Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ବଙ୍ଗଳା ସିନେମାରେ ରଙ୍ଗବତୀର ଚମକ ଓ ଜମକ, ସମ୍ବଲପୁର ରେଡିଓ ଷ୍ଟେସନରୁ ରଙ୍ଗବତୀର ନୂଆ କଲିକତି ଠିକଣା
ମତାମତ

ବଙ୍ଗଳା ସିନେମାରେ ରଙ୍ଗବତୀର ଚମକ ଓ ଜମକ, ସମ୍ବଲପୁର ରେଡିଓ ଷ୍ଟେସନରୁ ରଙ୍ଗବତୀର ନୂଆ କଲିକତି ଠିକଣା

July 15, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ମିତ୍ରଭାନୁ ଗଉନ୍ତିଆର କଥା, ପ୍ରଭୂଦତ୍ତ ପ୍ରଧାନ କରିଲୋ ସୁର
ଅତୋ ସୁନ୍ଦୋର ଗୀତୋ ତୋମାର ଭାଷାୟେ ଶୂନାବୋ ନା କି ଗୋ……

ଏ ସଂଳାପ ସହିତ ନୂଆ ଏକ ଇତିହାସ ସୃଷ୍ଟି ହୋଇଛି। ବଙ୍ଗଳା ସିନେମାରେ ରଙ୍ଗବତୀ ଗୀତର ସ୍ଵରକୁ କେବଳ ଉପସ୍ଥାପନ କରାଯାଇନାହିଁ ବରଂ ଏ ଗୀତ ମାଧ୍ୟମରେ ଓଡିଶା ଓ ବଙ୍ଗଳାର ସାଂସ୍କୃତିକ ସମନ୍ବୟକୁ ଚମତ୍କାର ଶୈଳୀ ରେ ବଙ୍ଗଳା ଦର୍ଶକଙ୍କ ପାଖରେ ପହଞ୍ଚାଯାଇଛି। ପ୍ରାୟ ସାଢେ ଚାରି ମିନିଟର ଏହି ଗୀତଟି ଏବେ ୟୁ-ଟ୍ୟୁବରେ ଭାଇରାଲ ହେବା ଆରମ୍ଭ କରିଛି। ଏହା ରଙ୍ଗବତୀ ଗୀତର ରିମେକ ବା ରାପ ନୁହଁ, ବରଂ ଏକ ମହାନ ଗୀତ ପ୍ରତି ବଙ୍ଗଳା ସିନେମାର ଶ୍ରଦ୍ଧା ଓ ଭଲ ପାଇବା।

କେହି କଣ କେବେ ସ୍ଵପ୍ନରେ ଚିନ୍ତା କରିଥିବେ ଯେ ବଙ୍ଗଳା ସିନେମାରେ ଦିନେ ସମ୍ବଲପୁରୀ ଗୀତ ରଙ୍ଗବତୀର ଜୟଜୟକାର ଶୁଭିବ? କେହି କଣ କଲ୍ପନା କରିଥିବେ ଯେ ପୁରା ଓଡିଶାର ଲୋକଗୀତ ଓ ନୃତ୍ୟର ପ୍ରତିନିଧି ଭାବରେ ରଙ୍ଗବତୀ ଗୀତ ନିଜ ସମୟକୁ ଟପି ଆଉ ଏକ ସମୟର ହୃତସ୍ପନ୍ଦନ ପାଲଟିଯିବ? ପାଖାପାଖି ପଚାଶ ବର୍ଷ ତଳେ ସମ୍ବଲପୁର ରେଡିଓ ଷ୍ଟେସନରୁ ଆରମ୍ଭ ହୋଇଥିବା ଏକ ସାଧାରଣ ଲୋକଗୀତ ସାରା ପୃଥିବୀରେ ସମ୍ବଲପୁରୀର ଶ୍ରେଷ୍ଠତମ ସ୍ଵର ହୋଇଯିବ ବୋଲି ଏହାର ସ୍ରଷ୍ଟମାନେ ମଧ୍ୟ ଚିନ୍ତା କରିନଥିବେ। ସମୟ ସହିତ ରଙ୍ଗବତୀ ଗୀତକୁ ନେଇ ବହୁ ବିବାଦ ହୋଇଛି, ହେଲେ ସବୁ ବିବାଦରେ ରଙ୍ଗବତୀ ନିଜର ମୌଳିକ ପରିଚୟକୁ ଅଧିକ ଉଜ୍ଜଳ କରିଛି। ମିତ୍ରଭାନୁ ଗୌନ୍ତିଆ ଲେଖିଥିବା, ପ୍ରଭୂଦତ୍ତ ପ୍ରଧାନଙ୍କ ସୁର ତଥା ଜିତେନ୍ଦ୍ର ହରିପାଲ ଓ କ୍ରୀଷ୍ଣା ପଟେଲଙ୍କ କଣ୍ଠରେ ଏ ଗୀତଟି ଗୋଟେ ସମୟ ଖଣ୍ଡର ଇତିହାସ ହୋଇ ଖାଲି ରହିନାହିଁ, ଆଜି ଓଡିଶାର ନୂଆ ପରିଚୟ ସୃଷ୍ଟିରେ ସହାୟକ ହେଉଛି।


ରଙ୍ଗବତୀ ଗୀତକୁ ଆଉ ପାଦେ ଆଗକୁ ନେଇ ବଙ୍ଗଳା ସିନେମା “ଗୋତ୍ର” ରେ ଏହାର ଅଭିନବ ପ୍ରୟୋଗ କରିଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା ଓ ନିର୍ଦ୍ଦେଶକ ଶିବପ୍ରସାଦ ମୁଖାର୍ଜୀ।ରଙ୍ଗବତୀ ଗୀତଟିକୁ ଗୋଟେ ସମୁଦ୍ରକୂଳ ସେଟିଂ ରେ ଦେଖିବାକୁ ମିଳିଛି। ହୁଏତ କାହାଣୀର ଆବଶ୍ୟକତା ଦୃଷ୍ଟିରୁ ଏମିତି ଗୋଟେ ପୃଷ୍ଠଭୂମି ନିର୍ମାଣ କରାଯାଇଛି ଯେଉଁଠି ରଙ୍ଗବତୀର କଥା ଉଠୁଛି ଓ ରଙ୍ଗବତୀ ଗୀତର ତାଳେ ତାଳେ ସମଗ୍ର ଓଡିଶାର ଲୋକନୃତ୍ୟର ଏକ କୋଲାଜ ମଧ୍ୟ ଗତିଶୀଳ ହେଉଛି। ଘୁମୁରା, ଘୋଡା ନାଚ, ନାଗା ମେଢ, ପଶୁମୁଖା ନୃତ୍ୟ, ଡାଲଖାଇ ସହିତ ଶାସ୍ତ୍ରୀୟ ଓଡିଶୀର ଚମତ୍କାର ଚିତ୍ର ଏ ଗୀତ ସହ ଦେଖିବାକୁ ମିଳୁଛି। ପୁରା ଗୀତର ପୃଷ୍ଠଭୂମିରେ ଜଗମଗ ଓଡିଶାର ପ୍ରାଚୁର୍ୟ ଦିଶି ଯାଉଛି। ବଙ୍ଗଳା ସିନେମାରେ ଓଡିଆ ସାଂସ୍କୃତିକ ଜୀବନର ଏତେ ଚମତ୍କାର ଚିତ୍ର ଆଉ କେଉଁ ସିନେମାରେ କେବେ ପ୍ରୟୋଗ ହୋଇନଥିଲା। ଏପରିକି ଆମ ଓଡିଆ ସିନେମାରେ ମଧ୍ୟ ଓଡିଆ ଲୋକ ସଂସ୍କୃତିର ଏମିତି ଜମକ ଦେଖେଇବାକୁ କେହି କେବେ ଚେଷ୍ଟା କରିନାହାନ୍ତି।

ରଙ୍ଗବତୀ ଗୀତ ପ୍ରତି ଜଣେ ଓଡିଆ ଭାବରେ ପ୍ରଯୋଜକ ଅକ୍ଷୟ କୁମାର ପରିଜାଙ୍କର ସ୍ଵାଭାବିକ ଆକର୍ଷଣ ରହିଛି। ବର୍ଷେ ଭିତରେ ୬ଟି ବଙ୍ଗଳା ସିନେମାର ପ୍ରଯୋଜନା କରିଥିବା ବିଶିଷ୍ଟ ଚିତ୍ର ନିର୍ମାତା ଶ୍ରୀ ପରିଜା ପ୍ରତିଟି ବଙ୍ଗଳା ସିନେମାରେ ଓଡ଼ିଶାକୁ ପ୍ରାଧାନ୍ୟ ଦେଇଛନ୍ତି। ବଙ୍ଗଳା ଓ ଓଡିଶାର ସାଂସ୍କୃତିକ ସମନ୍ଵୟ କ୍ଷେତ୍ରରେ ଏହି ସିନେମା ସବୁ ଗୋଟେ ଗୋଟେ ମାଇଲଖୁଣ୍ଟ ହୋଇ ରହିବେ। ରଙ୍ଗବତୀ ଗୀତକୁ ଯେତେ ଶ୍ରଦ୍ଧା ଓ ସମ୍ମାନର ସହିତ “ଗୋତ୍ର” ସିନେମାରେ ଏହାର ନିର୍ଦ୍ଦେଶକ ଉପସ୍ଥାପନ କରିଛନ୍ତି, ତାହା ଏକ ଐତିହାସିକ ଭଲପାଇବାର ନିଦର୍ଶନ ବୋଲି କୁହାଯାଇପାରେ।

ରଙ୍ଗବତୀ ଗୀତର ଲୋକପ୍ରିୟତା ଯେତିକି ଏହାକୁ ନେଇ ବିବାଦ ଓ ବିସମ୍ବାଦ ବି ସେତିକି। କେହି କେହି ଏହାର ସ୍ଵରକୁ ବିକୃତ ଓ ବିକଳାଙ୍ଗ କରିଛନ୍ତି। ତେବେ ହିନ୍ଦୀ ସିନେମା ‘କୌନ କିତନେ ପାନି ମେଂ” ରେ ଏହାର ଏକ ଅଭିନବ କଳାତ୍ମକ ପ୍ରୟୋଗ କରିଥିଲେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା। ତେଲୁଗୁ ଓ ତାମିଲ ସିନେମାର ମଧ୍ୟ ରଙ୍ଗବତୀ ଗୀତର ପ୍ରୟୋଗ ଆଗରୁ ହୋଇଛି। ହେଲେ ସବୁଠୁ ଅଲଗା କରି “ଗୋତ୍ର” ସିନେମାରେ ରେ ରଙ୍ଗବତୀକୁ ଓଡିଶାର ଲୋକ ଜୀବନ ଓ ଲୋକ ସଂସ୍କୃତିର ଜୀବନ୍ତ ପ୍ରତୀକ ଭାବରେ ଚିତ୍ରାୟିତ କରା ଯାଇଛି। ରଙ୍ଗବତୀ ଗୀତ ଶୁଣିବା ସହିତ ପୁରା ଓଡ଼ିଶାକୁ ଚିହ୍ନାଇଦେବାର ଏହା ଏକ ଐତିହାସିକ ସାହସ।

Share. Facebook Twitter LinkedIn Email WhatsApp Copy Link

Related Posts

ଦଳରୁ ଏବଂ ସାଂସଦ ପଦରୁ ଇସ୍ତଫା ଦେବା ପରେ ଏବେ କୁଆଡେ ଯିବେ ଦେବାଶିଷ ସାମନ୍ତରାୟ?

May 25, 2026

ବିଜେଡିରେ ବଡ କମ୍ପନ, ଦଳରୁ ଇସ୍ତଫା ଦେଲେ ସାଂସଦ ଦେବାଶିଷ ସାମନ୍ତରାୟ, କହିଲେ…..

May 25, 2026

ଉତ୍ତରାଖଣ୍ଡ ଏବଂ ଗୁଜରାଟ ପରେ ଏବେ ଏହି ରାଜ୍ୟରେ ଲାଗୁ ହେବ UCC: ବିଧାନସଭାରେ ଆଗତ ହେଲା ବିଲ୍ 

May 25, 2026

ବିଜେଡି ଛାଡିବେ ସାଂସଦ ଦେବାଶିଷ ସାମନ୍ତରାୟ, ବିଜେପିରେ ମିଶି ପୁଣି ଯିବେ ରାଜ୍ୟସଭା !!

May 25, 2026
Latest News

୧୫ ବର୍ଷ ବୟସରେ ବିଶ୍ୱ ରେକର୍ଡ ସ୍ଥାପନ କଲେ ବୈଭବ ସୂର୍ଯ୍ୟବଂଶୀ

May 25, 2026

ଏକାଥରେ 67 ବିଇଓ ଙ୍କୁ ବଦଳି କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜାଣନ୍ତୁ କିଏ କେଉଁଠାକୁ ଗଲେ

May 25, 2026

ଭାଇରାଲ ଭିଡିଓ ମାମଲାରେ JDU ବିଧାୟକ ଅନନ୍ତ ସିଂହଙ୍କୁ ଗିରଫ କରାଯିବ କି?: ଆସିଲା ବଡ଼ ଅପଡେଟ୍

May 25, 2026

ଦଳରୁ ଏବଂ ସାଂସଦ ପଦରୁ ଇସ୍ତଫା ଦେବା ପରେ ଏବେ କୁଆଡେ ଯିବେ ଦେବାଶିଷ ସାମନ୍ତରାୟ?

May 25, 2026

ଭୟରେ କମ୍ପିବେ ଶତ୍ରୁ ଦେଶ: ଭାରତ ଆସୁଛି ୧୧୪ଟି ରାଫେଲ ଯୁଦ୍ଧ ବିମାନ

May 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.