ସୁଭଦ୍ରା ଯୋଜନାରେ ଆବେଦନ କରି ନାହାଁନ୍ତି କି? ଏବେ କରନ୍ତୁ, ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଏକାଥରେ ୧୫ ହଜାର

Published: Mar 3, 2025, 11:24 am IST
subhadra

ଭୁବନେଶ୍ବର: ବର୍ତ୍ତମାନ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ପ୍ରଦାନ ଚାଲିଛି। ୬ ତାରିଖ ଦିନ ଏହି ପ୍ରଥମ କିସ୍ତିର ପଞ୍ଚମ ପର‌୍ୟ୍ୟାୟ ଟଙ୍କା ପଠାଯିବ। ଏହାପରେ ୮ ତାରିଖରେ ଦ୍ବିତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବ। ତେବେ ଯେଉଁମାନେ ଆବେଦନ କରି ନାହାଁନ୍ତି ସେମାନଙ୍କ ପାଇଁ ଏବେ ମଧ୍ୟ ସମୟ ଅଛି। ସେମାନେ ସୁଭଦ୍ରା ପୋର୍ଟାଲରେ ଆବେଦନ କଲେ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ଏକାଥରେ ତିନୋଟି କିସ୍ତି ଅର୍ଥାତ ୧୫ ହଜାର ଟଙ୍କା ମିଳିବ।

ତେବେ ଯେଉଁମାନେ ଆବେଦନ କରିବାକୁ ଚାହୁଛନ୍ତି ସେମାନେ ଏଇ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଆବେଦନ କରିବାକୁ ପଡିବ। ଏହାପରେ ଆଉ କେହି ଆବେଦନ କରିପାରିବେ ନାହିଁ। ଯେଉଁମାନେ ନିଜକୁ ଉପଯୁକ୍ତ ହିତାଧିକାରୀ ବୋଲି ଭାବୁଛନ୍ତି ସେମାନେ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଆବେଦନ କରିପାରିବେ। ନଚେତ ନିଜେ ସୁଭଦ୍ରା ପୋର୍ଟାଲ ମଧ୍ୟମରେ ମଧ୍ୟ ଆବେଦନ କରିପାରିବେ।

Related posts