
ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆସିଛି ବଡ ଖବର। ତାହା ହେଲା ଚଳିତ ମାର୍ଚ୍ଚ ମାସରେ ଦୁଇଥର ମିଳିବ ସୁଭଦ୍ରା ଟଙ୍କା। ଏ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ସୂଚନା ଦିଆଯିବା ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଗଣଣାଧ୍ୟମକୁ କହିଛନ୍ତି।
ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ଆସନ୍ତା ମାର୍ଚ୍ଚ 6 ତାରିଖରେ ପ୍ରଥମ ପର୍ଯ୍ୟାୟର ପଞ୍ଚମ କିସ୍ତି ପ୍ରଦାନ କରାଯିବ। ଯେଉଁମାନେ ଆବେଦନ କରିଛନ୍ତି ସେମାନଙ୍କ ଆକାଉଣ୍ଟକୁ ପ୍ରଥମ ପର୍ଯ୍ୟାୟର 5 ହଜାର ଟଙ୍କା ପ୍ରଦାନ କରାଯିବ। ଏଥିରେ ଏକ କୋଟି ମହିଳା ସାମିଲ ହୋଇଥିବାର ସେ ସୂଚନା ଦେଇଛନ୍ତି।
ସେହିପରି ମାର୍ଚ୍ଚ 8 ତାରିଖ ମହିଳା ଦିବସରେ ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ସମସ୍ତଙ୍କୁ ଅର୍ଥାତ ସମସ୍ତ ଆବେଦନ କରିଥିବା ମହିଳାଙ୍କୁ ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟର ଯେଉଁମାନେ ପାଇ ନାହିଁନ୍ତି ସେମାନେ 6 ତାରିଖରେ ପୁଣି ଦ୍ବିତୀୟ ପର୍ଯ୍ୟାୟର ଟଙ୍କା ମାର୍ଚ୍ଚ 8 ତାରିଖରେ ସେମାନଙ୍କୁ ଦିଆଯିବ। ଫଳରେ ଚଳିତ ମାର୍ଚ୍ଚରେ ହିତାଧିକାରୀଙ୍କ ଆକାଉଣ୍ଟକୁ ମୋଟ 10 ହଜାର ଟଙ୍କା ଯିବ ବୋଲି କୁହାଯାଇଛି।