Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମବାୟ ମଡେଲ ଉପରେ ଶୀଘ୍ର ଆରମ୍ଭ ହେବ ଏକ ଟ୍ୟାକ୍ସି ସେବା
ଆଜିର ଖବର

ସମବାୟ ମଡେଲ ଉପରେ ଶୀଘ୍ର ଆରମ୍ଭ ହେବ ଏକ ଟ୍ୟାକ୍ସି ସେବା

March 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଲୋକସଭାରେ ତ୍ରିଭୁବନ ସମବାୟ ବିଶ୍ୱବିଦ୍ୟାଳୟ ବିଧେୟକ, ୨୦୨୫ ଉପରେ ଆଲୋଚନାର ଉତ୍ତର ଦେଇ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ନିକଟ ଭବିଷ୍ୟତରେ ସମବାୟ ଟ୍ୟାକ୍ସି ସେବା ଆରମ୍ଭ ହେବ, ଯେଉଁଥିରେ ଦୁଇଚକିଆ ଯାନ, ଟ୍ୟାକ୍ସି, ରିକ୍ସା ଏବଂ ଚାରିଚକିଆ ଯାନର ପଞ୍ଜୀକରଣ ସମ୍ଭବ ହେବ ଏବଂ ଏହାର ଲାଭ ସିଧାସଳଖ ଡ୍ରାଇଭରଙ୍କୁ ମିଳିବ।

“ସହଯୋଗ ରୁ ସମୃଦ୍ଧି”ର ନୀତି ଆଧାରରେ ଏକ ସମବାୟ ଟ୍ୟାକ୍ସି ସେବା ଇଚ୍ଛୁକ ଡ୍ରାଇଭରଙ୍କ ଦ୍ୱାରା ଗଠନ କରାଯିବ ଏବଂ ଏହାର ପରିଚାଳନା ଦାୟିତ୍ୱ ଏହାର ସଦସ୍ୟଙ୍କ ହାତରେ ରହିବ।

ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସମସ୍ତ ସଦସ୍ୟଙ୍କ ସକ୍ରିୟ ଅଂଶଗ୍ରହଣ ଦ୍ୱାରା ଗଣତାନ୍ତ୍ରିକ ପରିଚାଳନା ସୁନିଶ୍ଚିତ କରିବା ଏବଂ ଏଭଳି ସମବାୟ ଟ୍ୟାକ୍ସି ସୋସାଇଟି ଦ୍ୱାରା ଅର୍ଜିତ ଲାଭକୁ ଟ୍ୟାକ୍ସି ଡ୍ରାଇଭରମାନଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟନ କରିବା। ଏଭଳି ପଦକ୍ଷେପ ସାମଗ୍ରୀକ ସମୃଦ୍ଧି ଆଣିବ ଏବଂ ଟ୍ୟାକ୍ସି ଡ୍ରାଇଭର/ସମବାୟ ସମିତିର ସଦସ୍ୟମାନଙ୍କ ଆୟ, କାର୍ଯ୍ୟସ୍ଥିତି ଏବଂ ଜୀବନ ଧାରଣର ମାନରେ ସୁଧାର ସହ ଉପଭୋକ୍ତାଙ୍କୁ ଉନ୍ନତ ସେବା ପ୍ରଦାନ କରିବ।

ସହକାର ବା ସହଯୋଗ ଏମିତି ଏକ ସିଦ୍ଧାନ୍ତ ଯେଉଁଥିରେ ଲୋକମାନେ ସ୍ୱଇଚ୍ଛାରେ ଏକତ୍ରିତ ହୋଇ ଏକ ଗୋଷ୍ଠୀ ଗଠନ କରନ୍ତି, ଯାହା ପାରସ୍ପରିକ ଲାଭ ଏବଂ ସମାନ ଭାବରେ ଅର୍ଥନୈତିକ ସ୍ୱାର୍ଥ ଉପରେ ପର୍ଯ୍ୟବସିତ। ସହକାରୀ ଅର୍ଥନୈତିକ ସମବାୟ ମଡେଲ୍ ଏହାର ସଦସ୍ୟମାନଙ୍କ ପାଇଁ ଅଧିକ ଫଳପ୍ରଦ ପ୍ରମାଣିତ ହୋଇଛି, ଯାହା ଅଧିକ ସମୃଦ୍ଧ ଏବଂ ଅମୁଲ ଭଳି ସମସ୍ତଙ୍କ ପାଇଁ ସମାବେଶୀ ବିକାଶ ଆଣିବାରେ ସମର୍ଥ।

ସରକାର ଦେଶର ସମନ୍ୱିତ ବିକାଶ ପାଇଁ ପୂର୍ବରୁ ଷ୍ଟାର୍ଟଅପ୍ ଏବଂ ଅନ୍ୟ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ ଏବଂ ସହାୟତା କରିଛନ୍ତି। ଭାରତରେ ୮ ଲକ୍ଷରୁ ଅଧିକ ସମବାୟ ସଂସ୍ଥା ରହିଛି, ଯେଉଁଥିରେ ପାଖାପାଖି ୩୦ଟି ଭିନ୍ନ ଭିନ୍ନ କ୍ଷେତ୍ରରେ ୩୦ କୋଟି ସଦସ୍ୟଙ୍କୁ ସେବା ଯୋଗାଉଛନ୍ତି।

ଏହି ସମବାୟ ସମିତିଗୁଡ଼ିକ ଆତ୍ମନିର୍ଭରଶୀଳତା, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଗ୍ରାମୀଣ ବିକାଶକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି, ବିଶେଷକରି କୃଷି, ଦୁଗ୍ଧ, ମତ୍ସ୍ୟ ଚାଷ, ବ୍ୟାଙ୍କିଙ୍ଗ୍, ଗୃହ ନିର୍ମାଣ, ଖାଉଟି ସେବା, ଶ୍ରମ କ୍ଷେତ୍ରରେ ବିକାଶ, ଚିନି ଆଦି କ୍ଷେତ୍ରରେ ସେବା ଯୋଗାଇଥାନ୍ତି। ଏହି ସମବାୟ ସମିତିଗୁଡ଼ିକ ଘରୋଇ ଉଦ୍ୟୋଗ ସମେତ ଅନ୍ୟାନ୍ୟ ସଂସ୍ଥା ସହିତ ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି।

ସମବାୟ ସଂସ୍ଥାଗୁଡ଼ିକ ସମ୍ପୃକ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ଆଇନ ଏବଂ ସମିତି ଅଧୀନରେ ପଞ୍ଜୀକୃତ ହୋଇଥାଏ, ଏବଂ ଯେଉଁ ସଂସ୍ଥା ଏକାଧିକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟ କରନ୍ତି ସେଗୁଡ଼ିକ ବହୁ ରାଜ୍ୟ ସହକାରୀ ସଂସ୍ଥା ଆଇନ ଅଧୀନରେ ପଞ୍ଜୀକୃତ ହୋଇଥାଏ।

ଅମିତ ଶାହ ଲୋକସଭା ସମବାୟ ଟ୍ୟାକ୍ସି ସେବା ସମବାୟ ମଡେଲ
Share. Facebook Twitter LinkedIn Email WhatsApp Copy Link

Related Posts

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.