![](https://thesamikhsya.com/odia/wp-content/uploads/2020/11/fire-2.jpg)
ଭୁବନେଶ୍ବର: ଫୁଲବାଣୀ ବ୍ଲକ୍ ଦୁଡୁକି ପଞ୍ଚାୟତ କାଉଲିପାଙ୍ଗା ଗାଁରେ ବିଦ୍ୟୁତ୍ ସର୍ଟ ସର୍କିଟରୁ ଘରେ ନିଆଁ ଲାଗି ପାନୁଆ ଦିଗାଲଙ୍କ ଘରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ନଷ୍ଟ ହୋଇଯାଇଛି। ଦିନ ଦଶଟା ବେଳେ କୌଣସି କାରଣରୁ ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ବେଳେ, ଆଜବେଷ୍ଟସ ଘର ଓ ଘରେ କାଠ ସାମାନ ଥିବାରୁ ନିଆଁ ବହୁତ୍ ଜୋର ଲାଗିଥିଲା। ଫ୍ରିଜ, କୁଲର୍, ଟିଭି, ସୁନା ରୂପା ସହ ଖାଇବା ସାମଗ୍ରୀ, ଲୁଗା ପଟା, ଜରୁରୀ କାଗଜ ପତ୍ର ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି।
ସୌଭାଗ୍ୟ ବସତ୍ ଘରେ କେହି ନଥିବାରୁ, କାହାକୁ ବିଦୁଟ ଆଘାତ ଲାଗି ନାହିଁ। ପ୍ରାୟ ପାଞ୍ଚ ବଖରା ଘରେ ନିଆଁ ଲାଗିଥିବା ବେଳେ, ଲକ୍ଷାଧିକ ଟଙ୍କାର ସାମାନ ପୋଡ଼ି ନଷ୍ଟ ହୋଇଯାଇଛି। ଫୁଲବାଣୀ ଦମକଳ ବାହିନୀ ଆସି ନିଆଁକୁ ଲିଭାଇବା ସହ, ବିଦ୍ୟୁତ କାଟିଥିଲେ। ପୁନିଆ ଦିଗାଲଙ୍କ ଘରେ ୧୪ ଜଣ ଲୋକ ରହୁଥିବା ବେଳେ, ଶୀଘ୍ର ସରକାରୀ ସହାୟତା ଦେବାପାଇଁ ଅନୁରୋଧ କରିଛନ୍ତି ପରିବାର ଲୋକ।