ରୋହିତ-ଗେଲଙ୍କ ଛକାର ରେକର୍ଡ ଭାଙ୍ଗିଲେ ଶ୍ରେୟସ୍ ଆୟର: ଗୁଜୁରାଟ ବିପକ୍ଷରେ କଲେ ବଡ କମାଲ

Published: Mar 26, 2025, 11:05 am IST

ନୂଆଦିଲ୍ଲୀ: ଆଇପିଏଲ 2025 ର ପଞ୍ଚମ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ଚମତ୍କାର ପ୍ରଦର୍ଶନ କରିଥିଲା। ଏହି ବିଜୟରେ ପଞ୍ଜାବ ଅଧିନାୟକ ଶ୍ରେୟାସ ଆୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବିସ୍ଫୋରକ ବ୍ୟାଟିଂ କରି ସେ ଅପରାଜିତ 97 ରନ୍ ସଂଗ୍ରହ କରିଥିଲେ। ଏହି ସମୟ ମଧ୍ୟରେ ଆୟର 5 ଚୌକା ଓ 9 ଛକା ମାରିଥିଲେ।

ଗୁଜୁରାଟ ବିପକ୍ଷରେ ଖେଳାଯାଇଥିବା ଇନିଂସ ଆଧାରରେ ଆୟର୍ ରୋହିତ ଶର୍ମା ଏବଂ କ୍ରିସ୍ ଗେଲଙ୍କ ଛକାର ରେକର୍ଡ ଭାଙ୍ଗିଛନ୍ତି। ବାସ୍ତବରେ, ଆଇପିଏଲରେ ଅଧିନାୟକ ଭାବରେ ଇନିଂସରେ ସର୍ବାଧିକ ଛକା ମାରିବାରେ ଆୟର୍ ଶୀର୍ଷରେ ଅଛନ୍ତି। ଆୟର 2018 ରେ KKR ବିପକ୍ଷରେ 10 ଟି ଛକା ମାରିଥିଲେ।

ଆୟର ସେହି କୀର୍ତ୍ତିମାନର ପୁନରାବୃତ୍ତି କରିଛନ୍ତି। ସେ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ 9 ଟି ଛକା ମାରିଛନ୍ତି। ଏହି ପ୍ରସଙ୍ଗରେ ରୋହିତ ଏବଂ ଗେଲ ଆୟରଙ୍କ ପଛରେ ଅଛନ୍ତି।

Related posts