ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ସଚିନ ତେନ୍ଦୁଲକର, ଉପହାରରେ ଦେଲେ ଅଟୋଗ୍ରାଫି ଜର୍ସି

Published: Feb 6, 2025, 8:06 pm IST

ନୂଆଦିଲ୍ଲୀ: ଆଜି ପୂର୍ବତନ ଭାରତୀୟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ଦୁହେଁ ରାଷ୍ଟ୍ରିପତି ଭବନରେ ଭେଟିଥିଲେ। ଏହି ସମୟରେ ସଚିନ ତେନ୍ଦୁଲକରଙ୍କ ପରିବାର ତାଙ୍କ ସହ ଥିଲେ। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କ ଟେଷ୍ଟ ଜର୍ସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରିଥିଲେ। ତେବେ ସଚିନ ତେନ୍ଦୁଲକର ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ସଚିନ ତେନ୍ଦୁଲକର ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ସାରା ତେନ୍ଦୁଲକର ଏବଂ ଅଞ୍ଜଳି ତେନ୍ଦୁଲକରଙ୍କୁ ଦେଖିବାକୁ ମିଳୁଛି।

ଏହି ସାକ୍ଷାତ ସମୟରେ ସଚିନ ତେନ୍ଦୁଲକର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ଟେଷ୍ଟ ଜର୍ସି ଉପସ୍ଥାପନ କରିଥିଲେ। ଏହା ପରେ ସଚିନ ତେନ୍ଦୁଲକର ତାଙ୍କ ପତ୍ନୀ ଅଞ୍ଜଲି ତେନ୍ଦୁଲକର ଏବଂ ଝିଅ ସାରା ତେନ୍ଦୁଲକରଙ୍କ ସହ ଫଟୋ ଉଠାଇଥିଲେ। ବର୍ତ୍ତମାନ ସଚିନ ତେନ୍ଦୁଲକର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଅଞ୍ଜଳି ତେନ୍ଦୁଲକର ଏବଂ ଝିଅ ସାରା ତେନ୍ଦୁଲକରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ବ୍ୟତୀତ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କ୍ରମାଗତ ଭାବରେ ମନ୍ତବ୍ୟ ଦେଇ ନିଜର ମତାମତ ଦେଉଛନ୍ତି।

Related posts