମ୍ୟାଚିଙ୍ଗ ମୋବାଇଲ ନମ୍ବର ଚୟନ ସୁବିଧା: ମାତ୍ର ୫୦ ଟଙ୍କାର ସ୍ୱତନ୍ତ୍ର ପ୍ରାରମ୍ଭିକ ମୂଲ୍ୟ

August 7, 2025

TCS କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ଆସନ୍ତା ମାସରୁ 80% କର୍ମଚାରୀଙ୍କ ବୃଦ୍ଧି ହେବ ଦରମା

August 7, 2025

ରାଜ୍ୟ ସରକାରଙ୍କ ଆଉ ଏକ ବଡ ପଦକ୍ଷେପ: ଖୁବ୍‌ଶୀଘ୍ର ପୂରଣ ହେବ ପ୍ରାୟ ୨୩ ହଜାର ପଦବୀ

August 7, 2025

ପ୍ରିଣ୍ଟ, ଡିଜିଟାଲ୍ ଏବଂ ଅଡିଓ ଭିଜୁଆଲ୍‌ ଗଣମାଧ୍ୟମରେ ସରକାରୀ ବାର୍ତ୍ତା ପ୍ରସାରଣ ପାଇଁ ବ୍ୟାପକ ନିର୍ଦ୍ଦେଶାବଳୀ

August 7, 2025

ଅମୃତ ଷ୍ଟେସନ ଯୋଜନା ଅଧୀନରେ ଅନୁଗୁଳ ରେଳ ଷ୍ଟେସନର ରୂପାନ୍ତରଣ

August 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.