Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମହାକୁମ୍ଭ ୨୦୨୫: ବସନ୍ତ ପଞ୍ଚମୀରେ ହୋଇଥିବା ତୃତୀୟ ଅମୃତ ସ୍ନାନରେ ତ୍ରିବେଣୀ ସଂଗମରେ ବୁଡ଼ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ
ଜାତୀୟ ଖବର

ମହାକୁମ୍ଭ ୨୦୨୫: ବସନ୍ତ ପଞ୍ଚମୀରେ ହୋଇଥିବା ତୃତୀୟ ଅମୃତ ସ୍ନାନରେ ତ୍ରିବେଣୀ ସଂଗମରେ ବୁଡ଼ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

February 4, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
mahakumbha

ନୂଆଦିଲ୍ଲୀ: ପ୍ରୟାଗରାଜର ମହାକୁମ୍ଭ ୨୦୨୫ରେ ବସନ୍ତ ପଞ୍ଚମୀ ଅବସରରେ ହୋଇଥିବା ତୃତୀୟ ଅମୃତ ସ୍ନାନ ସୁରୁଖୁରୁରେ ସମ୍ପନ୍ନ ହୋଇଛି। ତ୍ରିବେଣୀ ସଂଗମରେ ବୁଡ଼ ପକାଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। କୁମ୍ଭ ମେଳାରେ ଯେ କେବଳ ଆସ୍ଥା, ଭରସା ଓ ଭକ୍ତି ଦେଖିବାକୁ ମିଳିଥାଏ ତାହା ନୁହେଁ, ଏଠାରେ ନିରୁତା ଏକତା, ସମାନତା ଓ ସାଂସ୍କୃତିକ ବିବିଧତା ମଧ୍ୟ ଦେଖିବାକୁ ମିଳିଥାଏ।

ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ବସନ୍ତ ପଞ୍ଚମୀରେ ସଂଧ୍ୟା ୬ଟା ସୁଦ୍ଧା ତ୍ରିବେଣୀ ସଂଗମରେ ମୋଟ ୨ କୋଟି ୩୩ ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ସ୍ନାନ କରିଛନ୍ତି। ‘ବସୁଧୈବ କୁଟୁମ୍ୱକମ୍’ ର ମନୋଭାବରେ ବାନ୍ଧି ହୋଇ ଏକଜୁଟ ହୋଇଥିବା ଭାରତ ତଥା ବିଦେଶର ଶ୍ରଦ୍ଧାଳୁମାନେ ଏହି ପବିତ୍ର ସ୍ନାନର ପରମ୍ପରାରେ ସାମିଲ ହୋଇଥିଲେ। ଦେଶର କୋଣ ଅନୁକୋଣରୁ ଆସିଥିବା ସାଧୁ ସନ୍ଥ, ଯୋଗୀ, ବିଜ୍ଞ ଓ ଭକ୍ତ ଏହି ପବିତ୍ର ଆଧ୍ୟାତ୍ମିକ ପରମ୍ପରାରେ ସାମିଲ ହୋଇଥିଲେ ଯାହା ଦ୍ୱାରା କି ମହାକୁମ୍ଭ ବାସ୍ତବରେ ଏକ ବିଶ୍ୱସ୍ତରୀୟ ପର୍ବ ପାଲଟିଛି।

ଏହି ପବିତ୍ର ତିଥିର ମାହ୍ୟତ୍ମ୍ୟ ହିଁ ଗତ ରାତିରୁ ହିଁ ଶ୍ରଦ୍ଧାଳୁଙ୍କୁ ସଂଗମ ସ୍ଥଳକୁ ଟାଣି ଆଣିଥିଲା। କୁମ୍ଭ ମେଳା ପ୍ରଶାସନ, ସ୍ଥାନୀୟ ପ୍ରଶାସନ, ପୋଲିସ, ସଫେଇ କର୍ମଚାରୀ, ସ୍ୱେଚ୍ଛାସେବୀ, ନାବିକ ଓ ସରକାରଙ୍କ ସବୁ ବିଭାଗ ମିଳିମିଶି କାମ କରିଥିବାରୁ ନିରାପଦରେ ଓ ସୁରୁଖୁରୁରେ ସଫଳତାର ସହିତ ସଂପନ୍ନ ହୋଇଥିଲା ଏହି ଐତିହାସିକ ପରମ୍ପରା।

ବସନ୍ତ ପଞ୍ଚମୀର ତୃତୀୟ ଅମୃତ ସ୍ନାନକୁ ପରିଷ୍କାର ପରିଚ୍ଛନ୍ନ ରଖି ସୁରକ୍ଷିତ ପରିବେଶ ବଜାୟ ରଖିବା ପାଇଁ ସଫେଇର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ୧୫୦୦୦ ସଫେଇ କର୍ମଚାରୀ ଓ ୨୫୦୦ରୁ ଅଧିକ ଗଙ୍ଗା ସେବା ଦୂତ ଅକ୍ଲାନ୍ତ ପରିଶ୍ରମ କରିଥିଲେ। ସାଧୁ ସନ୍ୟାସୀ ଓ ଭକ୍ତମାନଙ୍କୁ ଯେମିତି ଭଲ ଲାଗିବ, ସେଥିପାଇଁ ବିଭିନ୍ନ ଆଖଡ଼ାକୁ ସଂଯୋଗ କରୁଥିବା ରାସ୍ତାକୁ ସ୍ୱତନ୍ତ୍ର ଭାବେ ସଫା ସୁତୁରା କରାଯାଇଥିଲା।

କୌଣସି ଜାଗା ଅପରିଷ୍କାର ହେଲେ, ତୁରନ୍ତ ସଫା କରିବା ପାଇଁ ଓ ଅଳିଆ ଆବର୍ଜନକୁ ସେଠାରୁ ହଟାଇବା ପାଇଁ ସେହି ଅଞ୍ଚଳରେ କ୍ୱିକ୍ ରେସପନ୍ସ ଟିମ୍ (କ୍ୟୁଆରଟି) ମୁତୟନ ହୋଇଥିଲେ। ପାଣି ଛାଟିବାକୁ ଓ ସଂଗମରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ନାବିକ ଓ ଷ୍ଟିମର୍ ର ସାହାଯ୍ୟ ନିଆଯାଇଥିଲା।

ଅନ୍ତର୍ଜାତୀୟ ସ୍ତରରେ ଭାରତ ସାଂସ୍କୃତିକ ଐତିହ୍ୟକୁ ପ୍ରଚାର ପ୍ରସାର କରିବାରେ ମହାକୁମ୍ଭ ୨୦୨୫ ସଂପୂର୍ଣ୍ଣ ଭାବେ ସଫଳ ହୋଇଛି। ଏହାର ଲୋକପ୍ରିୟତା ଓ ସାଂସ୍କୃତିକ ମହତ୍ତ୍ୱକୁ ସାରା ବିଶ୍ୱରେ ସ୍ୱୀକୃତି ମିଳିଛି। ପବିତ୍ର ଗଙ୍ଗା ନଦୀରେ ସ୍ନାନ କରିବା ସହିତ ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପ୍ରଥା ପରମ୍ପରାକୁ ଅନୁଭବ କରିଛନ୍ତି ବିଦେଶୀ ଶ୍ରଦ୍ଧାଳୁ। ସେମାନଙ୍କର ହୃଦୟକୁ ଛୁଇଁ ପାରିଛି ଭାରତର ସଂସ୍କୃତି ଓ ପରମ୍ପରା।

Mahakumbha ମହାକୁମ୍ଭ ୨୦୨୫
Share. Facebook Twitter LinkedIn Email WhatsApp Copy Link

Related Posts

ଇଥାନଲ୍ ମିଶ୍ରଣ ସମ୍ପର୍କିତ ଭ୍ରମାତ୍ମକ ପୋଷ୍ଟ ଓ ପୁରୁଣା ଚିତ୍ରର ସତ୍ୟତା ନାହିଁ; ସରକାରଙ୍କ ସ୍ପଷ୍ଟୀକରଣ

June 24, 2026

ରାଜ୍ୟଗୁଡ଼ିକ ସହ ଖରିଫ୍ ପ୍ରସ୍ତୁତି ସମୀକ୍ଷା କଲେ ଶିବରାଜ ସିଂହ ଚୌହାନ  

June 24, 2026

ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 24, 2026

୨୦୨୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

June 24, 2026
Latest News

କଳିଙ୍ଗନଗରରେ ବଡ଼ ବିପଦର ସଙ୍କେତ! ଭିସିଆଇ କେମିକାଲସ୍‌ କାରଖାନାରେ ଅଗ୍ନିକାଣ୍ଡ, ପ୍ରଶ୍ନରେ ଶିଳ୍ପାଞ୍ଚଳର ସୁରକ୍ଷା ବ୍ୟବସ୍ଥା

June 24, 2026

ଇଥାନଲ୍ ମିଶ୍ରଣ ସମ୍ପର୍କିତ ଭ୍ରମାତ୍ମକ ପୋଷ୍ଟ ଓ ପୁରୁଣା ଚିତ୍ରର ସତ୍ୟତା ନାହିଁ; ସରକାରଙ୍କ ସ୍ପଷ୍ଟୀକରଣ

June 24, 2026

ପୁରୀରେ ଚାଞ୍ଚଲ୍ୟ: ହୋଟେଲ ମାଲିକଙ୍କୁ ହତ୍ୟା 

June 24, 2026

ବିଜେପି ବୁଥ ସଭାପତିଙ୍କୁ ହତ୍ୟା

June 24, 2026

ଝାରପଡ଼ା ଜେଲ୍‌ରେ ବ୍ରାଉନ୍‌ସୁଗାର୍‌ କାଣ୍ଡ! ୭ କଏଦୀ ଅସୁସ୍ଥ, ୩ ଜଣଙ୍କ ଅବସ୍ଥା ଗୁରୁତର

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.