ପାକିସ୍ତାନ ବିରୋଧରେ ଇତିହାସ ରଚିଲେ ବିରାଟ କୋହଲି, ବର୍ତ୍ତମାନ ଆଗରେ ନାହାନ୍ତି କୌଣସି ଭାରତୀୟ

Published: Feb 23, 2025, 8:28 pm IST

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ବିରାଟ କୋହଲି ଇତିହାସ ସୃଷ୍ଟି କରିଛନ୍ତି। ଏହି ମ୍ୟାଚରେ କୋହଲି ୨ ଟି କ୍ୟାଚ୍ ନେଇଥିଲେ। ବର୍ତ୍ତମାନ ସେ ଭାରତ ପାଇଁ ସର୍ବାଧିକ କ୍ୟାଚ୍ ନେଇଛନ୍ତି। ପାକିସ୍ତାନ ବିପକ୍ଷ ଏହି ମ୍ୟାଚରେ ବିରାଟ କୋହଲି ମୋଟ ୨ ଟି କ୍ୟାଚ୍ ନେଇଥିଲେ। ସେ ହର୍ଷିତ ରାଣାଙ୍କ ବଲରେ ଖୁସଦିଲ ଶାହାଙ୍କ ପ୍ରଥମ କ୍ୟାଚ୍ ନେଇଥିଲେ। କୁଲଦୀପ ଯାଦବଙ୍କ ବଲରେ ନସିମ ଶାହାଙ୍କ ଦ୍ୱିତୀୟ କ୍ୟାଚ୍ ନେଇଥିଲେ। ଖୁସଦିଲଙ୍କ କ୍ୟାଚ୍ ପରେ କୋହଲି ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଥିଲେ।

ODI ରେ ବିରାଟ କୋହଲିଙ୍କ ଏହା ୧୫୭ ତମ କ୍ୟାଚ୍ ଥିଲା। ଏହା ସହ ସେ ODI ରେ ଭାରତ ପାଇଁ ସର୍ବାଧିକ କ୍ୟାଚ୍ ନେଇଛନ୍ତି। ତାଙ୍କ ଆଗରେକୌଣସି ଭାରତୀୟ ନାହାନ୍ତି। ୨୯୯ ମ୍ୟାଚର ୨୯୬ ଇନିଂସରେ ବିରାଟ କୋହଲି ୧୫୮ ଟି କ୍ୟାଚ୍ ନେଇଛନ୍ତି। ସେ ଗୋଟିଏ ଦିନିକିଆ ମ୍ୟାଚରେ ସର୍ବାଧିକ ୩ କ୍ୟାଚ୍ ନେଇଛନ୍ତି। ODI କ୍ରିକେଟରେ କୋହଲିଙ୍କ ନାମରେ ଅନେକ ବଡ଼ ରେକର୍ଡ ରହିଛି।

ବିରାଟ କୋହଲି ପୂର୍ବତନ ଅଧିନାୟକ ମହମ୍ମଦ ଅଜହରୁଦ୍ଦିନଙ୍କ ରେକର୍ଡ ଭାଙ୍ଗିଛନ୍ତି। ୩୩୪ ଟି ମ୍ୟାଚରେ ଅଜହରୁଦ୍ଦିନ ତାଙ୍କ ନାମରେ ୧୫୬ ଟି କ୍ୟାଚ୍ ନେଇଛନ୍ତି। ଏହି ତାଲିକାରେ ସଚିନ ତେନ୍ଦୁଲକର (୧୪୦) ତୃତୀୟ ସ୍ଥାନରେ ଏବଂ ରାହୁଲ ଦ୍ରାବିଡ (୧୨୪) ଚତୁର୍ଥ ସ୍ଥାନରେ ଅଛନ୍ତି।

Related posts