
ଭୁବନେଶ୍ଵର: ଆଜି ଦୁବାଇରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ମହା ଲଢେଇ ଆରମ୍ଭ ହୋଇଛି। ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂରେ ନିଷ୍ପତ୍ତି ନେଇଛି। ରୋହିତଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ପ୍ରଥମେ ବୋଲିଂ କରିବ।
ଭାରତର ଖେଳାଳି ଏକାଦଶ କୌଣସି ପରିବର୍ତ୍ତନ ହୋଇନାହିଁ।
ଟିମ୍ ଇଣ୍ଡିଆର ଖେଳାଳି ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, ଅକ୍ସର ପଟେଲ, କେ.ଏଲ୍ ରାହୁଲ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ହର୍ଷିତ ରାଣା, ମହମ୍ମଦ ଶାମି, କୁଲଦୀପ ଯାଦବ।