
ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏବଂ ଭାରତୀୟ ନୌସେନା ସଫଳତାର ସହ ଏହାର ପ୍ରଥମ ନାଭାଲ୍ ଆଣ୍ଟି-ସିପ୍ ମିସାଇଲ୍ (NASM-SR) ପରୀକ୍ଷା କରିଛି। ଏହି ପରୀକ୍ଷା ଓଡିଶାର ଚାନ୍ଦିପୁରର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ITR) ରୁ କରାଯାଇଥିଲା। ବୁଧବାର ଦିନ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।
ଅଧିକାରୀମାନେ କହିଛନ୍ତି ଯେ, ମଙ୍ଗଳବାର ଦିନ କରାଯାଇଥିବା ପରୀକ୍ଷଣରେ ଭାରତୀୟ ନୌସେନାର ‘ସି କିଙ୍ଗ ହେଲିକପ୍ଟର’ରୁ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଛି ଯାହା ଜାହାଜର ଲକ୍ଷ୍ୟ ସମ୍ପର୍କରେ ଏହାର ଦକ୍ଷତା ପ୍ରଦର୍ଶନ କରିଛି। ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ DRDO ଏବଂ ଭାରତୀୟ ନୌସେନାକୁ ଅଭିନନ୍ଦନ ଜଣାଇଛନ୍ତି।
ଅଧିକାରୀମାନେ କହିଛନ୍ତି ଯେ, “ଏହି ପରୀକ୍ଷଣ କ୍ଷେପଣାସ୍ତ୍ରର କ୍ଷମତାକୁ ପ୍ରମାଣିତ କରିଛି ଏବଂ ଏହା ସିଧାସଳଖ ସମୁଦ୍ର-ସ୍କିମିଂ ମୋଡରେ ଏକ ଛୋଟ ଜାହାଜ ଲକ୍ଷ୍ୟକୁ ସର୍ବାଧିକ ସୀମା ମଧ୍ୟରେ ଛୁଇଁଛି। ଏହି କ୍ଷେପଣାସ୍ତ୍ର ଟାର୍ଗେଟରେ ନିୟୋଜିତ ହେବା ପାଇଁ ସ୍ୱଦେଶୀ ‘ଇମେଜିଙ୍ଗ୍ ଇନଫ୍ରା-ରେଡ୍ ସୀକର’ ବ୍ୟବହାର କରେ।