Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନ୍ୟୁୟର୍କରେ ଆରମ୍ଭ ହୋଇଥିବା ୟୁଏନସିଏସଡବ୍ଲ୍ୟୁ ର ୬୯ତମ ଅଧିବେଶନରେ ଭାରତର ଅଂଶଗ୍ରହଣ
ଆଜିର ଖବର

ନ୍ୟୁୟର୍କରେ ଆରମ୍ଭ ହୋଇଥିବା ୟୁଏନସିଏସଡବ୍ଲ୍ୟୁ ର ୬୯ତମ ଅଧିବେଶନରେ ଭାରତର ଅଂଶଗ୍ରହଣ

March 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ  ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଏକ ପ୍ରତିନିଧି ଦଳ ମହିଳା ମାନଙ୍କ ସ୍ଥିତି ନେଇ ଥିବା ଆୟୋଗଙ୍କ ୬୯ତମ ବୈଠକରେ ଅଂଶଗହଣ କରିଛନ୍ତି ଯାହା ନ୍ୟୁୟର୍କର ମିଳିତ ଜାତିସଂଘ ମୁଖ୍ୟାଳୟରେ ୨୦୨୫ ମସିହା ମାର୍ଚ୍ଚ ୧୦ ତାରିଖରେ ଆରମ୍ଭ ହୋଇଥିଲା।

ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କରେ ଅନୁଷ୍ଠିତ ମନ୍ତ୍ରୀସ୍ତରୀୟ ମଞ୍ଚରେ ଶ୍ରୀମତି  ଅନ୍ନପୂର୍ଣ୍ଣା ଦେବୀ ଭାରତର ଜାତୀୟ ବିବୃତ୍ତି ପ୍ରଦାନ କରିଥିଲେ। ଜୀବନର ସମସ୍ତ କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ପରିବର୍ତ୍ତନଶୀଳ ‘ସମଗ୍ର ସରକାର’ ଏବଂ ‘ସମ୍ପୂର୍ଣ୍ଣ ସମାଜ ଆଭିମୁଖ୍ୟ’ ସହିତ ୧୨ ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ରେଖାଙ୍କିତ କରି ସେ ଲିଙ୍ଗଗତ ସମାନତା ଉପରେ ଭାରତର ଅଗ୍ରଗତି ଉପରେ ଆଲୋକପାତ କରିଥିଲେ।

ସେ ଫ୍ଲାଗସିପ୍ ଯୋଜନାର ପରିବର୍ତ୍ତନଶୀଳ ପ୍ରଭାବ ଉପରେ ଆଲୋକପାତ କରିଥିଲେ ଯାହା ମହିଳା ଏବଂ ପିଲାମାନଙ୍କ ପାଇଁ ସ୍ୱାସ୍ଥ୍ୟ, ପୁଷ୍ଟିସାଧନ, ଶିକ୍ଷା ଏବଂ ଆର୍ଥିକ ସୁଯୋଗରେ ଉନ୍ନତି ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି।

କେନ୍ଦ୍ର ମନ୍ତ୍ରୀ ଭାରତ ସରକାରଙ୍କ ଅତୁଟ ପ୍ରତିବଦ୍ଧତାକୁ ଦୋହରାଇଥିଲେ ଏବଂ ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକରେ ଲିଙ୍ଗଗତ ସମାନତା ଏବଂ ମହିଳା ଓ ବାଳିକାମାନଙ୍କ ସଶକ୍ତିକରଣ ପାଇଁ ଜାତୀୟ ବ୍ୟବସ୍ଥା ଉପରେ ପ୍ରାଥମିକତା ବିଷୟକୁ ଉଲ୍ଲେଖ କରିଥିଲେ। ନିରନ୍ତର ବିକାଶ ଲକ୍ଷ୍ୟ ହାସଲରେ ଯୋଗଦାନ କରିବା ଉଦ୍ଦେଶ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ବେଜିଂ ପ୍ଲାଟଫର୍ମର କାର୍ଯ୍ୟକାରିତାକୁ ପୁନଃପ୍ରତିଷ୍ଠା ଏବଂ ଏହାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ବ ଦେଇଥିଲେ।

କାର୍ଯ୍ୟାନ୍ୱୟନ ଏବଂ ପ୍ରସାରକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ମନ୍ତ୍ରୀ ପ୍ରତ୍ୟେକ ମହିଳା ଏବଂ ବାଳିକାକୁ ସେମାନଙ୍କର ଅଧିକାର ଏବଂ ଲକ୍ଷ୍ୟ ସୁନିଶ୍ଚିତ କରିବା ଦିଗରେ ସରକାରଙ୍କ ସଂକଳ୍ପକୁ ଦୋହରାଇଥିଲେ।

“ମହିଳା ଏବଂ ପିଲାମାନଙ୍କ କଲ୍ୟାଣ ଆମ ଦେଶର ପ୍ରଗତିର ମୂଳରେ ରହିଛି। ଏକ ବହୁମୁଖୀ ଆଭିମୁଖ୍ୟ ମାଧ୍ୟମରେ, ଆମେ ଏକ ଭବିଷ୍ୟତ ଦିଗରେ କାର୍ଯ୍ୟ କରୁଛୁ ଯେଉଁଠାରେ ପ୍ରତ୍ୟେକ ମହିଳା ସଶକ୍ତ ହେବେ ଏବଂ ପ୍ରତ୍ୟେକ ଶିଶୁ ଏକ ନିରାପଦ ଏବଂ ସହାୟକ ପରିବେଶରେ ଲାଳିତପାଳିତ ହେବେ।

ଏହି ଅଧିବେଶନରେ ମିଳିତ ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର, ଆନ୍ତଃସରକାରୀ ସଂଗଠନ, ଘରୋଇ କ୍ଷେତ୍ର, ପରୋପକାରୀ ବ୍ୟକ୍ତି, ଶିକ୍ଷା, ନାଗରିକ ସମାଜ, ମହିଳା ଗୋଷ୍ଠୀ ଏବଂ ମିଳିତ ଜାତିସଂଘର ସଂସ୍ଥାଗୁଡ଼ିକର ବ୍ୟାପକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।

ସିଏସଡବ୍ଲ୍ୟୁ ର ୬୯ତମ ଅଧିବେଶନରେ ମନ୍ତ୍ରୀ ଲିଙ୍ଗଗତ ସମାନତା ଏବଂ ସାମାଜିକ କଲ୍ୟାଣ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଲାଗି ସୁଶ୍ରୀ ମେଲରୋସ୍ କାରମିଣ୍ଟି (ସିଏରା ଲିଓନି), ଶ୍ରୀଯୁକ୍ତ ସୋଡିକ୍ ଏସ୍. ସଫୋଏଭ୍ (ଉଜବେକିସ୍ତାନ), ଡ. ବିନ୍ଧ୍ୟ ପର୍ସାଉଦ (ଗୁଆନା) ଏବଂ ସୁଶ୍ରୀ ଆଣ୍ଟୋନିଆ ଓରେଲାନା ଗୁଆରେଲୋ (ଚିଲି) ଙ୍କ ସମେତ ଅନ୍ୟ ନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ।

ସିଏସଡବ୍ଲ୍ୟୁ ହେଉଛି ଏକ ପ୍ରମୁଖ ବିଶ୍ୱସ୍ତରୀୟ ଆନ୍ତଃସରକାରୀ ସଂସ୍ଥା, ଯାହା ବିଶେଷ ଭାବେ ଲିଙ୍ଗଗତ ସମାନତା, ଅଧିକାର ଏବଂ ମହିଳାଙ୍କ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ସମର୍ପିତ। ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ପରିଷଦ (ଇ ସିଓଏସ୍ଓସି) ର ଆୟୋଗଙ୍କ ଅଧିବେଶନ ୨୦୨୫ ମସିହା ମାର୍ଚ୍ଚ ୧୦ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି।

ଅନ୍ନପୂର୍ଣ୍ଣା ଦେବୀ ନ୍ୟୁୟର୍କ ଭାରତ ସରକାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ପାଟନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ୍-ଅଟୋ ଧକ୍କାରେ ୮ ମୃତ

August 23, 2025

ସେମିକନ୍‌ ଇଣ୍ଡିଆ ୨୦୨୫ର ଚତୁର୍ଥ ସଂସ୍କରଣକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 23, 2025

ମେଗା ଧାରାବାହିକ,’ସାଥୀ ସାତ ଜନ୍ମର’ ରେ ସମ୍ପର୍କର ଦୋଛକିରେ ଅର୍ଚ୍ଚନା

August 23, 2025

ଡ୍ରିମ୧୧ ସହିତ ବିସିସିଆଇର କୋଟି କୋଟି ଟଙ୍କାର ଚୁକ୍ତି ବର୍ବାଦ?: ଚିନ୍ତା ବଢାଇଲା ନୂଆ ଆଇନ

August 23, 2025
Latest News

ପାଟନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ୍-ଅଟୋ ଧକ୍କାରେ ୮ ମୃତ

August 23, 2025

ସେମିକନ୍‌ ଇଣ୍ଡିଆ ୨୦୨୫ର ଚତୁର୍ଥ ସଂସ୍କରଣକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 23, 2025

ମେଗା ଧାରାବାହିକ,’ସାଥୀ ସାତ ଜନ୍ମର’ ରେ ସମ୍ପର୍କର ଦୋଛକିରେ ଅର୍ଚ୍ଚନା

August 23, 2025

ଡ୍ରିମ୧୧ ସହିତ ବିସିସିଆଇର କୋଟି କୋଟି ଟଙ୍କାର ଚୁକ୍ତି ବର୍ବାଦ?: ଚିନ୍ତା ବଢାଇଲା ନୂଆ ଆଇନ

August 23, 2025

ସମନ୍ୱିତ ବିଶ୍ୱ ଆର୍ଥିକ ପ୍ରଯୁକ୍ତିବିଦ୍ୟା ସାମର୍ଥ୍ୟ ହବ୍’- ଭାରତନେତ୍ରର ଶୁଭାରମ୍ଭ

August 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.