
ଭୁବନେଶ୍ବର: ବିଜେଡି ନେତା ତଥା ଭୁବନେଶ୍ବର ଲୋକସଭା ସାଂସଦ ପ୍ରାର୍ଥୀ ମନ୍ନଥ ରାଉତରାୟ ଗତକାଲି ରାତିରେ ବିବାହ କରିଛନ୍ତି। ଏହି ବିବାହ ଭୁବନେଶ୍ବରର ଚନ୍ଦକା ନେଚର ରିସୋର୍ଟରେ ଆୟୋଜିତ କରାଯାଇଥିଲା। ମନ୍ନଥଙ୍କର ଏହା ହେଉଛି ଦ୍ବିତୀୟ ବିବାହ। କାରଣ ପ୍ରଥମ ବିବାହ ବିଚ୍ଛେଦ ହେବା ପରେ ସେ ଏହି ଦ୍ବିତୀୟ ବିବାହ କରିଛନ୍ତି।
ବର୍ତ୍ତମାନ ମନ୍ନଥ ପଟିଆ ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଛନ୍ତି। ତାଙ୍କ ନାମ ହେଉଛି ରୋଜାଲୀନ ପଟ୍ଟନାୟକ। ସେ ମୁମ୍ବାଇର ଏକ ଘରୋଇ ବ୍ୟାଙ୍କରେ ଚାକିରୀ କରିଛନ୍ତି। ମନ୍ମଥଙ୍କ ପ୍ରଥମ ପତ୍ନୀଙ୍କ ନାମ ହେଉଛି ସୁଚିସ୍ମିତା ମହାପାତ୍ର। ଆଉ ମଜାଦାର କଥା ହେଉଛି ସୁଚିସ୍ମିତା ଏବଂ ରୋଜାଲୀନ ଉଭୟ ବାନ୍ଧବୀ।
ଏହି ବିବାହ ଉତ୍ସବକୁ ମନ୍ନଥ ଖୁବ କମ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ଏପରିକି ବିବାହ ଉତ୍ସବ ଫଟୋ ଉଠାଇବା ପାଇଁ ସେ ସମସ୍ତଙ୍କୁ ବାରଣ କରିଥିଲେ। ଏହି ଉତ୍ସବରେ ବିଜେଡି କି କଂଗ୍ରେସ ନେତା କେହି ଯୋଗଦେଇ ନ ଥିଲେ। କେବଳ କଂଗ୍ରେସର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ ମନ୍ନଥଙ୍କ ଭିଣୋଇ ହୋଇଥିବାରୁ ସେ ଯୋଗ ଦେଇଥିଲେ।