ନଅଗାଁ (ଖ) ରେ ମାଗଣା ଆୟୁର୍ବେଦିକ ସ୍ବାସ୍ଥ୍ୟ ଶିବିର: ଯୋଗ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ

Published: Mar 10, 2025, 11:18 am IST

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ (ଖ) ଠାରେ ପଲ୍ଲୀ ଆଲୋକ ପାଠାଗାର ଓ ସଂଜୀବନୀ ସେବା ସଂଗଠନର ମିଳିତ ଆନୁକୁଲ୍ୟରେ ଏକ ମାଗଣା ଆୟୁର୍ବେଦିକ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଲୋଇସିଂହା ହସ୍ପିଟାଲର ଆୟୁଷ ଡାକ୍ତର ଡ ସଞ୍ଜୀବ କୁମାର ବିଶ୍ଵାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରରେ ପ୍ରାୟ ୫ ଶହରୁ ଅଧିକ ବ୍ୟକ୍ତି ଯୋଗ ଦେଇଥିଲେ।

ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ଯୋଗଦେଇ ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କୁ ଏହି ସେବା ଯୋଗାଇ ଦେବା କ୍ଷେତ୍ରରେ ଉଦ୍ୟୋକ୍ତାଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ବଲାଙ୍ଗୀର ଆୟୁର୍ବେଦିକ ହସ୍ପିଟାଲର ଅଧ୍ୟକ୍ଷ ଡ ମନୋଜ ସାହୁ, ସଂଜୀବନୀ ସେବା ସଂଗଠନର ଉପଦେଷ୍ଟା ସୁନିଲ କୁମାର ବେହେରା, ଲୋଇସିଂହା ଡାକ୍ତରଖାନାର ଅଧିକ୍ଷକ ଡ ଶେଖରଲାଲ ପଧାନ, ଆୟୁଷ ଡାକ୍ତର ତଥା ଶିବିରର ମୁଖ୍ୟ ଉଦ୍ୟୋକ୍ତା ଡ ସଞ୍ଜୀବ କୁମାର ବିଶ୍ବାଳ ଉପସ୍ଥିତ ଥିଲେ।

ଏହି ଅବସରରେ ସ୍ଥାନୀୟ ଶିବିରରେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିବା ଡ଼ାକ୍ତର ମାନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ସମ୍ୱର୍ଦ୍ଧିତ କରିଥିଲେ।

Related posts