କ୍ରିସ୍ ଗେଲଙ୍କ ଛକାର ରେକର୍ଡ ଭାଙ୍ଗିବେ ରୋହିତ ଶର୍ମା?: ଆଇପିଏଲରେ କରିପାରନ୍ତି ଏହି କୀର୍ତ୍ତିମାନ

Published: Mar 18, 2025, 11:19 am IST

ନୂଆଦିଲ୍ଲୀ: ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସର ଜଣେ ଶକ୍ତିଶାଳୀ ଖେଳାଳି। ବିସ୍ଫୋରକ ବ୍ୟାଟିଂ ପାଇଁ ରୋହିତ ମଧ୍ୟ ପ୍ରସିଦ୍ଧ। ଆଇପିଏଲରେ ସର୍ବାଧିକ ଛକା ମାରିବାରେ ରୋହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ୨୫୭ ଟି ମ୍ୟାଚରେ ୨୮୦ ଛକା ମାରିଛନ୍ତି। କିନ୍ତୁ ବର୍ତ୍ତମାନ ରୋହିତ ମଧ୍ୟ ଏକ ନମ୍ବର ହୋଇପାରନ୍ତି।

ଆଇପିଏଲରେ ସର୍ବାଧିକ ଛକା ମାରିବାରେ କ୍ରିସ୍ ଗେଲ୍ ଶୀର୍ଷରେ ଅଛନ୍ତି। ଗେଲ ୧୪୨ ଟି ମ୍ୟାଚରେ ୩୫୭ ଛକା ମାରିଛନ୍ତି। ରୋହିତ ବର୍ତ୍ତମାନ ଗେଲଙ୍କ ଏହି ରେକର୍ଡଠାରୁ ଦୂରରେ ଅଛନ୍ତି। କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିବା ପାଇଁ ରୋହିତଙ୍କୁ ୭୭ ଛକା ମାରିବାକୁ ପଡିବ। ଆଇପିଏଲର ଶେଷ ସିଜନରେ ସନରାଇଜର୍ସ ହାଇଦ୍ରାବାଦର ଅଭିଷେକ ଶର୍ମା ସର୍ବାଧିକ ଛକା ମାରିଥିଲେ। ସେ ୪୨ ଛକା ମାରିଥିଲେ।

ରୋହିତ ଗତ ସିଜନରେ ୧୪ ଟି ମ୍ୟାଚ୍ ଖେଳିଥିଲେ। ଏହି ସମୟରେ ସେ ୨୩ ଟି ଛକା ମାରିଥିଲେ। ଏହି ସଂସ୍କରଣରେ ରୋହିତ ମୋଟ ୪୧୭ ରନ୍ ସ୍କୋର କରିଥିଲେ।

Related posts