Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୩ୟ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ରାଷ୍ଟ୍ରୀୟ ମହିଳା ଛାତ୍ର ସଂସଦ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଯୋଗଦାନ
ଆଜିର ଖବର

୩ୟ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ରାଷ୍ଟ୍ରୀୟ ମହିଳା ଛାତ୍ର ସଂସଦ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଯୋଗଦାନ

April 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Governor attends workshop on bank-linked livelihood scheme
Governor attends workshop on bank-linked livelihood scheme

ଗଜପତି: ଗଜପତି ଜିଲ୍ଲା ବି: ସିତାପୂର୍ ର ଆଲୁରୀ ନଗର ସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟ କେମ୍ପସ ପରିସରରେ ଆଜି ଭାରତର ପ୍ରମୁଖ ଆନ୍ତଃବିଶ୍ୱବିଦ୍ୟାଳୟ ସଂଗଠନ ଅନ୍ତର୍ଗତ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ରାଷ୍ଟ୍ରୀୟ ମହିଳା ଛାତ୍ର ସଂସଦ ୨୦୨୪-୨୫ “ସଶକ୍ତ ସ୍ୱର ସୁଦୃଢ଼ ଭବିଷ୍ୟତ ବିକଶିତ ଭାରତ” ନୂଆଦିଲ୍ଲୀ ସ୍ଥିତ ଆସୋସିଏସନ୍ ଅଫ୍ ଇଣ୍ଡିଆନ ୟୁନିଭରସିଟିର ତତ୍ତ୍ଵାବଧାନରେ ୫ ଦିନିଆ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଉଦଘାଟନ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପତି ମୁଖ୍ୟଅତିଥି ଭାବେ ଯୋଗଦେଇ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଏହି ୫ ଦିନିଆ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ରାଜ୍ୟପାଳ ଡ଼ଃ ହାରିବାବୁ କମ୍ଭମପତି କହିଥିଲେ ଯେ , ଜାତୀୟ ମହିଳା ଛାତ୍ର ସଂସଦ ମାଧ୍ୟମରେ ଯୁବପିଢିର ମହିଳାମାନଙ୍କ ସେମାନଙ୍କ ସମ୍ଭାବନା ଏବଂ ଶକ୍ତିର ଉପଯୋଗ କରିବା ପାଇଁ ଭିତ୍ତିଭୂମି ପ୍ରଦାନ କରିବା ଦିଗରେ ବିଶେଷ ସହାୟକ ହୋଇପାରିବ। ମହିଳା ମାନଙ୍କ ବିବିଧ ଏବଂ ଗତିଶୀଳ ଅଂଶଗ୍ରହଣ ଓ ପ୍ରତିନିଧିତ୍ଵ ସହିତ ନେତୃତ୍ୱ ଭଳି ପ୍ରୟାସ ର ଲକ୍ଷ୍ୟ ବିଭିନ୍ନ କ୍ଷେତ୍ରରେ ଏହା ନିଶ୍ଚିତ ଭାବେ ପରବର୍ତ୍ତୀ ପିଢ଼ିର ମହିଳା ନେତୃବୃନ୍ଦଙ୍କୁ ଉପାଦେୟ ପ୍ରେରଣା ଦେବା ସହ ସଶକ୍ତ କରିବାରେ ସହାୟକ ହୋଇପାରିବ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ଯଥା:- ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ଅତିରିକ୍ତ ସଚିବ- ନୂଆଦିଲ୍ଲୀ ଡ଼ଃ ମମତା ରାଣୀ ଅଗ୍ରୱାଲ , ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଉପ କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ , ବିଜୁ ପଟ୍ଟନାୟକ ଟେକ୍ନୋଲୋଜି ୟୁନଭରସିଟି ଉପ କୁଳପତି ଡ଼ଃ ଅମୂଲ୍ୟ କୁମାର ରଥ , ବ୍ରହ୍ମପୁର ୟୁନିଭାର ଓଡ଼ିଶାର ଉପ କୁଳପତି ଡ଼ଃ ଗୀତାଞ୍ଜଳୀ ଦାସ ଏବଂ ଆନ୍ଧ୍ରପ୍ରଦେଶ ସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର କୁଳପତି ଡଃ ଜିଏସଏନ: ରାଜୁ ପ୍ରମୁଖ ସମ୍ମାନିତ ତଥା ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ଜାତୀୟ ମହିଳା ଛାତ୍ର ସଂସଦ ୨୦୨୪-୨୫ ସସକ୍ତ ସ୍ୱର , ସୁଦୃଢ଼ ଭବିଷ୍ୟତ ଏବଂ ବିକଶିତ ଭାରତର ବିଭିନ୍ନ ଦିଗ ଉପରେ କହି ଉପସ୍ଥିତ ମହିଳା ଛାତ୍ର ସଂସଦକୁ ସେମାନଙ୍କ ସ୍ପନ୍ଦନଶିଳ ଆଲୋଚନା ମାଧ୍ୟମରେ ଉପାଦେୟ ଜ୍ଞାନ ପ୍ରଦାନ କରିଥିଲେ।

ଏହି ଅବସରରେ ମୁଖ୍ୟଅତିଥି ରାଜ୍ୟପାଳଙ୍କ ସମେତ ସମସ୍ତ ମଞ୍ଚାସୀନ ଅତିଥି ମାନଙ୍କୁ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ , ଉପଢୌକନ ଓ ମାନପତ୍ର ଦେଇ ସମ୍ଭର୍ଦ୍ଧନା ଜ୍ଞାପନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାରର ୩୦ ଗୋଟି ବିଶ୍ୱବିଦ୍ୟାଳୟର ୧୨୦ ଜଣ ମହିଳା ଛାତ୍ର ପ୍ରତିନିଧିତ୍ଵ କରିଥିବା ବେଳେ ବହୁ ସଂଖ୍ୟାରେ ପ୍ରଫେସର , ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ।

ଶେଷରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ଅନିତା ପାତ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ରାଜ୍ୟପାଳ ଡ଼ଃ ହରୀବାବୁ କମ୍ଭମପତି ବିଶ୍ୱବିଦ୍ୟାଳୟର ୬ ତାଲା ବିଶିଷ୍ଟ ସେଣ୍ଟ୍ରାଲ ଏଡମିନିଷ୍ଟ୍ରେସନ କମ୍ପ୍ଲେକ୍ସ ଉଦଘାଟନ କରିବା ସହ ବିଶ୍ଵ ବିଦ୍ୟାଳୟର କେମ୍ପସରେ ଥିବା ବିଭିନ୍ନ ବିଭାଗ ପରିଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସଭାପତି ଡଃ ମୁକ୍ତିକାନ୍ତ ମିଶ୍ରଙ୍କ ସମେତ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ଏବଂ ଜିଲ୍ଲା ଏସ ପି: ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଗଜପତି ଜିଲ୍ଲା ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ରେଳରେ ବିଦ୍ୟୁତୀକରଣ ଦ୍ୱାରା ଡିଜେଲ ବ୍ୟବହାର ୧୭୮ କୋଟି ଲିଟରକୁ ହ୍ରାସ

February 12, 2026

Konark Dance & Music Festival: କୋଣାର୍କ ନାଟ୍ୟ ମଣ୍ଡପରେ ଫେବୃୟାରୀ 19 ରେ ହେବ ନୃତ୍ୟ ଉତ୍ସବ

February 12, 2026

କେରଳ ରାଜ୍ୟପାଳଙ୍କ ସହ ମତବିନିମୟ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

February 12, 2026

ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ: ଶିକ୍ଷାରେ ନବଚେତନାର ସ୍ପନ୍ଦନ

February 12, 2026
Latest News

ଭାରତୀୟ ରେଳରେ ବିଦ୍ୟୁତୀକରଣ ଦ୍ୱାରା ଡିଜେଲ ବ୍ୟବହାର ୧୭୮ କୋଟି ଲିଟରକୁ ହ୍ରାସ

February 12, 2026

Konark Dance & Music Festival: କୋଣାର୍କ ନାଟ୍ୟ ମଣ୍ଡପରେ ଫେବୃୟାରୀ 19 ରେ ହେବ ନୃତ୍ୟ ଉତ୍ସବ

February 12, 2026

କେରଳ ରାଜ୍ୟପାଳଙ୍କ ସହ ମତବିନିମୟ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

February 12, 2026

ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ: ଶିକ୍ଷାରେ ନବଚେତନାର ସ୍ପନ୍ଦନ

February 12, 2026

ଆସନ୍ତାକାଲି ‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ-୧ ଓ ୨’ ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.