୨୦୨୫-୨୬ ବର୍ଷ ପାଇଁ କେନ୍ଦ୍ର ବଜେଟରେ ଜେଣ୍ଡର ବଜେଟ୍ ଆବଣ୍ଟନ: ଚଳିତ ଆର୍ଥିକ ବର୍ଷରେ ୮.୮୬%କୁ ବୃ

Published: Feb 3, 2025, 7:12 am IST

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧, ୨୦୨୫ରେ ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଥିଲେ। ମୋଟ କେନ୍ଦ୍ର ବଜେଟରେ ଜେଣ୍ଡର (ଲିଙ୍ଗ) ବଜେଟ୍ ଆବଣ୍ଟନର ଅଂଶ ୨୦୨୪-୨୫ ଆର୍ଥିକ ବର୍ଷରେ ୬.୮ ପ୍ରତିଶତ ଥିବାବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ଏହା ୮.୮୬ ପ୍ରତିଶତକୁ ବୃଦ୍ଧି ପାଇଛି।

୨୦୨୫-୨୬ ଆର୍ଥିକ ବର୍ଷର ଜେଣ୍ଡର ବଜେଟ ବିବରଣୀରେ ମହିଳା ଓ ବାଳିକାଙ୍କ କଲ୍ୟାଣ ପାଇଁ ୪.୪୯ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ୨୦୨୪-୨୫ ଆର୍ଥିକ ବର୍ଷର ୩.୨୭ ଲକ୍ଷ କୋଟି ଟଙ୍କାର ଜିବିଏସ୍ ତୁଳନାରେ ୩୭.୨୫ ପ୍ରତିଶତ ଅଧିକ।

୨୦୨୪-୨୫ ଆର୍ଥିକ ବର୍ଷରେ ୩୮ଟି ମନ୍ତ୍ରଣାଳୟ/ବିଭାଗ ଏବଂ ୫ଟି କେନ୍ଦ୍ରଶାସିତ ଅଞ୍ଚଳ ଜେଣ୍ଡର ବଜେଟ୍ ଆବଣ୍ଟନ କରିଥିବାବେଳେ  ଚଳିତ ବର୍ଷ ମୋଟ ୪୯ଟି ମନ୍ତ୍ରଣାଳୟ/ବିଭାଗ ଏବଂ ୫ଟି କେନ୍ଦ୍ରଶାସିତ ଅଞ୍ଚଳ ଆବଣ୍ଟନ କରିଛନ୍ତି । ମନ୍ତ୍ରଣାଳୟ/ବିଭାଗଗୁଡ଼ିକ ଦ୍ୱାରା ଏହା ସର୍ବାଧିକ ସଂଖ୍ୟକ ଆବଣ୍ଟନ । ଜେଣ୍ଡର ବଜେଟ ୨୦୨୫-୨୬ରେ ପଶୁପାଳନ ଓ ଦୁଗ୍ଧ ବିଭାଗ, ବାୟୋଟେକ୍ନୋଲୋଜି ବିଭାଗ, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ, ଆର୍ଥିକ ସେବା ବିଭାଗ, ମତ୍ସ୍ୟ ବିଭାଗ, ଭୂମି ସମ୍ପଦ ବିଭାଗ, ଔଷଧ ବିଭାଗ, ଜଳସମ୍ପଦ ବିଭାଗ, ଆରଡି ଏବଂ ଜିଆର, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ, ପଞ୍ଚାୟତିରାଜ ମନ୍ତ୍ରଣାଳୟ ସମେତ ୧୨ଟି ନୂତନ ମନ୍ତ୍ରଣାଳୟ/ବିଭାଗ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ ଜେଣ୍ଡର ବଜେଟ୍ ଆବଣ୍ଟନ କରିଛନ୍ତି ।

ଏହି ୪୯ଟି ମନ୍ତ୍ରଣାଳୟ/ବିଭାଗ ଏବଂ ୫ଟି କେନ୍ଦ୍ରଶାସିତ ଅଞ୍ଚଳ ଜେଣ୍ଡର ବଜେଟ୍ ଷ୍ଟେଟମେଣ୍ଟର ପାର୍ଟ ଏ, ପାର୍ଟ ବି ଏବଂ ପାର୍ଟ ସିରେ ଆବଣ୍ଟନ ରିପୋର୍ଟ କରିଛନ୍ତି । ପାର୍ଟ ଏ (୧୦୦ ପ୍ରତିଶତ ମହିଳା-ନିର୍ଦ୍ଦିଷ୍ଟ ଯୋଜନା) ରେ ୧୭ଟି ମନ୍ତ୍ରଣାଳୟ/ବିଭାଗ ଏବଂ ୫ଟି କେନ୍ଦ୍ର ଶାସିତ ଅଞ୍ଚଳ ଦ୍ୱାରା ୧,୦୫,୫୩୫.୪୦ କୋଟି ଟଙ୍କା (ମୋଟ ଜିବିଏସ୍ ଆବଣ୍ଟନର ୨୩.୫୦ ପ୍ରତିଶତ) ଆବଣ୍ଟନ କରାଯାଇଛି; ପାର୍ଟ ବି (ମହିଳାଙ୍କ ପାଇଁ ୩୦-୯୯ ପ୍ରତିଶତ ଆବଣ୍ଟନ) ୩୭ଟି ମନ୍ତ୍ରଣାଳୟ/ବିଭାଗ ଏବଂ ୪ଟି କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ୩,୨୬,୬୭୨.୦୦ କୋଟି ଟଙ୍କା (୭୨.୭୫ ପ୍ରତିଶତ) ଏବଂ ପାର୍ଟ ସି (ମହିଳାଙ୍କ ପାଇଁ ୩୦ ପ୍ରତିଶତରୁ କମ୍) ୨୨ଟି ମନ୍ତ୍ରଣାଳୟ/ବିଭାଗ ଦ୍ୱାରା ୧୬,୮୨୧.୨୮ କୋଟି ଟଙ୍କା (୩.୭୫ ପ୍ରତିଶତ) ରିପୋର୍ଟ କରିଛି।

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଲିଙ୍ଗ ବଜେଟରେ ୩୦ ପ୍ରତିଶତରୁ ଅଧିକ ଆବଣ୍ଟନ କରିଥିବା ପ୍ରମୁଖ ୧୦ଟି ମନ୍ତ୍ରଣାଳୟ/ବିଭାଗ ଗୁଡ଼ିକ ହେଲା: ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ (୮୧.୭୯ ପ୍ରତିଶତ), ଗ୍ରାମ୍ୟ ଉନ୍ନୟନ ବିଭାଗ (୬୫.୭୬ ପ୍ରତିଶତ), ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ (୫୦.୯୨ ପ୍ରତିଶତ), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ (୪୧.୧୦ ପ୍ରତିଶତ), ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ (୪୦.୮୯ ପ୍ରତିଶତ),  ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗ (୩୯.୦୧ ପ୍ରତିଶତ), ଉଚ୍ଚଶିକ୍ଷା ବିଭାଗ (୩୩.୯୪ ପ୍ରତିଶତ), ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ (୩୩.୬୭ ପ୍ରତିଶତ), ସ୍ବରାଷ୍ଟ୍ର ମନ୍ତ୍ରଣାଳୟ (୩୩.୪୭ ପ୍ରତିଶତ) ଏବଂ ପାନୀୟ ଜଳ ଓ ପରିମଳ ବିଭାଗ (୩୧.୫୦ ପ୍ରତିଶତ)।

Related posts